‘ବିକ୍ରମ’କୁ ପଛରେ ପକାଇଲା ଫିଲ୍ମ ‘ପୋନ୍ନିୟନ ସେଲଭନ’

ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟନ ସେଲଭନ’ ସେପ୍ଟେମ୍ବର ୩୦ରେ ରିଲିଜ୍‌ ହେବା ପରେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ରିଲିଜ୍‌ ହେବାର ୩ ଦିନରେ ପ୍ରାୟ ୨୫୦ କୋଟିରୁ ଅଧିକ ଆୟ କରି ରେକର୍ଡ ସୃଷ୍ଟି କରିଛି। ଏକ ରିପୋର୍ଟ ଅନୁଯାୟୀ, ପୋନ୍ନିୟନ ସେଲଭନ ବ୍ରିଟେନରେ କମଲ ହାସନଙ୍କ ‘ବିକ୍ରମ’କୁ ଅତିକ୍ରମ କରିଛି। ଏହା ସହିତ ପୋନ୍ନିୟନ ସେଲଭନ ବ୍ରିଟେନରେ ସର୍ବାଧିକ ଆୟ କରିଥିବା ତାମିଲ ଚଳଚ୍ଚିତ୍ରରେ ପରିଣତ ହୋଇଛି।
ଫିଲ୍ମରେ ଚିୟାନ ବିକ୍ରମ, ଐଶର୍ଯା ରାୟ ବଚ୍ଚନ, କାର୍ଥୀ, ଜୟମ ରବି, ତ୍ରିଶାଙ୍କ ଭଳି ଷ୍ଟାରକାଷ୍ଟ ରହିଛନ୍ତି। ଭାରତୀୟ ଇତିହାସରେ ସବୁଠୁ ପରାକ୍ରମଶାଳୀ ସାମ୍ରାଜ୍ୟ ମଧ୍ୟରୁ ଏକ ଚୋଳ ସାମାଜ୍ର୍ୟ ଉପରେ ଆଧାରିତ ଏହି ଫିଲ୍ମ। ଯାହା ବକ୍ସ ଅଫିସରେ ରେକର୍ଡ କରିଛି। ଆମେରିକା, ଅଷ୍ଟ୍ରେଲିଆ ଏବଂ ୟୁକେ ପରି ଦେଶଗୁଡିକରେ ମଧ୍ୟ ‘ପୋନ୍ନିୟନ ସେଲଭନ-୧’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି।