ଅଗ୍ନିକାଣ୍ଡରେ ଜଳିଗଲା ୧୨ ବଖରା: ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ

ପଦ୍ମପୁର,୫।୪(ଡି.ଏନ୍‌.ଏ.): ଚାନ୍ଦବାଲି ବ୍ଲକ ଅଧୀନ କରଞ୍ଜମାଳ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ରବିବାର ବିଳମ୍ବିତ ରାତିରେ ବିନୋଦ ମାଝିଙ୍କ ଘରେ ଅଗ୍ନିକାଣ୍ଡ ଘଟି ୧୨ ବଖରା ଜଳିଯାଇଛି। ଘରେ ଥିବା ନଗଦ ଟଙ୍କା ସୁନା ଗହଣା ସମେତ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଧାମରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ଘର ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା।