ସେପ୍ଟେମ୍ବରରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର କଢ଼ି

ସୋନପୁର,୧୦ା୮(ନି.ପ୍ର.): ବାଲ୍ୟ ବିବାହ ସଚେତନଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର କଢିର ସୁଟିଂ ସରିଛି। କିଛି ଦିନ ଧରି ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାର ବିଭିନ୍ନ ସ୍ଥାନରେ ଏହି ଚଳଚ୍ଚିତ୍ରର ସୁଟିଂ ଚାଲିଥିଲା। ଆସନ୍ତା ସେପ୍ଟେମ୍ବର ମାସରେ ଏହା ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅବିନାଶ ହୋତା, ସୁଲଗ୍ନା ନାୟକ, ସୁବାଷ ରଣା ଓ ସର୍ବଦମନ ସାହୁ ଅଭିନୟ କରିଛନ୍ତି। ରଚନା, ସଂଳାପ ଓ ପ୍ରଯୋଜନା କରିଛନ୍ତି ସନ୍ତୋଷ ରଣା । ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ ବାରିକ୍‌।