ଗାଙ୍ଗୁଲିଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଫିଲ୍ମ

ମହେନ୍ଦ୍ର ସିଂ ଧୋନୀ, କପିଳ ଦେବଙ୍କ ପରେ ଏବେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି ଫିଲ୍ମ। ତାଙ୍କ ବାୟୋପିକ ପାଇଁ ଗାଙ୍ଗୁଲି ଗ୍ରୀନ ସିଗ୍‌ନାଲ୍‌ ଦେଇଛନ୍ତି। ମେଗା ବଜେଟ ଏହି ଫିଲ୍ମ ନିର୍ମାଣ ହେବ। ଚଳଚ୍ଚିତ୍ର ନିର୍ମାତାମାନେ ୨୦୦ ରୁ ୨୫୦ କୋଟିର ବଜେଟ ସ୍ଥିର କରିଛନ୍ତି। ଗାଙ୍ଗୁଲି କହିଛନ୍ତି, ନିର୍ଦ୍ଦେଶକଙ୍କ ନାମ ଏବେ କହିବା ସମ୍ଭବ ନୁହେଁ। ସବୁକିଛି ଚୂଡାନ୍ତ ହେବା ପାଇଁ ଆଉ କିଛି ଦିନ ଲାଗିବ। ପ୍ରଡକ୍ସନ ହାଉସ ପକ୍ଷରୁଗାଙ୍ଗୁଲିଙ୍କ ସହ ଅନେକ ଥର ଚର୍ଚ୍ଚା ହୋଇଛି। ଏବେ ସ୍କ୍ରିପ୍ଟ ଉପରେ କାମ ଚାଲିଛି। ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଦାଦାଙ୍କ ଭୂମିକାରେ କିଏ ପରଦାରେ ଅଭିନୟ କରିବେ। ଦାଦାଙ୍କ ଭୂମିକା ପାଇଁ ରଣବୀର କପୁରଙ୍କ ନାମ ଆଗରେ ଚାଲିଛି। କିନ୍ତୁ ଆଉ ଦୁଇଜଣ କଳାକାର ମଧ୍ୟ ଏହି ରେସରେ ଅଛନ୍ତି। କ୍ରିକେଟର ହେବା ଠାରୁ ଅଧିନାୟକତ୍ୱ ଏବଂ ପରେ ବିସିସିଆଇ ସଭାପତିଙ୍କ ଯାତ୍ରା ଏହି ଫିଲ୍ମରେ ପ୍ରଦର୍ଶିତ ହେବ। ଏମଏସ ଧୋନୀଙ୍କ ଉପରେ ବାୟୋପିକ ବଲିଉଡ ଇତିହାସରେ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା, ଯାହା ରୋଜଗାରର ସମସ୍ତ ରେକର୍ଡ ଭାଙ୍ଗିଥିଲା। ପୂର୍ବତନ ଅଧିନାୟକ ଅଜହରୁଦ୍ଦିନଙ୍କ ଜୀବନୀ ଉପରେ ମଧ୍ୟ ଏକ ଫିଲ୍ମ ନିର୍ମାଣ କରାଯାଇଛି। ସଚିନ ତେନ୍ଦୁଲକରଙ୍କ ଜୀବନରେ ଏକ ଡକ୍ୟୁମେଣ୍ଟାରୀ ଫିଲ ମଧ୍ୟ ଆସିଛି। ୧୯୮୩ ବିଶ୍ୱକପ ବିଜେତା ଭାରତୀୟ ଦଳ ଉପରେ ଏକ ଫିଲ୍ମ ଶୁଟିଂ ସଚିଛି। ଏହି ଫିଲ୍ମରେ ରଣବୀର ସିଂ ଅଧିନାୟକ କପିଲ ଦେବଙ୍କ ଭୂମିକାରେ ଅଛନ୍ତି। କରୋନା କାରଣରୁ ଫିଲ୍ମ ରିଲିଜ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri