ରିଲିଜ୍‌ ହେଲା ଫିଲ୍ମ ‘ବିକ୍ରମ ଭେଧା’

ମୁମ୍ବାଇ: ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ବିକ୍ରମ ଭେଧା’। ଅଭିନେତା ହ୍ରିତିକ୍‌ ରୋଶନ ଓ ସୈଫ ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଏହି ଫିଲ୍ମକୁ ଦର୍ଶକ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଥିଲେ। ଆଜି ସେହି ଅପେକ୍ଷାର ଅନ୍ତ ଘଟିଛି। ନିକଟରେ ଏହାର ଟ୍ରେଲର ରିଲିଜ୍‌ ହୋଇଥିଲା। ଯାହାକୁ ପ୍ରଶଂସକ ପସନ୍ଦ କରିଥିଲେ। ଟ୍ରେଲରେ ହ୍ରିତିକ ଜଣେ ଗ୍ୟାଙ୍ଗଷ୍ଟର୍‌ ଭୂମିକାରେ ନଜର ଆସୁଥିବା ବେଳେ ସୈଫ ଜଣେ ପୋଲିସ କର୍ମଚାରୀ ଭୂମିକାରେ ନଜର ଆସିଥିଲେ। ପୁଷ୍କର ଗାୟତ୍ରୀ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ହ୍ରିତିକ -ସୈଫଙ୍କ ବ୍ୟତିତ ରାଧିକା ଆପତେ ଏବଂ ରୋହିତ ସରାଫ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହା ୨୦୧୭ ତାମିଲ ଫିଲ୍ମର ହିନ୍ଦୀ ରିମେକ୍‌ ଅଟେ।

Share