ଜଙ୍ଗଲ ନିଆଁ

ଚଳିତ ବର୍ଷ ଜାନୁଆରୀରେ ଆମେରିକା ଭଳି ବିକଶିତ ଦେଶ ଲସ୍‌ଏଞ୍ଜେଲସ୍‌ର ଜଙ୍ଗଲ ନିଆଁକୁ ଆୟତ୍ତ କରିବାରେ ବିଫଳହେବା ଦେଖାଯାଇଥିଲା। ଏଥିରେ ଅଧିକାଂଶ ଧନୀ ଓ ଗରିବ ପରିବାରଙ୍କ ଘର ପୋଡ଼ିଯିବା ସହ ୨୮ରୁ ଅଧିକଙ୍କ ମୃତ୍ୟୁ, ୩୧ ନିଖୋଜ ଏବଂ ୨ ଲକ୍ଷରୁ ଊଦ୍ଧ୍ୱର୍‌ବ ଲୋକ ବିସ୍ଥାପିତ ହୋଇଥିଲେ। ଏହି ଘଟଣା ସାରା ବିଶ୍ୱକୁ ଜଙ୍ଗଲ ନିଆଁର ଭୟାବହତା ସମ୍ପର୍କରେ ଚେତାଇଦେଇଥିଲା। ଏହା ପୂର୍ବରୁ ମଧ୍ୟ ୨୦୨୦ରେ ଅଷ୍ଟ୍ରେଲିଆରେ ବନାଗ୍ନି ଯୋଗୁ ୩୩ ଲୋକଙ୍କ ମୃତ୍ୟୁହେବା ସହ ୧୦-୩୦ ଲକ୍ଷ ପ୍ରାଣୀଙ୍କର ମୃତ୍ୟୁ କିମ୍ବା ସ୍ଥାନାନ୍ତର ହୋଇଥିଲେ। ନିକଟ ଅତୀତରେ ବିଶ୍ୱସ୍ତରରେ ଏହି ଦୁଇଟି ଘଟଣା ଜଙ୍ଗଲ ନିଆଁର କ୍ଷତିକୁ ଦର୍ଶାଉଛି। ବିଶ୍ୱରେ ଆମେରିକା, କାନାଡା, ରୁଷିଆ, ଅଷ୍ଟ୍ରେଲିଆ, ଇଟାଲୀ, ଗ୍ରୀସ୍‌, ଚାଇନା, ଇଣ୍ଡୋନେସିଆ, ବ୍ରାଜିଲ, ବଲିଭିଆ, ଚିଲି, ଆର୍ଜେଣ୍ଟିନା ଏବଂ ଭାରତ ଆଦି ଦେଶରେ ଜଙ୍ଗଲ ନିଆଁ ଅଧିକ ଘଟିଥାଏ। ଭାରତରେ ମୁଖ୍ୟତଃ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଜଙ୍ଗଲ ନିଆଁ ପ୍ରତିବର୍ଷ ବିପୁଳ କ୍ଷତି ଘଟାଉଛି। ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ତଥ୍ୟ ଅନୁଯାୟୀ ୨୦୨୩-୨୪ରେ ଉତ୍ତରାଖଣ୍ଡରେ ସର୍ବାଧିକ ଜଙ୍ଗଲ ନିଆଁ ଘଟଣା ଘଟିଥିବାବେଳେ ଏହା ପଛକୁ ଓଡ଼ିଶା ଏବଂ ତୃତୀୟରେ ଝାଡ଼ଖଣ୍ଡ ରହିଥିଲା। ଓଡ଼ିଶାରେ ୨୦୨୩ରେ ୩୬,୭୧୩ଟି ଓ ୨୦୨୪ରେ ୨୨,୮୬୮ଟି ସ୍ଥାନରେ ନିଆଁ ଲଗିଥିଲା। କିନ୍ତୁ ଚଳିତ ବର୍ଷ ଜାନୁଆରୀ ୧ରୁ ମାର୍ଚ୍ଚ ୧୭ ମଧ୍ୟରେ ରାଜ୍ୟରେ ୧୬,୭୦୩ଟି ସ୍ଥାନରେ ନିଆଁ ଲାଗିସାରିଲାଣି। ବିଗତ ବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଏହି ଅବଧିରେ କମ୍‌ ସ୍ଥାନରେ ନିଆଁ ଲାଗିଥିବା ବନ ବିଭାଗ ପକ୍ଷରୁ କୁହାଯାଉଛି ଏବଂ ଏହାକୁ ଲିଭାଇବାରେ ସଫଳତା ମିଳୁଛି ବୋଲି ଦାବି କରାଯାଉଛି। କିନ୍ତୁ ମାର୍ଚ୍ଚ ୧୭ ତାରିଖରେ ଢେଙ୍କାନାଳ ଜିଲା ମହାବିରୋଡ଼ ଥାନା ଅନ୍ତର୍ଗତ ଗୋବରୀ ଗାଁର ଜଣେ ମହିଳା ଜଙ୍ଗଲ ନିଆଁ କବଳରୁ ନିଜ ଘରକୁ ରକ୍ଷାକରିବାକୁ ଚେଷ୍ଟା କରୁଥିବା ସମୟରେ ପ୍ରାଣ ହରାଇଛନ୍ତି। ଏହା ବ୍ୟତୀତ ମୟୂରଭଞ୍ଜ ଜିଲା ବାରିପଦା ସର୍କଲ ଅଧୀନରେ ଥିବା ଶିମିଳିପାଳ ଅଭୟାରଣ୍ୟରେ ମୋଟ ୩୩ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ କରାଯାଇଥିଲା ଏବଂ ନିଆଁକୁ ୯୭ ପ୍ରତିଶତ ନିୟନ୍ତ୍ରଣ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ପୂର୍ବ ବର୍ଷ ତୁଳନାରେ ଅଦ୍ୟାବଧି କମ୍‌ ସ୍ଥାନରେ ନିଆଁ ଲାଗିଥିବା କହି ଆଶ୍ୱସ୍ତ ହେଉଥିବା ବନ ବିଭାଗ ଲସ୍‌ ଏଞ୍ଜେଲସ୍‌ ଭଳି ପ୍ରଚଣ୍ଡ ନିଆଁକୁ ଲିଭାଇବାରେ କେତେ ସଫଳ ହେବ ତାହାର ସମୀକ୍ଷା କରିବା ଆବଶ୍ୟକ। ଗ୍ରୀଷ୍ଣ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ବଢ଼ି କେତେକ ସ୍ଥାନରେ ୪୦ ଟପିଗଲାଣି। ଗତ ବର୍ଷ ମଧ୍ୟ ବୃଷ୍ଟିପାତ ଅନୁପାତ କମିଛି। ଏଣୁ ସ୍ଥିତି ଉପରେ ନଜର ରଖିବା ସହ ବ୍ୟାପକ ପ୍ରସ୍ତୁତି କରାଗଲେ ଭବିଷ୍ୟତରେ ନିଆଁକୁ ଆୟତ୍ତ କରାଯାଇପାରିବ। ଏହା ହେଲେ ଜଙ୍ଗଲ ନିଆଁର ସାମାଜିକ, ଆର୍ଥିକ ତଥା ଜୈବବିବିଧତା କ୍ଷତିକୁ ରୋକିବାରେ ବନ ବିଭାଗ ସକ୍ଷମ ହେବ।
ରାଜ୍ୟରେ ପାଖାପାଖି ୯୯ ପ୍ରତିଶତ ଜଙ୍ଗଲ ନିଆଁ ମନୁଷ୍ୟକୃତ ବୋଲି କୁହାଯାଉଛି। ଦର୍ଶାଯାଉଛି ଯେ ସ୍ଥାନୀୟ ଲୋକେ ମହୁଲଫୁଲ ସଂଗ୍ରହ କରିବା ପୂର୍ବରୁ କିମ୍ବା ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି । ଏଣୁ ନିଆଁକୁ ନିୟନ୍ତ୍ରଣ କରିବାକୁ ହେଲେ ସେମାନଙ୍କୁ ସଚେତନ କରିବା ସହ ବିଭିନ୍ନ ଗୋଷ୍ଠୀ ବା କମିଟିକୁ ନିୟୋଜିତ କରାଯିବା ଦରକାର। କାରଣ ଜଙ୍ଗଲରେ ନିଆଁ ଲାଗିଲେ ସେମାନେ ହିଁ ସର୍ବପ୍ରଥମେ ତାହାକୁ ଠାବକରି ପଦକ୍ଷେପ ନେଇପାରିବେ। ଏହା ବ୍ୟତୀତ ସେମାନଙ୍କୁ ୫ କି ୧୦ହଜାର ଟଙ୍କା ନୁହେଁ ଏହାଠାରୁ ଯଥେଷ୍ଟ ବେଶି ଆକର୍ଷଣୀୟ ଆର୍ଥିକ ପୁରସ୍କାର ଦେବାର ବ୍ୟବସ୍ଥା କରାଗଲେ ସୁଫଳ ମିଳିବ। ସବୁଠୁ ବଡ଼ ସମସ୍ୟା ହେଉଛି ଜଙ୍ଗଲରେ ଜଳଉତ୍ସର ଅଭାବ । ଏହା ସହ ନିଆଁଲିଭା ପାଇଁ ଫାୟାର ଷ୍ଟେଶନ ବା ଦମକଳ କେନ୍ଦ୍ର ସଂଖ୍ୟା ଜଙ୍ଗଲ ନିକଟରେ କମ୍‌ ରହିଥିବା ଦେଖାଯାଏ। କେବଳ ଏତିକି ନୁହେଁ , ଯେଉଁ ସବୁ ଅତ୍ୟାଧୁନିକ ଗାଡ଼ି ଓ ଯନ୍ତ୍ରପାତି କିଣାଯାଉଛି ତାହା ମଧ୍ୟ ଜଙ୍ଗଲ ଅନୁଯାୟୀ ଯଥେଷ୍ଟ ନୁହେଁ। ଯଦି ଶିମିଳିପାଳ ଉଦାହରଣ ଦେଖିବା, ତେବେ ୨୭୫୦ ବର୍ଗ କି.ମି. ବ୍ୟାପୀ ଜଙ୍ଗଲରେ ନିଆଁ ନିୟନ୍ତ୍ରଣ କରିବାକୁ ପାଖାପାଖି ୨୮ଟି ପାହାଡ଼ ଚଢ଼ା ଗାଡ଼ି ରହିଥିବା ଜଣାଯାଏ, ଯାହା ଅତି ନଗଣ୍ୟ। ଏହା ବ୍ୟତୀତ ଜଙ୍ଗଲ ନିକଟସ୍ଥ ବ୍ଲକ୍‌ ମୁଖ୍ୟାଳୟରେ ଥିବା ଦମକଳ କେନ୍ଦ୍ରଗୁଡ଼ିକ ଦୂରରେ ରହୁଥିବାରୁ ନିଆଁ ନିୟନ୍ତ୍ରଣ ଏକ ପ୍ରକାର କଷ୍ଟକର କାର୍ଯ୍ୟ। ଏଭଳି ସ୍ଥିତି ଯଦି ଶିମିଳିପାଳରେ ତେବେ ଓଡ଼ିିଶାର ଭୌଗୋଳିକ କ୍ଷେତ୍ରର ୩୩.୫୦ ପ୍ରତିଶତ ଅର୍ଥାତ୍‌ ୫୨,୧୫୬ ବର୍ଗ କିଲୋମିଟର ଜଙ୍ଗଲ ସୁରକ୍ଷା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ମାତ୍ର ୪୦ କୋଟି ଟଙ୍କା ଦିଆଯାଇଛି ଜଙ୍ଗଲ ନିଆଁ ସମ୍ଭାଳିବା ପାଇଁ। ସ୍ଥାନୀୟ ଲୋକଙ୍କୁ ପ୍ରଶିକ୍ଷଣ ଦେବା, ସେମାନଙ୍କ ଦ୍ୱାରା ଶୁଖିଲାପତ୍ର, ଡାଳ ଏବଂ ମରିଯାଇଥିବା ଗଛକୁ ଜଙ୍ଗଲ ଭିତରେ ଥିବା ଖୋଲା ଜାଗାରେ ରଖିବା ଭଳି ଅନେକ ଉପାୟ ରହିଛି, ଯେଉଁଥିରେ ଜଙ୍ଗଲ ନିଆଁ ଆୟତ୍ତ କରିହେବ। ଏହି କ୍ଷେତ୍ରରେ ମଧ୍ୟପ୍ରଦେଶ ଭଳି ରାଜ୍ୟର ଅନୁଭୂତି ବିଶେଷ ଭାବରେ ପ୍ରଶଂସନୀୟ। ସେ ରାଜ୍ୟରୁ ଶିକ୍ଷା ଲାଭକରି ଯଦି ଓଡ଼ିଶାର ବିଭିନ୍ନ ଗ୍ରାମରେ ଯୁବତୀଯୁବକଙ୍କୁ ନିଯୁକ୍ତି ଦିଆଯାଇପାରନ୍ତା, ତେବେ ଏହି ସମସ୍ୟାର ଏକ ବଡ଼ ଅଂଶ ସମାଧାନ ବାହାର କରିହୁଅନ୍ତା। ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ବିନା ଜଙ୍ଗଲ ଭଳି ଜୀବନ ପାଇଁ ଅତ୍ୟାବଶ୍ୟକ ପ୍ରାକୃତିକ ସମ୍ପଦକୁ ବଞ୍ଚାଇବା ଅସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?