ଓଟିଟିରେ ରିଲିଜ ହେବ ଏହି ଫିଲ୍ମ , ସାଟେଲାଇଟ ସଂଯୋଗ ମାଧ୍ୟମରେ ମଧ୍ୟ ଦେଖିପାରିବେ

ଚଳଚ୍ଚିତ୍ର ନିର୍ମାତା ଅଲି ଅବ୍ବାସ ଜାଫରଙ୍କ ପ୍ରଥମ ଫିଲ୍ମ ‌‘ଖାଲି ପିଲି’ ଓଟିଟିରେ ମୁକ୍ତିଲାଭ ପାଇଁ ଘୋଷଣା ହୋଇଛି। ନିର୍ମାତାଙ୍କ ନିଷ୍ପତ୍ତି ଅନୁଯାୟୀ, ମକବୁଲ ଖାନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଗାନ୍ଧୀ ଜୟନ୍ତୀ ଅର୍ଥାତ ଅକ୍ଟୋବର ୨ରେ ପ୍ରିମିୟର ହେବ। ଅବଶ୍ୟ ଏହି ଚଳଚ୍ଚିତ୍ରଟି ଓଟିଟିରେ ରିଲିଜ ହେବ। ମାତ୍ର ଏହାକୁ ଦେଖିବା ପାଇଁ ଗ୍ରାହକଙ୍କୁ ଅଲଗା ଖର୍ଚ୍ଚ ଦେବାକୁ ପଡିବ। କାରଣ, ଏହି ଚଳଚ୍ଚିତ୍ରଟି କେବଳ ସବସ୍କ୍ରିପଶନ ଦ୍ୱାରା ନୁହେଁ, ପେ ପର ଭ୍ୟୁ ଅନୁଯାୟୀ ଟଙ୍କା ନେବ।

Share