ଏହି ଅଭିନେତ୍ରୀଙ୍କ ବିବାହକୁ ନେଇ ଏମିତି ସର୍ତ୍ତ ରଖିଥିଲେ ଶ୍ୱଶୁର

ବଲିଉଡ୍‌ ଅଭିନେତ୍ରୀ ବବିତା କପୁର ବଲିଉଡକୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ସେ ୧୯୬୬ ମସିହାରେ ଫିଲ୍ମ ‘ଦଶ ଲାକ୍ଷ’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ହିଟ୍‌ ହୋଇଥିଲା । ପରେ ତାଙ୍କ ନିକଟକୁ ଫିଲ୍ମର ଅଫର ଲାଗିଥିଲା। ବିବାହ ପରେ ତାଙ୍କୁ ଫିଲ୍ମ ଦୁନିଆ ଛାଡିବାକୁ ପଡ଼ିଥିଲା। ତେବେ ପ୍ରସିଦ୍ଧ ଅଭିନେତ୍ରୀ ହୋଇ ସୁଦ୍ଧା ତାଙ୍କୁ ଲାଇମ୍‌ ଲାଇଟ୍‌ରୁ ଦୁରେଇ ଯିବାକୁ ପଡିଥିଲା। ତେବେ କାହିଁକି ସେ ଫିଲ୍ମ ଜଗତକୁ ବାୟ ବାୟ କରିଥିଲେ ଜାଣନ୍ତୁ ସେ ସମ୍ପର୍କରେ…

ଅଭିନେତା ରଣନ୍ଧୀର କପୁର ଏବଂ ବବିତା ଫିଲ୍ମ ‘ସଙ୍ଗମ’ର ଶୁଟିଂ ସେଟ୍‌ରେ ଭେଟିଥିଲେ। ଯେଉଁଠିକୁ ରଣନ୍ଧୀର ତାଙ୍କ ବାପା ରାଜ କପୁରଙ୍କ ସହ ଯାଇଥିଲେ। ଏଠାରେ ରଣନ୍ଧୀର ବବିତାଙ୍କୁ ଦେଖି ପସନ୍ଦ କରିଥିଲେ। ଦୁହେଁ ପ୍ରାୟ ଦୁଇ ବର୍ଷ ପରସ୍ପରକୁ ଡେଟ କରିଥିଲେ। ପରେ ବବିତା ରରନ୍ଧୀରଙ୍କୁ ବିବାହ କରିବାକୁ ନ ହେଲେ ସବୁଦିନ ପାଇଁ ଭୁଲି ଯିବାକୁ କହିଥିଲେ। କାରଣ ସେ ଜାଣିଥିଲେ କପୁର ଖାନ୍‌ଦାନରେ କୌଣସି ବୋହୂ ଅଭିନୟ କରନ୍ତି ନାହିଁ।

ପରେ ରଣନ୍ଧୀର ତାଙ୍କ ପରିବାରରେ ବବିତାଙ୍କ ବିଷୟରେ କହିଥିଲେ। ଯେଉଁଥିରେ ରାଜ କପୁର ଏକ ସର୍ତ୍ତ ରଖିଥିଲେ ଯେ, ରଣନ୍ଧୀରଙ୍କୁ ବିବାହ କରିବା ପାଇଁ ବାବିତାଙ୍କୁ ଅଭିନୟ ଛାଡିବାକୁ ପଡିବ।
ବବିତା ରଣନ୍ଧୀରଙ୍କୁ ବହୁତ ଭଲ ପାଉଥିଲେ ତେଣୁ ସେ ଏହି ସର୍ତ୍ତରେ ରାଜି ହୋଇଥିଲେ। ଦୁହେଁ ୬ ନଭେମ୍ବର ୧୯୭୧ରେ ବିବାହ କରିଥିଲେ। ପରେ ବବିତା ଲାଇମ୍‌ ଲାଇଟ୍‌ରୁ ଦୁରେଇ ଯାଇଥିଲେ।

Share