ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ମଙ୍ଗଳବାର ଇଡି କାର୍ଯାଳୟରେ ହାଜର ହୋଇଛନ୍ତି। ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ସେ ହାଜର ହୋଇଥିବା ଜଣାପଡ଼ିଛି। ଏ ନେଇ ତାଙ୍କୁ ନୋଟିସ ହୋଇଥିଲା ।
ଖବର ଅନୁଯାୟୀ, ଅର୍ଚ୍ଚନା ନାଗ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖୋଲତାଡ଼ କରୁଛି । ଏହିକ୍ରମରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ହାଜର ହେବା ପାଇଁ ଇଡି ନୋଟିସ ଜାରି ପରେ ସେ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।