ମହାକାଶରେ ‘ଚ୍ୟାଲେଞ୍ଜ’ର ଶୁଟିଂ

ମସ୍କୋ, ୫ା୧୦: ଏଣିକି ମହାକାଶରେ ଶୁଭିବ ଲାଇଟ୍‌ସ, କ୍ୟାମେରା ଏବଂ ଆକ୍ସନ ଶବ୍ଦ। ପର୍ଯ୍ୟଟନ ପରେ ଏବେ ଦୁନିଆ ଦେଖିବ ସ୍ପେସ୍‌ରେ ଫିଲ୍ମ ଶୁଟିଂ ଦୃଶ୍ୟ। ମହାକାଶ ଇତିହାସରେ ପ୍ରଥମ ଥର ପାଇଁ ରୁଷିଆ ଏଭଳି ବିରଳ ରେକର୍ଡର ଅଧିକାରୀ ହେବାକୁ ଯାଉଛି। ପୃଥିବୀ କକ୍ଷରେ ଚଳଚ୍ଚିତ୍ର ‘ଚ୍ୟାଲେଞ୍ଜ’ର ଶୁଟିଂ ପାଇଁ ମଙ୍ଗଳବାର ସ୍ଥାନୀୟ ସମୟ ଅପରାହ୍ନ ୧ଟା ୫୫ରେ ରୁଷିଆ ସ୍ପେସ୍‌କ୍ରାଫ୍ଟ ସୌୟୁଜ୍‌ ଏମ୍‌-୧୯ ଯୋଗେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନ ଅଭିମୁଖେ ଯାଇଛନ୍ତି ଅଭିନେତ୍ରୀ ୟୁଲିଆ ପେରେସିଲ୍ଡ ଏବଂ ନିର୍ଦ୍ଦେଶକ କ୍ଲିମ୍‌ ଶିପେନ୍‌କୋ। ୩ଟି ସ୍ପେସ୍‌ ମିଶନର ଅନୁଭୂତି ଥିବା ମହାକାଶଚାରୀ ଆନ୍‌ଟୋନ୍‌ ଶ୍କାପ୍ଲେରୋଭ ମଧ୍ୟ ଉକ୍ତ ସ୍ପେସ୍‌କ୍ରାଫ୍ଟରେ ଯାତ୍ରା କରିଛନ୍ତି। କାଜାଖସ୍ତାନର ବୈକୋନୁରସ୍ଥିତ ରୁଷିଆର ସ୍ପେସ୍‌ ଲଞ୍ଚ ଷ୍ଟେଶନରୁ ଏହି ମହାକାଶ ଯାନ ବାହାରି ପୃଥିବୀ କକ୍ଷପଥରେ ପହଞ୍ଚିଛି।
ଜଣେ ମହିଳା ଡାକ୍ତରଙ୍କ କାହାଣୀ ଉପରେ ଚଳଚ୍ଚିତ୍ର ‘ଚ୍ୟାଲେଞ୍ଜ’ ଆଧାରିତ। ଜଣେ ମହାକାଶଚାରୀ ଅସୁସ୍ଥ ହୋଇପଡ଼ିବାରୁ ଡାକ୍ତରଙ୍କୁ ସ୍ପେସ୍‌କୁ ଯିବାକୁ ପଡ଼ିଛି। ସ୍ପେସ୍‌ ଆଉଟ୍‌ପୋଷ୍ଟରେ ୧୨ ଦିନ ରହିବା ପରେ ସେମାନେ ରୁଷିଆ ମହାକାଶଚାରୀଙ୍କ ସହ ଭୂପୃଷ୍ଠକୁ ଫେରିବେ। ମହାକାଶରେ ଶୁଟିଂ ପାଇଁ ତାଙ୍କୁ ୪ ମାସ ଧରି ଟ୍ରେନିଂ ନେବାକୁ ପଡ଼ିଛି ବୋଲି ବହୁ ସଫଳ ଚଳଚ୍ଚିତ୍ର ନିର୍ମାଣ କରିସାରିଥିବା ୩୮ ବର୍ଷୀୟ ଶିପେନ୍‌କୋ କହିଛନ୍ତି। ଏହା ପୂର୍ବରୁ ହଲିଉଡ୍‌ ଷ୍ଟାର ଟମ୍‌ କ୍ରୁସ୍‌ ସ୍ପେସ୍‌ରେ ତାଙ୍କ ଫିଲ୍ମ ‘ମିଶନ ଇମ୍ପ୍‌ପଶିବଲ’ ଶୁଟିଂ ପାଇଁ ଘୋଷଣା କରିଥିଲେ। ହେଲେ ଏବେ ସୁଦ୍ଧା ସେ ଏ ନେଇ କୌଣସି ଅପ୍‌ଡେଟ୍‌ ଦେଇ ନ ଥିବାରୁ ଆମେରିକା ପୂର୍ବରୁ ରୁଷିଆ ବାଜି ମାରିନେବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri