ଅଟୋଗ୍ରାଫ୍‌ ପାଇବା ପରେ ଧୋନୀଙ୍କ ହାତକୁ ଚୁମ୍ବନ ଦେଲେ ଫିଲ୍ମ ନିର୍ଦ୍ଦେଶକ

ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥାଇ ପାରନ୍ତି, କିନ୍ତୁ ତାଙ୍କ କ୍ରେଜ୍‌ ଏବେ ବି ରହିଛି। ସେ ଜୁଆଡେ ଯାଆନ୍ତି, ତାଙ୍କ ପ୍ରଶଂସକମାନେ ତାଙ୍କୁ ଫଲୋ କରନ୍ତି। ଆଇପିଏଲ ୨୦୨୩ରେ ତାଙ୍କ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଯେଉଁଠାକୁ ଖେଳିବାକୁ ଯାଇଥିଲେ, ହଜାର ହଜାର ପ୍ରଶଂସକ ତାଙ୍କୁ ଏବଂ ତାଙ୍କ ଦଳକୁ ସମର୍ଥନ କରିବାକୁ ଆସିଥିଲେ। ଧୋନୀ ବର୍ତ୍ତମାନ ତାଙ୍କ ପ୍ରଡକ୍ସନ ହାଉସ ଫିଲ୍ମ ‘ଏଲଜିଏମ’ର ଟ୍ରେଲର ଲଞ୍ଚ ପାଇଁ ଚେନ୍ନାଇରେ ଅଛନ୍ତି। ଟ୍ରେଲର ଲଞ୍ଚ ପରେ ଧୋନୀ ସାଉଥ ନିର୍ଦ୍ଦେଶକ ଭିଗ୍ନେଶ ଶିବନଙ୍କୁ ଭେଟିଥିଲେ। ଏହି ସମୟରେ ଭିଗ୍ନେଶ ମଧ୍ୟ ତାଙ୍କଠାରୁ ଏକ ଅଟୋଗ୍ରାଫ ନେଇଥିଲେ। ଏହାର ଭିଡିଓ ସାମ୍ନାକୁ ଆସିଛି।
ଭିଗ୍ନେଶ ଟି-ଶର୍ଟରେ ଧୋନୀଙ୍କ ଅଟୋଗ୍ରାଫ ନେଇଥିଲେ। ମାହି ଅଟୋଗ୍ରାଫ ଦେବା ମାତ୍ରେ ସେଠାରେ ଉପସ୍ଥିତ ଲୋକମାନେ ଖୁସିରେ ନାଚିବାକୁ ଲାଗିଲେ। ଖୁସିରେ ଏହି ଭିଗ୍ନେଶ ଧୋନୀଙ୍କ ହାତକୁ ଚୁମ୍ବନ ଦେଇଥିଲେ। ଏହାର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି।

Share