ସୁମିତ-ତପସ୍ବିନୀ ମାମଲାର ଚୂଡ଼ାନ୍ତ ରାୟ ଆଜି

ବ୍ରହ୍ମପୁର ଅଫିସ,୪।୧: ଡା.ସୁମିତ ସାହୁ-ତପସ୍ବିନୀ ଦାଶ ମାମଲାକୁ ନେଇ ଜିଲାଜଜ୍‌ କୋର୍ଟରେ ଦାଏର ହୋଇଥିବା ଅପିଲର ଚୂଡ଼ାନ୍ତ ରାୟ ମଙ୍ଗଳବାର ପ୍ରକାଶ ପାଇବ। ଗଞ୍ଜାମ ଜିଲା ଜଜ୍‌ କୋର୍ଟରେ ଏସ୍‌ଡିଜେଏମ୍‌ଙ୍କ ରାୟକୁ ଚ୍ୟାଲେଞ୍ଜ କରି ଉଭୟ ପକ୍ଷଙ୍କ ଓକିଲ ଅପିଲ କରିଥିଲେ। ଗତ ୨୭ ତାରିଖରେ ସୁମିତ ଓ ତପସ୍ବିନୀଙ୍କ ଓକିଲ କୋର୍ଟରେ ଉଭୟ ପକ୍ଷର ଯୁକ୍ତି ରଖିଥିଲେ। ଜିଲାଜଜ୍‌ ଯୁକ୍ତି ଶୁଣି ଜାନୁୟାରୀ ୪ରେ ଚୂଡ଼ାନ୍ତ ରାୟ ଦେବା ପାଇଁ ଦିନ ଧାର୍ଯ୍ୟ କରିଥିଲେ। ପୂର୍ବରୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ତପସ୍ବିନୀଙ୍କ ପକ୍ଷରୁ ରୁଜୁ ହୋଇଥିବା ପିଟିଶନ ଉପରେ ପର୍ଯ୍ୟାୟ କ୍ରମେ ଶୁଣାଣି କରି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ସୁମିତ ଏକ ଘର ଭଡା ନେଇ ତପସ୍ବିନୀଙ୍କୁ ରଖିବା ଏବଂ ତାଙ୍କର ସବୁ ଖର୍ଚ୍ଚ ବହନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବ୍ରହ୍ମପୁର ଏସ୍‌ଡିଜେଏମ୍‌ ଗତ ୨ ଓ ୯ ତାରିଖରେ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ତପସ୍ବିନୀଙ୍କ ଓକିଲ ଜିଲା ଜଜ୍‌ କୋର୍ଟରେ ଅପିଲ କରିଥିଲେ। ଏସ୍‌ଡିଜେଏମ୍‌ ଦେଇଥିବା ନିର୍ଦ୍ଦେଶ ଖାରଜ କରିବା ପାଇଁ ଏଥିରେ ଅନୁରୋଧ କରାଯାଇଥିଲା। ଅନ୍ୟପଟେ ସୁମିତଙ୍କ ଓକିଲ ଜିଲା କୋର୍ଟରେ ଅପିଲ କରିଥିଲେ, ତପସ୍ବିନୀ ବଧୂ ନିର୍ଯାତନା ମାମଲା ରୁଜୁ କରିଛନ୍ତି। ସେପଟେ କୋର୍ଟରେ ଛାଡ଼ପତ୍ର ମାମଲା ମଧ୍ୟ ବିଚାରାଧୀନ ରହିଛି। ଏଣୁ ତପସ୍ବିନୀ ସୁମିତଙ୍କ ସହିତ ରହିବା କେତେଦୂର ସମୀଚୀନ ହେବ ସେ ଦିଗରେ ବିଚାର କରିବାକୁ ଆବେଦନ କରାଯାଇଥିଲା। ସେହିପରି ତପସ୍ବିନୀଙ୍କ ପକ୍ଷରୁ ଦାଏର ହୋଇଥିବା ପିଟିଶନରେ ଉଲ୍ଲେଖ ଅଛି, ସୁମିତ ଓ ତପସ୍ବିନୀଙ୍କର ଛାଡ଼ପତ୍ର ହୋଇନାହିଁ। ବର୍ତ୍ତମାନ ପରିବାର କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏଣୁ ଆଇନ ଅନୁସାରେ ତପସ୍ବିନୀଙ୍କୁ ତାଙ୍କ ଶାଶୁଘରେ ରହିବାକୁ ଅନୁମତି ଦେବା ପାଇଁ ଜିଲା ଜଜ୍‌ କୋର୍ଟରେ ତାଙ୍କ ଓକିଲ ଅପିଲ କରିଥିଲେ। ତପସ୍ବିନୀଙ୍କ ତରଫରୁ ଆଇନଜୀବୀ ଦୀପକ ପଟ୍ଟନାୟକ ଓ ସୁମିତଙ୍କ ତରଫରୁ ହାଇକୋର୍ଟର ଆଇନଜୀବୀ ଦେବସ୍ନାନ ଦାଶ ମକଦ୍ଦମା ପରିଚାଳନା କରୁଛନ୍ତି।
ତପସ୍ବିନୀଙ୍କ ବିରୋଧରେ ତାଙ୍କର ଶାଶୁ ଓ ଆଈଶାଶୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଡୋମେଷ୍ଟିକ୍‌ ଭାଓଲେନ୍ସ ଆକ୍ଟ ଅନୁସାରେ ଏକ ପିଟିଶନ୍‌ ରୁଜୁ କରିଥିଲେ। କୋର୍ଟ ଏହାକୁ ଗ୍ରହଣ କରି ତପସ୍ବିନୀଙ୍କୁ ନୋଟିସ କରିଥିଲେ। ମଙ୍ଗଳବାର ତପସ୍ବିନୀଙ୍କ ତରଫରୁ ଓକିଲ କୋର୍ଟରେ ହାଜର ହୋଇ ପକ୍ଷ ରଖିବା ପାଇଁ ଆସନ୍ତା ୧୦ତାରିଖକୁ ସମୟ ମାଗିଛନ୍ତି। କୋର୍ଟ ତାହା ଗ୍ରହଣ କରିଛନ୍ତି। ସେହିପରି ମୂଳ ପିଟିଶନ୍‌ ଉପରେ ସୁମିତଙ୍କ ତରଫରୁ ମଧ୍ୟ ଆସନ୍ତା ୧୦ତାରିଖରେ ପକ୍ଷ ରଖାଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri