ପୁଅର ମୃତଦେହ ଛୁଇଁଲେନି ବାପା

ବୌଦ୍ଧ,୨୧।୬: ପୁଅର ମୃତ୍ୟୁ ପରେ ବାପା ମୃତଦେହ ଛୁଇଁଲେନି କି ସଂସ୍କାର ପାଇଁ ନେଲେନାହିଁ। ଫଳରେ ପୁତ୍ରବଧୂ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ବୁଝାଶୁଝା କରିବାରୁ ୧୦ ଘଣ୍ଟା ପରେ ମୃତଦେହ ସ୍ଥାନୀୟ ଶ୍ମଶାନରେ ସତ୍କାର କରାଯାଇଥିଲା। ସୋମବାର ଏଭଳି ଏକ ଘଟଣା ବୌଦ୍ଧ ଜିଲା ବାଉଁଶୁଣୀ ଥାନା ବଡଝାରକଟା ଗ୍ରାମରେ ଦେଖିବାକୁ ମିଳିଛି।
ପୋଲିସ ସୂଚନା ମୁତାବକ, ବଡଝାରକଟା ଗ୍ରାମର ଗଣେଶ୍ୱର ପ୍ରଧାନଙ୍କ ପ୍ରଥମ ସ୍ତ୍ରୀଙ୍କ ପୁଅ ହେଉଛନ୍ତି ମୃତ୍ୟୁଞ୍ଜୟ ପ୍ରଧାନ (୨୭)। ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଦ୍ୱିତୀୟ ବିବାହ କରିଥିଲେ। ଦ୍ୱିତୀୟ ବିବାହ ପରେ ଗଣେଶ୍ୱର କୁଆଡେ ପ୍ରଥମ ସ୍ତ୍ରୀଙ୍କ ପିଲାଙ୍କୁ ହତାଦର କରିଆସୁଥିଲେ। ପ୍ରାୟ ୩ ବର୍ଷ ତଳେ ମୃତ୍ୟୁଞ୍ଜୟ ପୁରୁଣାବହିରା ଗ୍ରାମରେ ବିବାହ କରିଥିଲେ। ଗତ ୪ ମାସ ହେଲା ସେ ଅଜଣା ରୋଗରେ ପୀଡିତ ହୋଇ ଶ୍ୱଶୁର ଘର ଗାଁରେ ରହି ଚିକିତ୍ସିତ ହେଉଥିଲେ। ରବିବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ଶ୍ୱଶୁର ଘର ଲୋକେ ତାଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରିଥିଲେ। ରାତି ପ୍ରାୟ ୧୧ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୋମବାର ମୃତଦେହ ବଡଝାରକଟା ଗ୍ରାମକୁ ନିଆଯାଇଥିଲା। ହେଲେ ବାପା ଗଣେଶ୍ୱର ପୁଅର ମୃତଦେହ ଗ୍ରହଣ କିମ୍ବା ସଂସ୍କାର କରିବାକୁ ମନା କରିଥିଲେ । ଫଳରେ ଦୀର୍ଘ ୧୦ ଘଣ୍ଟା ମୃତ୍ୟୁଞ୍ଜୟଙ୍କ ମୃତଦେହ ଘର ଆଗରେ ପଡି ରହିଥିଲା। ଏ ନେଇ ମୃତକଙ୍କ ସ୍ତ୍ରୀ ରଶ୍ମିତା ନ୍ୟାୟ ପାଇ ବାଉଁଶୁଣୀ ଥାନାରେ ଅଭିଯୋଗ କରିଥିଲେ । ବାଉଁଶୁଣୀ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ରାୟଗୁରୁ ଘଟଣାସ୍ଥଳରେ ପହଞ୍ଚତ୍ ପରିବାର ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ଜାତିଭାଇଙ୍କ ସହଯୋଗରେ ମୃତଦେହ ସତ୍କାର ପାଇଁ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri