Categories: ଖେଳ

ପିତା କାରଗିଲରେ ବନ୍ଧୁକ ଚଳାଇ, ପୁଅ ରାଞ୍ଚିରେ ରନ ବର୍ଷା କରି ରଖିଲେ ଭାରତ ମାତାର ଟେକ

ରାଞ୍ଚି,୨୬।୨: ରାଞ୍ଚି ଟେଷ୍ଟରେ ଭାରତ ଜିତିଛି। ଏହି ଟେଷ୍ଟ ସହିତ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ୫ ମ୍ୟାଚ ଟେଷ୍ଟ ସିରିଜ ମଧ୍ୟ ଟିମ ଇଣ୍ଡିଆ ନାଁରେ ହୋଇଗଲା। ସିରିଜର ମାତ୍ର ଚାରିଟି ମ୍ୟାଚ ପରେ ଟିମ ଇଣ୍ଡିଆ ୩-୧ରେ ଅଗ୍ରଣୀ ହାସଲ କରିଛି।

ରାଞ୍ଚି ଟେଷ୍ଟରେ ଟିମ ଇଣ୍ଡିଆର ବିଜୟର ହିରୋ ଥିଲେ ଧ୍ରୁବ ଜୁରେଲ। ସେ ଏହି ଟେଷ୍ଟ ମ୍ୟାଚକୁ ୫ ୱିକେଟ ଜିତିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଏହି ମ୍ୟାଚର ଉଭୟ ଇନିଂସରେ ବହୁତ ଗୁରୁତ୍ୱପୂର୍ଣ୍ଣ ରନ ସ୍କୋର କରିଥିଲେ। ଏହି ଟେଷ୍ଟରେ ସେ ଟିମ ଇଣ୍ଡିଆ ପାଇଁ ସର୍ବାଧିକ ରନ ସ୍କୋରର୍‌ ହୋଇଥିଲେ।

ପ୍ରଥମ ଇନିଂସରେ ଯେତେବେଳେ ଟିମ ଇଣ୍ଡିଆ ୧୭୭ ରନ ପାଇଁ ୭ ୱିକେଟ ହରାଇଥିଲା, ଜୁରେଲ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନଙ୍କ ସହ ଛୋଟ ଏବଂ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରି ଟିମ ଇଣ୍ଡିଆକୁ ୩୦୦ରୁ ଅଧିକ ରନ ପର୍ଯ୍ୟନ୍ତ ନେଇଥିଲେ। ଧ୍ରୁବ ଜୁରେଲଙ୍କ ଇନିଂସ ଯୋଗୁଁ ହିଁ ଭାରତୀୟ ଦଳ ଇଂଲଣ୍ଡକୁ ଚ୍ୟାଲେଞ୍ଜ କରିବାର ସ୍ଥିତିରେ ଥିଲା। ଭାରତର ପ୍ରଥମ ଇନିଂସରେ ଜୁରେଲ ୧୪୯ବଲରେ ୯୦ ରନ ସଂଗ୍ରହ କରି ୬ ଚୌକା ଓ ୪ ଛକା ମାରିଥିଲେ। ଏହା ପରେ, ଦ୍ୱିତୀୟ ଇନିଂସରେ ଯେତେବେଳେ ଭାରତୀୟ ଦଳ ମାତ୍ର ୧୨୦ରନରେ ୫ ୱିକେଟ ହରାଇବା ପରେ ବ୍ୟାକଫୁଟରେ ଥିଲା, ଜୁରେଲ ଶୁବମାନ ଗିଲଙ୍କ ସହ ଭାରତକୁ ବିଜୟ ଆଡକୁ ନେଇଥିଲେ। ଦ୍ୱିତୀୟ ଇନିଂସରେ ଜୁରେଲ ଅପରାଜିତ ୩୯ ରନ ସ୍କୋର କରିଥିଲେ।
ରାଞ୍ଚି ଟେଷ୍ଟରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବିଜୟ ଏବଂ ପରାଜୟର ପାର୍ଥକ୍ୟ ରହି ଆସିଛି କେବଳ ଧ୍ରୁଭ ଜୁରେଲଙ୍କ ପାଇଁ। ତାଙ୍କର ଇନିଂସ ବିଜୟ ଏବଂ ପରାଜୟ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିଥିଲା । ଏହା କୁହାଯାଇପାରେ ଯେ ତାଙ୍କ ବ୍ୟାଟ ରାଞ୍ଚିରେ ଟିମ ଇଣ୍ଡିଆର ସମ୍ମାନ ରକ୍ଷା କରିଛି। ସେ ଏହି ଟେଷ୍ଟ ମ୍ୟାଚ ଉପରେ ଏତେ ଧ୍ୟାନ ଦେଇଥିଲେ ଯେ ସେ ଭାରତକୁ ବିଜୟ ଦେବା ପରେ ହିଁ ଫେରିଥିଲେ। ଯେପରି ତାଙ୍କ ପିତା କାରଗିଲ ଯୁଦ୍ଧରେ ଦୃଢ ଭାବରେ ଠିଆ ହୋଇଥିଲେ।
ସୂଚନାଯୋଗ୍ୟ, ୨୫ ବର୍ଷ ପୂର୍ବେ ଅର୍ଥାତ୍‌ ୧୯୯୯ରେ, ଭାରତ ଏବଂ ପାକିସ୍ଥାନ ମଧ୍ୟରେ କାରଗିଲ ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧରେ ଧ୍ରୁବ ଜୁରେଲଙ୍କ ପିତା ନେମ ସିଂ ମଧ୍ୟ ଭାଗ ନେଇଥିଲେ। ସେ ଭାରତୀୟ ସେନାରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସେ ଅବସରପ୍ରାପ୍ତ କିନ୍ତୁ କାରଗିଲ ଯୁଦ୍ଧ ସମୟରେ ସେ ଭାରତର ସୀମା ରକ୍ଷା କରିବାରେ ନିୟୋଜିତ ଥିଲେ।

Share