ଛତ୍ରପୁରରେ ଶଟ୍‌ଡାଉନର ପଞ୍ଚମ ଦିନ: ନିୟମରେ ଖିଲାପ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଏନ୍‌ଏସିରେ ୬ ଦିନିଆ ଶଟଡାଉନ ଜାରି ରହିଛି। ଶନିବାର ଶଟଡାଉନର ପଞ୍ଚମ ଦିନରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଛତ୍ରପୁର ସହରରେ ସାଇରନ ବଜାଇ ଲୋକଙ୍କୁ ଘରେ ରହିବାକୁ କୁହାଯାଇଛିା ଏହାର ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରଯାଇଛି। ଛତ୍ରପୁର ତହସିଲଦାର ନୀଳ ମାଧବ ଭୋଇ, ଏନଏସି ନିର୍ବାହୀ ଅଧିକାରୀ ଏନ୍‌ ଗଣେଶ ବାବୁ, ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ପ୍ରମୁଖ ଲୋକଙ୍କୁ ସଚେତନ କରିଛନ୍ତି।
ସୂଚନାଯୋଜ୍ୟ, ଏନ୍‌ଏସି ଅଞ୍ଚଳର ବିଭିନ୍ନ ସ୍ଥାନରେ କରୋନା ରୋଗୀ ଚିହ୍ନଟ ହେଉଥିବାରୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଛତ୍ରପୁର ଏନ୍‌ଏସିକୁ ୬ ଦିନ ପାଇଁ ଶଟଡାଉନ ଘୋଷଣା କରିଥିଲେ। ଅପରପକ୍ଷରେ ଦୈନିକ ପଜିଟିଭ ସଂଖ୍ୟା ଏଠାରେ ବଢୁଥିବା ଦେଖିବାକୁ ମିଳିଛି। ପରେ ବାରାକ ସାହି, କଳ୍ପବାସୀନଗରକୁ ସିଲ୍‌ କରାଯାଇଛି। ପୁଣି ନିୟ୍ୟୁ ମେଡିକାଲ କଲୋନୀରେ ମଧ୍ୟ ଛତ୍ରପୁର ହସ୍ପିଟାଲର ଆଟେନାଣ୍ଟ ଶୁକ୍ରବାର ପଜିଟିଭ ଚିହ୍ନଟ ହୋଇଛନ୍ତି । ୩ ଦିନ ପରେମଧ୍ୟ ସ୍ବାସ୍ଥ୍ୟ ଟିମ ସେଠାରେ ପହଞ୍ଚି ନାହିଁ।