Categories: ଖେଳ

ବାପା ହେଲେ ମାକ୍ସଓ୍ବେଲ୍‌

ସିଡନୀ,୧୫।୯: ଅଷ୍ଟ୍ରେଲୀୟ କ୍ରିକେଟ ଦଳର ଖେଳାଳି ଗ୍ଲେନ ମ୍ୟାକ୍ସୱେଲ ବାପା ହୋଇଛନ୍ତି। ମ୍ୟାକ୍ସୱେଲଙ୍କ ସ୍ତ୍ରୀ ଭିନି ରମଣ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଭିନି ସୋସିଆଲ ମିଡିଆରେ ଶିଶୁର ଅଧା ଫଟୋ ଶେୟାର କରିଛନ୍ତି। ଏଥିରେ ତାଙ୍କର ଏବଂ ମ୍ୟାକ୍ସୱେଲଙ୍କ ହାତ ମଧ୍ୟ ଦୃଶ୍ୟମାନ ହେଉଛି। ପୁଅର ନାମ ଲୋଗାନ ମାଭେରିକ ମ୍ୟାକ୍ସୱେଲ ରଖାଯାଇଛି। ମ୍ୟାକ୍ସୱେଲ-ଭିନିଙ୍କ ଏହି ପୋଷ୍ଟ ପରେ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି।
ମ୍ୟାକ୍ସୱେଲ ଏବଂ ଭିନି ୧୮ମାର୍ଚ୍ଚ ୨୦୨୨ ରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ସହିତ ବିବାହ କରିଥିଲେ।

Share