ଛତ୍ରପୁର,୨୮/୮(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଛତ୍ରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମ ସ୍ଥିତ (ମଠ)ଉପର ସାହିର ୟୁ ନାଗେଶ୍ୱର ଆଚାରୀଙ୍କ ଘରେ ଅଗ୍ନିକାଣ୍ଡ। ବିଦ୍ୟୁତ ସଟ ସର୍କିଟ ଯୋଗୁ ଘରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ଲାଗି ଘରେ ଥିବା ଅନେକ ଫର୍ନିଚର ସାମଗ୍ରୀ, ମେଶିନ ଏବଂ ଅନ୍ୟାନ୍ୟ ସାମଗ୍ରୀ ଗୁଡିକ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି।
ଖବର ଅନୁଯାୟୀ, ଘର ଭିତରୁ ଧୂଆଁ ବାହାରୁଥିବାର ଦେଖିଥିଲେ। ଅଳ୍ପ କିଛି ସମୟ ମଧ୍ୟରେ ନିଆଁ ବ୍ୟାପି ଯାଇଥିଲା। ହୁତୁହୁତୁ ହୋଇ ସବୁ ଜଳିବାରେ ଲାଗିଥିଲା। ପରିବାର ଓ ସ୍ଥାନୀୟ ଲୋକ ପ୍ରଥମେ ନିଆଁ ଲିଭାଉଥିବା ସହ ଛତ୍ରପୁର ଅଗ୍ନିଶମ କାର୍ଯ୍ୟାଳୟକୁ ମଧ୍ୟ ଜଣାଇଥିଲେ। ଏହାପରେ ଛତ୍ରପୁର ଅଗ୍ନିଶମ ବାହିନୀର ଟିମ ଆସି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁରେ ପୋଡି ହୋଇ ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିଥିବାବେଳେ ବିଦ୍ୟୁତ ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ସେ ଜଣେ ଗରିବ ଶ୍ରେଣୀର ଅଟନ୍ତି। ବିଭିନ୍ନ ଫର୍ନିଚ କାମ କରିବାକୁ ଲୋକଙ୍କ ସାମଗ୍ରୀ ତିଆରି କରିବାକୁ ଘରକୁ ଆଣିଥିବାବେଳେ ଏପରି ଦୁଖଃଦ ଘଟଣା ଘଟିଛି। ଏବେ ତାଙ୍କ ପରିବାର ଚିନ୍ତା ପଡିଛନ୍ତି। ଅନ୍ୟପଟେ ସୁନ୍ଦରପୁର ସରପଞ୍ଚ ଗଗନ ବେହେରାଙ୍କ ଉପସ୍ଥିତରେ ଆରଆଇ ସୁଶାନ୍ତ ଶବର ଗ୍ରାମରେ ପହଞ୍ଚି କ୍ଷତିଗସ୍ତ ୟୁ ନାଗେଶ୍ୱର ଆଚାରୀଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଏନେଇ ସରପଞ୍ଚ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

