ମାଡ଼ି ଚାଲିଛି ଶିମିଳିପାଳ ନିଆଁ

ବାରିପଦା,୩ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ପାରଦ ସୀମା ଲଂଘୁଥିବା ବେଳେ ଅଣାୟତ୍ତ ହୋଇପଡ଼ିଛି ଶିମିଳିପାଳ ନିଆଁ। ପ୍ରତିଦିନ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ ଡିଭିଜନରେ ବନାଗ୍ନି ବଢ଼ିବଢ଼ିି ଚାଲିଛି। ଶିମିଳିପାଳ କର୍ତ୍ତୃପକ୍ଷ ଫାୟର ପଏଣ୍ଟକୁ ଯାଇ ନୃା ରୋକିବାକୁ ପ୍ରୟାସ ଜାରି ରଖିଛନ୍ତି।
ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନର ପୋଡାଡିହା ରେଞ୍ଜ ବଡ଼ଖମଣ ନିକଟ ପୁଟକାଘୁଟୁ ପାହାଡ଼ ଓ ଜେଏସ୍‌ ଜାମୁଡିହା ନିକଟ ଠାକୁରାଣୀ ପାହାଡ଼ରୁ ପାହାଡ଼କୁ ନିଆଁ ବ୍ୟାପି ଚାଲିଛି। ନିଆଁ ପ୍ରକୋପରେ ବଡ଼ ବଡ଼ ବୃକ୍ଷ, ଔଷଧୀୟ ତରୁଲତା ପୋଡ଼ ଜଳି ପାଉଁଶ ହୋଇଯାଉଛି। ସରୀସୃପ ଓ ବନ୍ୟଜନ୍ତୁମାନେ ଦିଗହରା ସାଜିଛନ୍ତି। ଶିକାରୀମାନେ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଉଥିବା ନେଇ ସ୍ଥାନୀୟ ଲୋକେ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଗୋଟିଏ ଗୋଟିଏ ସ୍ଥାନରେ ୭ଦିନ ଧରି ନିଆଁ ଜଳୁଥିବା ବେଳେ ଏହା ଏବେ ଆଗକୁ ଆଗକୁ ମାଡି ଚାଲିଛି। ବନ ବିଭାଗର କର୍ମଚାରୀ ଏବଂ ଓଡ୍ରାଫ ଟିମ୍‌ ନିଆଁକୁ ଆୟତ୍ତ କରିବା ପାଇଁ ନୟାନ୍ତ ହୋଇପଡ଼ିଛନ୍ତି। ତେବେ ନିଆଁ ଜଳୁଥିବା ପାହାଡ଼ରେ ଶୁଆ, ଶାରୀ, ବଜ୍ରକାପ୍ତା ଭଳି ବିଲୁପ୍ତ ପ୍ରଜାତିର ଅନେକ ପଶୁପକ୍ଷୀ ସରୀସୃପ ବସବାସ କରୁଥିବା ବେଳେ ଏହି ନିଆଁର ପ୍ରଭାବରେ ଜଳିପୋଡି ଯାଉଥିବା ଅନୁମାନ କରାଯାଇଛି। ଜିଲାରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ତାହା ଅଭୟାରଣ୍ୟ ବନାଗ୍ନି ଲିଭାଇବା ପାଇଁ ଯଥେଷ୍ଟ ହୋଇପାରି ନାହିଁ। ଗୁରୁବାର ବିଭାଗ ପକ୍ଷରୁ ବନାଗ୍ନିକୁ ନେଇ କୌଣସି ସୂଚନା ପ୍ରଦାନ କରାଯାଇ ନ ଥିବା ବେଳେ ତଥ୍ୟ ଲୁଚାଇବାକୁ ଉଦ୍ୟମ କରାଯାଉଥିବା ମତ ପ୍ରକାଶ ପାଇଛି। ଅଧିକାରୀଙ୍କ ସହ ଯୋଗାଯୋଗ ହୋଇ ପାରୁ ନ ଥିବାରୁ ନିଆଁ ସମ୍ପର୍କିତ ତଥ୍ୟ ମିଳିପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ବନଖଣ୍ଡରୁ ୨୦୪ ଖଣ୍ଡ କାଠ ଯିବ ପୁରୀ 

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ।…

ଯୁଦ୍ଧ ଭିତରେ ୧ ଏପ୍ରିଲରୁ ବଦଳିଯିବ ୫ ନିୟମ, ରୋଷେଇ ଘରରୁ ପେଟ୍ରୋଲ ଯାଏ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୫।୩: ୧ ଏପ୍ରିଲରୁ ଆର୍ଥିକ ନିୟମାବଳୀରେ ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଖର୍ଚ୍ଚ ଉପରେ ସିଧାସଳଖ…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

ପେନ୍‌ସନ୍‌ଭୋଗୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ଭ୍ୟାଲିଡେସନ ଆକ୍ଟ, ପ୍ରତ୍ୟାହାର ଦାବି ନେଇ…

କେନ୍ଦୁଝର,୨୫ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ୨୫ ମାର୍ଚ୍ଚ ୨୦୨୫ରେ ପାରିତ…

ସରକାରଙ୍କ ବଡ଼ ନିର୍ଦ୍ଦେଶ, ଏଭଳି କାମ କଲେ ବନ୍ଦ ହେବ LPG ସପ୍ଲାଇ

ନୂଆଦିଲ୍ଲୀ,୨୫।୩:  କେନ୍ଦ୍ର ସରକାରଙ୍କ ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଯେଉଁ ଅଞ୍ଚଳରେ ପାଇପ୍ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ସଂଯୋଗ ଉପଲବ୍ଧ, ସେଠାରେ ଗ୍ରାହକମାନେ PNG ବ୍ୟବହାର ନ…

ଦିଗପହଣ୍ଡିରେ କାଳବୈଶାଖୀ: ଝଡ଼ବର୍ଷା ସାଙ୍ଗକୁ ପଡ଼ିଲା କୁଆପଥର

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରୁ ସାଢ଼େ ୨ ଯାଏ କାଳ ବୈଶାଖୀ…

୪ହଜାର ଟଙ୍କା ଲାଞ୍ଚ ନଦେଲେ କାମ ହେବନି ବୋଲି କହିଥିଲେ, ଆଜିଗଲେ ଜେଲ୍

ଭୁବନେଶ୍ୱର,୨୫।୩: ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଡିଟର୍‌ ଅମ୍ବିକା ପ୍ରସାଦ ରଥଙ୍କୁ ବୁଧବାର ଗିରଫ କରାଯାଇଛି। ମଙ୍ଗଳବାର ୪ ହଜାର ଟଙ୍କା ଲାଞ୍ଚ ନେଲା ବେଳେ…

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଲୁଟେରା, ସୁନା ଅଳଙ୍କାର ସହ ନଗଦ ଲୁଟିନେଲେ …

ବ୍ରହ୍ମପୁର,୨୫ା୩(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ପ୍ରେମନଗର ୭ ଲାଇନରେ ରହୁଥିବା ବିଶିଷ୍ଟ ବ୍ୟବସାୟୀ ପୁ. ପ୍ରଭାକରଙ୍କ ଘରେ ଲୁଟେରାମାନେ କଳାକନା ବୁଲାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri