ଏହି ଦିନ ରିଲିଜ୍‌ ହେବ ଫିଲ୍ମ ‘ଆଚାର୍ଯ୍ୟ’ ଏବଂ ‘ସରକାରୁ ଭାରି ପଟ୍ଟା’

ମେଗାଷ୍ଟାର ଚିରଞ୍ଜୀବି ଏବଂ ରାମଚରଣଙ୍କ ଫିଲ୍ମ ‘ଆଚାର୍ଯ୍ୟ’ ଆସନ୍ତା ଏପ୍ରିଲ ୨୯ ତାରିଖରେ ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି। ଏହା ସହିତ ମହେଶ ବାବୁଙ୍କ ଅଭିନୀତ ଫିଲ୍ମ ‘ସରକାରୁ ଭାରି ପଟ୍ଟା’ର ରିଲିଜ୍‌ ତାରିଖ ମେ ୧୨ ତାରିଖକୁ ଧାର୍ଯ୍ୟ କରାଯାଇଛି। ଏ ନେଇ ସମସ୍ତ ସିନେମାର ପ୍ରଯୋଜନା ସଂସ୍ଥା ପକ୍ଷରୁ ସୋସିଆଲ ମିିଡିଆରେ ଫିଲ୍ମର ପୋଷ୍ଟର ସହିତ ରିଲିଜ୍‌ ତାରିଖ ପୋଷ୍ଟ କରିଛନ୍ତି।
ଆଚାର୍ଯ୍ୟ ଫିଲ୍ମରେ ଚିରଞ୍ଜୀବିଙ୍କ ସହିତ ପୁଅ ରାମଚରଣ,ଅଭିନେତ୍ରୀ ପୂଜା ହେଗ୍‌ଡେ ଏବଂ କାଜଲ ଅଗ୍ରୱାଲ ମଧ୍ୟ ନଜର ଆସିବେ। ଫେବୃୟାରୀ ୪ ତାରିଖରେ ଫିଲ୍ମ ଆଚାର୍ଯ୍ୟ ରିିଲିଜ୍‌ ହେବାର ଥିଲା। ତେବେ କୋଭିଡ୍‌ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନ କୋଭିଡ୍‌ ପରିସ୍ଥିତିରେ ସୁଧାର ଆସିବା ପରେ ଏହାକୁ ଏପ୍ରିଲ ୨୯ ତାରିଖରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି।

Share