ସଟସର୍କିଟରୁ ଲାଗିଲା ନିଆଁ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ

ଛତ୍ରପୁର,୨୮/୮(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଛତ୍ରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମ ସ୍ଥିତ (ମଠ)ଉପର ସାହିର ୟୁ ନାଗେଶ୍ୱର ଆଚାରୀଙ୍କ ଘରେ ଅଗ୍ନିକାଣ୍ଡ। ବିଦ୍ୟୁତ ସଟ ସର୍କିଟ ଯୋଗୁ ଘରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ଲାଗି ଘରେ ଥିବା ଅନେକ ଫର୍ନିଚର ସାମଗ୍ରୀ, ମେଶିନ ଏବଂ ଅନ୍ୟାନ୍ୟ ସାମଗ୍ରୀ ଗୁଡିକ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି।
ଖବର ଅନୁଯାୟୀ, ଘର ଭିତରୁ ଧୂଆଁ ବାହାରୁଥିବାର ଦେଖିଥିଲେ। ଅଳ୍ପ କିଛି ସମୟ ମଧ୍ୟରେ ନିଆଁ ବ୍ୟାପି ଯାଇଥିଲା। ହୁତୁହୁତୁ ହୋଇ ସବୁ ଜଳିବାରେ ଲାଗିଥିଲା। ପରିବାର ଓ ସ୍ଥାନୀୟ ଲୋକ ପ୍ରଥମେ ନିଆଁ ଲିଭାଉଥିବା ସହ ଛତ୍ରପୁର ଅଗ୍ନିଶମ କାର୍ଯ୍ୟାଳୟକୁ ମଧ୍ୟ ଜଣାଇଥିଲେ। ଏହାପରେ ଛତ୍ରପୁର ଅଗ୍ନିଶମ ବାହିନୀର ଟିମ ଆସି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁରେ ପୋଡି ହୋଇ ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିଥିବାବେଳେ ବିଦ୍ୟୁତ ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ସେ ଜଣେ ଗରିବ ଶ୍ରେଣୀର ଅଟନ୍ତି। ବିଭିନ୍ନ ଫର୍ନିଚ କାମ କରିବାକୁ ଲୋକଙ୍କ ସାମଗ୍ରୀ ତିଆରି କରିବାକୁ ଘରକୁ ଆଣିଥିବାବେଳେ ଏପରି ଦୁଖଃଦ ଘଟଣା ଘଟିଛି। ଏବେ ତାଙ୍କ ପରିବାର ଚିନ୍ତା ପଡିଛନ୍ତି। ଅନ୍ୟପଟେ ସୁନ୍ଦରପୁର ସରପଞ୍ଚ ଗଗନ ବେହେରାଙ୍କ ଉପସ୍ଥିତରେ ଆରଆଇ ସୁଶାନ୍ତ ଶବର ଗ୍ରାମରେ ପହଞ୍ଚି କ୍ଷତିଗସ୍ତ ୟୁ ନାଗେଶ୍ୱର ଆଚାରୀଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଏନେଇ ସରପଞ୍ଚ ଶ୍ରୀ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ LPG ସିଲିଣ୍ଡର, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗ୍ୟାସ ଯୋଗାଣକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

ଦାରିଙ୍ଗବାଡ଼ିରେ କାଳବୈଶାଖୀର ତାଣ୍ଡବ: ଉଡ଼ିଗଲା ଏକାଧିକ ଘରର ଆଜବେଷ୍ଟସ, ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ…

ଦାରିଙ୍ଗବାଡ଼ି, ୧୪।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବାଡାବାଙ୍ଗା ପଞ୍ଚାୟତର ଦୁର୍ଗମ ଗ୍ରୁତୁବାଡ଼ି ଗ୍ରାମରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି।…

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମାଓବାଦୀ ନେତ୍ରୀ ରାଣୀତା

ମାଲକାନଗିରି,୧୪ା୩(ସୁଚିତ୍ରା ଦାସ): ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହୋଇ ମୁଖ୍ୟସ୍ରୋତରେ ସାମିଲହେବାକୁ ସରକାର ମାଓବାଦୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ସମୟସୀମା ମଧ୍ୟରେ ଆତ୍ମସମର୍ପଣ କରୁଥିବା…

କାଜୁ ବାଡ଼ରେ ନିଆଁ ଲିଭାଇବା ହେଲା କାଳ, ଝାସରେ ଗୁରୁତର ହେଲେ ସ୍ବାମୀସ୍ତ୍ରୀ

ମୋହନା, ୧୪।୩ (ମନ୍ମଥ ମିଶ୍ର): ଗଜପତି ଜଲା ମୋହନା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କାଜୁ ବାଡ଼ରେ ଲାଗିଥିବା ନିଆଁକୁ ଲିଭାଇବାକୁ ଯାଇ ଜଣେ ସ୍ବାମୀ…

ଦାଦନ ଖଟିବାକୁ ଯାଇ ଓଡ଼ିଆ ଶ୍ରମିକ ନିଖୋଜ

ଦିଗପହଣ୍ଡି,୧୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ବୁଲୁ ନାଇକ(୪୨) ଦାଦନ ଶ୍ରମିକ ଭାବେ କାମ କରିବାକୁ ମହାରାଷ୍ଟ୍ରର ମୁମ୍ବାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri