Posted inରାଜ୍ୟ

ଆମରଣ ଅନଶନରେ ବସିବ ଅଭିଭାବକ ମହାସଂଘ

ଭୁବନେଶ୍ୱର, ୩।୭(ବ୍ୟୁରୋ) – ସ୍କୁଲ ଫି’ ଛାଡ଼ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅନେକ ଶିକ୍ଷାନୁଷ୍ଠାନ ପାଳନ କରୁନାହାନ୍ତି। ଏହାର ପ୍ରତିବାଦରେ ଆସନ୍ତା ୮ ତାରିଖରୁ ଓଡ଼ିଶା ଅଭିଭାବକ ମହାସଂଘ ଭୁବନେଶ୍ୱର ଏଡିଏମ୍‌ଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିବ ବୋଲି ଚେତାବନୀ ଦେଇଛି।

ସଂଘର କହିବାନୁଯାୟୀ, କରୋନା ମହାମାରୀରେ ଘରୋଇ ସ୍କୁଲରେ ଫି’ ଆଦାୟ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏମ୍‌ଓୟୁ ହୋଇ କେତୋଟି ସ୍ଲାବ୍‌ରେ ଫି’ ଛାଡ଼ ପାଇଁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟଙ୍କ ରାୟ ପରେ ବିଭାଗ ପକ୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ପୂର୍ବରୁ ଏମ୍‌ଓୟୁରେ ସାମିଲ ନ ଥିବା ସ୍କୁଲମାନେ ରିଆଡ୍‌ମିଶନ, ସେସନ, ପରୀକ୍ଷା, ଡେଭଲପ୍‌ମେଣ୍ଟ ଆଦି ଅନ୍ୟ ଫି’କୁ ଛାଡ଼ି କେବଳ ଟ୍ୟୁଶନ ଫି’ରୁ ୧୫% ଛାଡ଼ କରି ଅଭିଭାବକଙ୍କଠାରୁ କିଛି ମାସ ସମୟ ଦେଇ ଆଦାୟ କରିବାକୁ କୁହାଯାଇଥିଲା। ଏ ନେଇ ଗତ ଜୁନ ୩ରେ ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାସେ ବିତିଯାଇଥିଲେ ସୁଦ୍ଧା ନିର୍ଦ୍ଦେଶ ଠିକ ଭାବେ କାର୍ଯ୍ୟକାରୀ ହେଲା ନାହିଁ। ଏପରିକି ଫି’ ଆଦାୟକୁ ନେଇ କୌଣସି ସ୍କୁଲ ପିଲାଙ୍କୁ ଅନ୍‌ଲାଇନ ପାଠପଢ଼ା, ପରୀକ୍ଷା, ପ୍ରୋଗ୍ରେସ କାର୍ଡ, କ୍ଲାସ ପ୍ରମୋଗଶନ ଆଦିରୁ ବଞ୍ଚତ୍ତ କରିପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଥିବାବେଳେ ଅନେକ ସ୍କୁଲ ଆଦୌ ମାନୁନାହାନ୍ତି। ତେଣୁ ଆସନ୍ତା ୭ ତାରିଖ ସୁଦ୍ଧା ନିର୍ଦ୍ଦେଶର ଠିକ୍‌ କାର୍ଯ୍ୟକାରୀ ନ ହେଲେ ୮ ତାରିଖରେ ମହାସଂଘର ଭୁବନେଶ୍ୱର ଆବାହକ ପ୍ରଦ୍ୟୁମ୍ନ ମିଶ୍ରଙ୍କ ନେତୃତ୍ୱରେ ୧୦୦ରୁ ଊର୍ଦ୍ଧ୍ୱ ଅଭିଭାବକ ନେତା ଅନଶନରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ମହାସଂଘ ଜିଲାପାଳଙ୍କୁ ଚିଠି ଲେଖି ମଧ୍ୟ ଜଣାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri