ଆଜି କାମଚଳା ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର,୩୦।୩(ବ୍ୟୁରୋ): ବିଧାନସଭାରେ ବୁଧବାର କାମଚଳା ବଜେଟ୍‌ ଆଗତ ହେବ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କାମଚଳା ବଜେଟ୍‌ ଉପସ୍ଥାପନ କରିବେ । କାମଚଳା ବଜେଟ୍‌ ପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ପ୍ରଥମେ ବାର୍ଷିକ ବଜେଟ୍‌ ଆକଳନ ଗୃହରେ ଉପସ୍ଥାପନ କରିବେ । ପରେ ଅନ୍ୟ ଏକ ପ୍ରସ୍ତାବରେ ଅର୍ଥମନ୍ତ୍ରୀ ୧ ଲକ୍ଷ ୬ ହଜାର ୪୯୭ କୋଟିର ଭୋଟ ଅନ ଆକାଉଣ୍ଟ ଗ୍ରାଣ୍ଟ ଗୃହରେ ଅନୁମତି ପାଇଁ ଉପସ୍ଥାପନ କରିବେ । ଏହା ଆସନ୍ତାକାଲି ବ୍ୟୟ ମଞ୍ଜୁର ବିଲ୍‌ ଆକାରରେ ଅନମୋଦନ ଲାଭ ବୋଲି ସୂଚନା ମିଳିଛି।