ଆର୍ଥିକ ସ୍ଥିତିରେ ସୁଧାର ଆସୁଛି: ମୋଦି

ନୂଆଦିଲ୍ଲୀ: ଭାରତୀୟ ଅର୍ଥ ବ୍ୟବସ୍ଥାରେ ଏବେ ସୁଧାର ପରିଲକ୍ଷିତ ହେଉଛି। ଦେଶରେ ବିଭିନ୍ନ କ୍ଷେତ୍ର ଉତ୍ସାହଜନକ ସ୍ଥିତିକୁ ଫେରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି। ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ଫିକି) ୯୩ତମ ଭର୍ଚୁଆଲ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି, ୨୦୨୦ ଭାରତ ଲାଗି ବହୁ ଘଟଣାବହୁଳ। ଦେଶ ଅନେକ ଉତ୍ଥାନ ପତନ ସାମ୍ନା କରିଛି। ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ସରକାର ରୋଡ୍‌ମ୍ୟାପ ପ୍ରସ୍ତୁତ କରିଛନ୍ତି। ଦେଶର ସ୍ଥିତିରେ ସୁଧାର ଦ୍ରୁତଗାମୀ ହେଉଥିବା ସେ ସ୍ପଷ୍ଟ କରିଛନ୍ତି।
ଏହି ଅବସରରେ ମୋଦି ଫିକିର ଭର୍ଚୁଆଲ ଆନୁଆଲ ଏକ୍ସପୋକୁ ମଧ୍ୟ ଶୁଭାରମ୍ଭ କରି କହିଛନ୍ତି, ଉଦ୍ୟୋଗୀ, କୃଷକ, ଯୁବକ ଏବଂ ଲୋକଙ୍କ ଲାଗି ଋଣ ବ୍ୟବସ୍ଥା ଉପରେ ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏଭଳି ସମୟରେ ଘରୋଇ ବଜାରର ଚାହିଦା ପୂରଣ ଲାଗି ଦେଶର ଘରୋଇ କ୍ଷେତ୍ର ସକ୍ଷମ ହେବା ସହ ବିଶ୍ୱସ୍ତରରେ ଏକ ପରିଚୟ ତିଆରି କରିପାରିଛି। ଟେକ୍ନୋଲୋଜି ଭିତ୍ତିକ ଶିଳ୍ପ କ୍ଷେତ୍ର ଦ୍ୱାରା ଭାରତକୁ ଆହୁରି ପ୍ରତିଦ୍ୱନ୍ଦ୍ୱୀ କରାଇବାକୁ ମୋଦି ଆହ୍ବାନ ଜଣାଇଛନ୍ତି। ମହାମାରୀ ସମୟରେ ବ୍ୟାଙ୍କ ଖାତାରେ ସିଧାସଳଖ ସୁବିଧାର ପ୍ରତ୍ୟକ୍ଷ ହସ୍ତାନ୍ତର(ଡିବିଟି) ଯୋଜନା ଲାଗୁ କରି ଭାରତ ବିଶ୍ୱ ସ୍ତରରେ ଅନେକ ସମ୍ମାନ ଲାଭ କରିଛି। ଜନଧନ, ଆଧାର ଏବଂ ମୋବାଇଲ (ଜାମ୍‌) ଦ୍ୱାରା ସର୍ବବୃହତ୍‌ ଡିବିଟି କାର୍ଯ୍ୟକ୍ରମକୁ ନିଶ୍ଚିତ କରାଯାଇଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ଗୋଟିଏ କ୍ଲିକ୍‌ରେ ଦେଶର ପ୍ରତି କୋଣକୁ ଲୋକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଅର୍ଥ ଯୋଗାଇ ଦିଆଯାଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।
ସେ ପୁଣି କହିଛନ୍ତି, ୟୁନାଇଟେଡ୍‌ ପେମେଣ୍ଟ ଇଣ୍ଟରଫେସ୍‌(ୟୁପିଆଇ) ପ୍ଲାଟ୍‌ଫର୍ମରେ ପ୍ରତି ମାସରେ ୪ ଲକ୍ଷ କୋଟି ଟଙ୍କାର ନେଣଦେଣ ହେଉଛି। ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ବିଭିନ୍ନ କ୍ଷେତ୍ରକୁ ଉତ୍ସାହିତ କରିବାରେ ସହାୟକ ହେଉଛି। ଭାରତକୁ ଗ୍ଲୋବାଲ ଚାମ୍ପିୟନ ଭାବେ ଗଢି ତୋଳିବା ଲାଗି ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ ଯୋଜନା(ପିଏଲ୍‌ଆଇ)ରେ ବିଭିନ୍ନ କ୍ଷେତ୍ରକୁ ସହାୟତା ଯୋଗାଇ ଦିଆଯାଉଛି। ମହାମାରୀ ସମୟରେ ଦେଶ ଯେଉଁ ଶିକ୍ଷା ଲାଭ କରିଛି ଆଗାମୀ ଦିନରେ ଦୃଢ ଭାବେ ଛିଡ଼ା ହେବାକୁ ଏହା ଶକ୍ତି ଯୋଗାଇବ। ମହାମାରୀ ସମୟରେ ଭାରତ ଜୀବନ ରକ୍ଷାକୁ ପ୍ରାଥମିକତା ଦେଇଛି । ମହାମାରୀ ଯୋଗୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ଏହାର ସମାଧାନ ଏବେ ମିଳିଛି ବୋଲି ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ବିଶ୍ୱ ଆଗରେ ଏମିତି ମିଛ କହିଦେଲେ ଅସୀମ ମୁନିର: ନିଆଁବାଣ ଚାଇନା

ଇସଲାମାବାଦ୍‌,୨୩।୧୨:ପାକିସ୍ତାନର ପ୍ରତିରକ୍ଷା ବାହିନୀର ମୁଖ୍ୟ ଏବଂ ସେନା ମୁଖ୍ୟ ଅସୀମ ମୁନିର ଅପରେଶନ ସିନ୍ଦୂର ବିଷୟରେ ଚାଇନାକୁ ନେଇ ଏକ ବଡ଼ ଦାବି କରିଛନ୍ତି। ବିଶ୍ୱ...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri