ପ୍ରେମିକଙ୍କ ସହ ରୋମାଣ୍ଟିକ ହେଲେ ଏହି ଫିଲ୍ମ ନିର୍ମାତାଙ୍କ ଝିଅ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ତଥା ଅଭିନେତା ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ ଏବେ ଚର୍ଚ୍ଚାରେ ଅଛନ୍ତି। ଗତ ୮ ତାରିଖରେ ଆଲିଆ ତାଙ୍କର ୨୧ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ଆଲିଆ ସାଙ୍ଗ ଏବଂ ପ୍ରେମିକଙ୍କ ସହ ମିଶି ଜନ୍ମଦିନ ପାର୍ଟି କରିଥିଲେ।

ଏବେ ଆଲିଆ ତାଙ୍କ ଜନ୍ମଦିନର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏମିତିରେ ବି ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ। ଆଲିଆ ଏବଂ ବିଦେଶୀ ପ୍ରେମିକ ଶ୍ରାନେ ଗ୍ରାଗୋଏରଙ୍କ ସହ ବହୁତ ମଜା କରୁଥିବା ଦେଖିବାକୁ ମିଳିଛି।


ଫଟୋରେ ଉଭୟ ବହୁତ ରୋମାଣ୍ଟିକ୍‌ ହୋଇଥିବା ଦେଖିବାକୁ ମିଳିଛି। ଆଲିଆ ଏକ ହଳଦିଆ ଧଳା ରଙ୍ଗ ମିଶ ମିନି ଡ୍ରେସ୍‌ ପିନ୍ଧିଛନ୍ତି। ଶ୍ରାନେ ତାଙ୍କୁ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଛି। ତାଙ୍କର ଏହି ଫଟୋକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି।

Share