Categories: ଜାତୀୟ

ଆଜି ସଂସଦରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ କରିବେ। ତେବେ ବଜେଟକୁ ନେଇ ଲୋକେ ବହୁତ କିଛି ଆଶା ରଖିଛନ୍ତି। ପୂର୍ବାହ୍ନ ୧୧ଟାରେ ସାଧାରଣ ଉପସ୍ଥାପନ ହେବ। ବଜେଟ ବେକାରୀ ସମସ୍ୟା, ଅର୍ଥନୀତିରେ ମାନ୍ଦାବସ୍ଥା, ଆୟରେ ହ୍ରାସ ଓ ବହୁ ସାମଗ୍ରୀର ଦରଦାମ ବୃଦ୍ଧି ଭଳି ଅର୍ଥନୀତିରେ ଅନେକ ଆହ୍ବାନ ରହିଛି।
ବେତନଭୋଗୀମାନେ ଆୟକର ଛାଡ଼ ସୀମା କୋହଳ ହେବା କିମ୍ବା କିଛି ଅତିରିକ୍ତ ସୁବିଧା ମିଳିବ ବୋଲି ଚାହିଁ ରହିଛନ୍ତି। ଅର୍ଥନୀତିରେ ସୁଧାର ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲାଗି ଭିତ୍ତିଭୂମି, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଗ୍ରାମୀଣ ବିକାଶ, ରୋଜଗାର, ପାନୀୟ ଜଳ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ସରକାର ବ୍ୟୟବରାଦ ବଢ଼ାଇବେ ବୋଲି ଆଶା କରାଯାଉଛି। ଏଥର ବଜେଟ ବ୍ୟୟବରାଦ ୧୪% ବୃଦ୍ଧି ପାଇ ୩୯.୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି କୁହାଯାଉଛି।

Share