କରୋନାର ସବୁଠାରୁ ଦ୍ରୁତତମ ମୃତ୍ୟୁହାର ଏବେ ଭାରତରେ: ପ୍ରତିଦିନ ୧୧ଶହ ଲୋକଙ୍କର ହେଉଛି ମୃତ୍ୟୁ

ନୂଆଦିଲ୍ଲୀ,୨ ।୧୦: ଦେଶରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ମୃତ୍ୟୁହାର ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପାଖାପାଖି ୧,୦୯୫ ଜଣଙ୍କ ମୃତ୍ୟୁ ହୋଇଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏବେ ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୯୯,୭୭୩ ରହିଥିବା ବେଳେ ଏହା ଖୁବ୍‌ଶୀଘ୍ର ୧ଲକ୍ଷ ଛୁଇଁବ ବୋଲି କୁହାଯାଇଛି । ଏହି ସଂଖ୍ୟା ଏବେ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । କୁହାଯାଉଛି କି ଏବେ ଭାରତର ସବୁଠାରୁ ଦ୍ରୁତତମ ଗତିରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏକ ଆକଳନରୁ ଜଣାପଡିଛି କି ଦେଶରେ ପ୍ରତିଦିନ ପାଖାପାଖି ୧୧ଶହ ଲୋକଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେଉଛି । ଭାରତରେ ଏହି ସଂଖ୍ୟା ଯେତେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ସେହି ଅନୁପାତରେ ଆମେରିକା ଓ ବ୍ରାଜିଲରେ କରୋନା ମୃତ୍ୟୁସଖ୍ୟା କମୁଛି ବୋଲି କୁହାଯାଉଛି । ତେବେ ବ୍ରାଜିଲ ଓ ଆମେରିକାରେ ଏବେ ଦିନକୁ ପ୍ରାୟ ୮ଶହ ଲୋକଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହେଉଛି ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ଏବେ ସାରା ବିଶ୍ୱରେ ପାଖାପାଖି ୩କୋଟି ୪୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହୋଇ ସାରିଲେଣି । ଏହାସହ ଏବେ ବିଶ୍ୱରେ ପାଖାପାଖି ୧୦,୨୭,୬୫୩ରୋଗୀଙ୍କର ମୃତ୍ୟୁ ହେଲାଣି । ଆମେରିକାରେ ଏବେସୁଦ୍ଧା ୨,୧୨,୬୬୦ ଜଣଙ୍କ ମୃତ୍ୟୁୃ ହୋଇଥିବା ବେଳେ ବ୍ରାଜିଲରେ ୧,୪୪,୭୬୭ ଜଣଙ୍କ ମୃତ୍ୟୁ ହେଲାଣି । ତେବେ ଭାରତରେ ଏହି ସଂଖ୍ୟା ଯେଉଁଭଳି ଭାବେ ବୃଦ୍ଧି ପାଉଛି ଏହା ଆଉ ଗୋଟିଏ ଦିନ ପରେ ୧ ଲକ୍ଷ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି ।

Share