ଶତାବ୍ଦୀର ପ୍ରଥମ ଧୂମକେତୁ

କରୋନା କାଳରେ ସମସ୍ତେ ଘର ଭିତରେ ବନ୍ଦ ରହୁଥିବା ବେଳେ ପ୍ରକୃତି ଆମ ପାଇଁ ତାହାର ସୁନ୍ଦର ଦୃଶ୍ୟର ଦ୍ୱାର ଖୋଲିଦେଇଛି। ପ୍ରାୟ ୨୩ବର୍ଷ ପରେ ଶତାବ୍ଦୀର ପ୍ରଥମ ଧୂମକେତୁ ଖାଲି ଆଖିକୁ ଦେଖାଯାଉଛି। ଧୂମକେତୁ ବା ଲଞ୍ଜାତାରା କହିଲେ ଆମେ ଆକାଶରେ ଦେଖାଯାଉଥିବା ଗୋଟିଏ ବିରାଟ ଲାଞ୍ଜ ଥିବା ତାରାଟିଏ ଯାହା କଦବା କ୍ୱଚିତ ଦେଖାଯାଏ। ଏଭଳି ଏକ ଆକସ୍ମିକ ଘଟଣାରେ ବିଶ୍ୱ ବୈଜ୍ଞାନିକମାନେ ହଠାତ୍‌ ଉତ୍ସାହିତ ହୋଇପଡିଛନ୍ତି। ଚଳିତ ଶତାବ୍ଦୀରେ ଖାଲି ଆଖିକୁ ଦେଖାଯାଉଥିବା ଏହା ପ୍ରଥମ ଧୂମକେତୁ। ଗତ ୧୯୯୭ ମସିହାରେ ଶେଷ ଥର ପାଇଁ ‘ହେଲ୍‌ ବଫ୍‌’ ନାମକ ଧୂମକେତୁ ଖାଲି ଆଖିକୁ ଦେଖାଯାଇଥିଲା। ସେତେବେଳେ ଭୁବନେଶ୍ୱରସ୍ଥ ପଠାଣି ସାମନ୍ତ ପ୍ଲାନିଟାରିୟମ ତରଫରୁ ନିଆଯାଇଥିବା ଫଟୋଗୁଡିକ ବହୁତ ଲୋକପ୍ରିୟ ହୋଇଥିଲା। ଏଠାରେ କୁହାଯାଇପାରେ ଯେ ସୂର୍ଯ୍ୟ ପାଖକୁ ସବୁ ବର୍ଷ କିଛି ଧୂମକେତୁ ଆସୁଥିଲେ ମଧ୍ୟ ସେଗୁଡିକ ଆମକୁ ଖାଲି ଆଖିରେ ଦେଖାଯାଆନ୍ତି ନାହିଁ।
ଧୂମକେତୁଗୁଡିକ ପଥର, ବରଫ ଏବଂ ଧୂଳିର ଏକ ପିଣ୍ଡ, ଯାହା ସୂର୍ଯ୍ୟଙ୍କୁ ପରିକ୍ରମା କରେ। ଲକ୍ଷ ଲକ୍ଷ ସଂଖ୍ୟକ ଧୂମକେତୁ ସୂର୍ଯ୍ୟ ଚାରିପାଖରେ ଅତ୍ୟଧିକ ଉପବୃତ୍ତାକାର କକ୍ଷପଥରେ ବୁଲୁଛନ୍ତି। ଏହି କକ୍ଷପଥଗୁଡିକ ବୃହସ୍ପତି ଗ୍ରହରୁ ହୋଇ ପ୍ଲୁଟୋଠାରୁ କେତେ କୋଟି କିଲୋମିଟର ବ୍ୟାପି ରହିଛି। ସୂର୍ଯ୍ୟ ଚାରିପାଖରେ ଥରେ ବୁଲିବାକୁ ଅଳ୍ପ କିଛି ବର୍ଷ ଲାଗୁଥିବା ବେଳେ ଆଉ କେତେକଙ୍କୁ ଅନେକ ବର୍ଷ ଲାଗିଥାଏ। ତେଣୁ କିଛି ଧୂମକେତୁ ଥରେ ସୂର୍ଯ୍ୟ ନିକଟକୁ ଆସି ଦେଖାଦେଇ ଚାଲିଗଲେ ଆଉ ଥରେ ଫେରିବାକୁ ସେମାନେ ଅନେକ ବର୍ଷ ନିଅନ୍ତି। ‘ହାଲି ଧୂମକେତୁ’ ପ୍ରତି ୭୬ବର୍ଷ ବ୍ୟବଧାନରେ ଆମକୁ ଦେଖାଯାଏ। ଏହା ପୁଣି ୨୦୬୧ ମସିହାରେ ଦେଖାଯିବ। ଅତ୍ୟନ୍ତ ଥଣ୍ଡା ଅବସ୍ଥାରେ ଧୂମକେତୁଗୁଡିକ କିଛି କିଲୋମିଟର ବ୍ୟାସର ଖୁବ୍‌ ଛୋଟ ଆକାର ତଥା କଠିନ ଅବସ୍ଥାରେ ଥାଆନ୍ତି। ସୂର୍ଯ୍ୟର ନିକଟକୁ ଆସିଲେ ଏହା ତରଳି ଯାଏ। ବାଷ୍ପ ଓ ଧୂଳିରେ ତାହାର ଏକ ବିରାଟ ଲାଞ୍ଜ ସୃଷ୍ଟି ହୁଏ ଓ ପୃଥିବୀରୁ ଦେଖିବା ସହଜ ହୁଏ। ଅନେକ ଛୋଟ ଧୂମକେତୁ ସୂର୍ଯ୍ୟର ନିକଟକୁ ଆସି ଭାଙ୍ଗିଯିବାର ଦୃଷ୍ଟାନ୍ତ ମଧ୍ୟ ରହିଛି।
ଗତ ମାର୍ଚ୍ଚ ୨୭ ତାରିଖରେ NEOWISE ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଆବିଷ୍କାର ହୋଇଥିବା ଅଜ୍ଞାତ ବସ୍ତୁଟି ଏକ ଧୂମକେତୁ ବୋଲି ପରେ ବୈଜ୍ଞାନିକମାନେ ଜାଣିପାରିଛନ୍ତି। ଏହାକୁ ‘ସି/୨୦୨୦ ଏଫ୩’ ନାମରେ ତାଲିକାଭୁକ୍ତ କରାଯାଇଛି। ସେତେବେଳେ ତାହା ସୂର୍ଯ୍ୟଠାରୁ ୩୧.୨ କୋଟି କି.ମି. ଦୂରରେ ଥିଲା ଏବଂ ଏହା କେବଳ ଅତି ବଡ ଦୂରବୀକ୍ଷଣ ଯନ୍ତ୍ରରେ ଦୃଶ୍ୟମାନ ହେଉଥିଲା। ଜୁଲାଇ ମାସରେ ଧୂମକେତୁ ଖାଲି ଆଖିରେ ଦେଖାଯିବ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ଆଶାବାଦୀ ଥିଲେ। ଚଳିତବର୍ଷ ପ୍ରାରମ୍ଭରେ ଆସିଥିବା ଅନ୍ୟ ଦୁଇଟି ବଡ ଧୂମକେତୁ ‘ଆଟ୍ଲାସ’ ଓ ‘ସ୍ବାନ୍‌’ ଖାଲି ଆଖିରେ ଦେଖା ନ ଯିବା ଜ୍ୟୋତିର୍ବିଜ୍ଞାନୀମାନଙ୍କୁ ହତାଶ କରିଥିଲା।
ଏବର୍ଷର ତୃତୀୟ ବଡ ଧୂମକେତୁ ଖାଲି ଆଖିରେ ଦେଖାଯିବ ବୋଲି ଅନେକ ଜ୍ୟୋତିର୍ବିଜ୍ଞାନୀ ଅନୁମାନ କରିଥିଲେ, ତାହା ଏବେ ସତ ହେବାକୁ ଯାଉଛି। ଗତ ଜୁନ୍‌ ମାସରୁ ଅନେକ ଦେଶର ବୈଜ୍ଞାନିକମାନେ ଏହାକୁ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିବା ସହ ଏହାର ସୁନ୍ଦର ଫଟୋ ଉଠାଇଲେଣି। ଏହା ଏବେ ସାଧାରଣ ଦୂରବୀକ୍ଷଣ ଯନ୍ତ୍ର ଓ ବାଇନାକୁଲାରରେ ଦେଖାଗଲାଣି। ଆଲୋକ ଓ ବାୟୁ ପ୍ରଦୂଷଣ ନ ଥିବା କିଛି ସ୍ଥାନରେ ଏହା ଖାଲି ଆଖିରେ ଦେଖାଯାଇଛି। ଏପରି କି ମହାକାଶରେ ଥିବା ସ୍ପେଶ ଷ୍ଟେଶନ (ISS) ଥିବା ବୈଜ୍ଞାନିକମାନେ ଏହାକୁ ଦେଖିଛନ୍ତି ଓ ଏହାର ସୁନ୍ଦର ଫଟୋ ଉଠାଇଛନ୍ତି। ଜୁଲାଇ ୩ ତାରିଖରେ ସୂର୍ଯ୍ୟଠାରୁ ୪.୪ କୋଟି କି.ମି. ଦୂରରେ ଥିବା ଧୂମକେତୁଟି ସୂର୍ଯ୍ୟଙ୍କ ସବୁଠାରୁ ନିକଟକୁ ଆସିଥିଲା। ସୂର୍ଯ୍ୟର ଉତ୍ତାପ ଓ ସୌର ପବନରେ ଏହାର ଗୋଟିଏ ବିରାଟ ଲାଞ୍ଜ ସୃଷ୍ଟି ହୋଇଛି। ଧୂମକେତୁଟି ଏବେ ସୂର୍ଯ୍ୟାସ୍ତ ପରେ ଉତ୍ତର-ପଶ୍ଚିମ ଦିଗବଳୟର ପ୍ରାୟ ୨୦ ଡିଗ୍ରୀ ଉପରେ ଦେଖାଯାଉଥିବା ଧୂମକେତୁ ‘ସି/୨୦୨୦ ଏଫ୩’ ଧୀରେ ଧୀରେ ଉପର ଆଡକୁ ଗତି କରି ମାସ ଶେଷରେ ଦିଗବଳୟର ପ୍ରାୟ ୪୦ ଡିଗ୍ରୀ ଉପରେ ଦେଖାଯିବ। ସେହି ସମୟରେ ଏହା ସପ୍ତର୍ଷିମଣ୍ଡଳର ନିକଟରେ ରହିବ। ଧୂମକେତୁ ସୂର୍ଯ୍ୟଠାରୁ ଦୂରେଇ ଯାଉଥିବା ଫଳରେ ଜୁଲାଇ ୧୦ ତାରିଖ ପରଠାରୁ ଏହାର ଉଜ୍ଜ୍ୱଳତା କମି କମି ଜୁଲାଇ ୩୦ ପରେ ଏହା ଖାଲି ଆଖିରେ ଦେଖିବା ସମ୍ଭବ ହେବ ନାହିଁ। ଜୁଲାଇ ୨୨ ତାରିଖରେ ଏହା ପୃଥିବୀର ନିକଟତମ ଅବସ୍ଥାକୁ ଆସିବ। ସେତେବେଳେ ତାହାର ଦୂରତା ପୃଥିବୀଠାରୁ ପ୍ରାୟ ୧୦.୩ କୋଟି ରହିବ।
ଉତ୍ତର-ପଶ୍ଚିମ ଦିଗ୍‌ବଳୟର ଆକାଶ ମେଘମୁକ୍ତ ଓ କମ୍‌ ସହର ଆଲୋକ ରହିଲେ ଧୂମକେତୁଟି ଜୁଲାଇ ମାସ ୧୨-୨୦ ତାରିଖ ଭିତରେ ଖାଲି ଆଖିରେ ଦେଖିହେବ। ସାଧାରଣ ଦୂରବୀକ୍ଷଣ ଯନ୍ତ୍ର ଓ ବାଇନାକୁଲାରରେ ଏହା ନିଶ୍ଚୟ ଦେଖାଯିବ।
ଦୀର୍ଘ ୨୩ବର୍ଷ ପରେ ଖାଲି ଆଖିରେ ଏକ ଧୂମକେତୁକୁ ଦେଖିବାର ବିରଳ ସୁଯୋଗ ଆସିଛି। ବିଶେଷକରି ସହର ଆଲୋକଠାରୁ ଦୂରରେ ଗ୍ରାମାଞ୍ଚଳରେ ରହୁଥିବା ଅସଂଖ୍ୟ ଛାତ୍ରୀଛାତ୍ର ଏପରି ଏକ ବିରଳ ସୁଯୋଗ ହାତଛଡା କରନ୍ତୁ ନାହିଁ।

ଡ. ଶୁଭେନ୍ଦୁ ପଟ୍ଟନାୟକ
-ଉପ ନିର୍ଦ୍ଦେଶକ
ପଠାଣି ସାମନ୍ତ ପ୍ଲାନିଟାରିୟମ ଆଚାର୍ଯ୍ୟ ବିହାର, ଭୁବନେଶ୍ୱର
ମୋ: ୯୪୩୭୦୦୩୨୮୨


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri