ବନ୍ୟାଜଳ କମିବା ସତ୍ତ୍ୱେ ଚାଷଜମି ଜଳାର୍ଣ୍ଣବ

କାକଟପୁର,୨୪।୯(ଡି.ଏନ୍‌.ଏ.): କାକଟପୁର ବ୍ଲକର ୮୦ରୁ ୯୦ ଭାଗ ଲୋକ ଧାନ ଚାଷ, ପାନବରଜ ଓ ପନିପରିବା ଚାଷକରି ଗୁଜୁରାଣ ମେଣ୍ଟାନ୍ତି। ଏ ଅଞ୍ଚଳର ବର୍ଷା ଜଳ ନିଷ୍କାସନର ଏକମାତ୍ର ମାଧ୍ୟମ ହେଉଛି ପ୍ରାଚୀ ନଦୀ। କିନ୍ତୁ ପ୍ରଶାସନର ଅପାରଗତା ଓ ରାଜନେତାଙ୍କ ସହ ସଲାସୁତୁରା କରି କାଳକ୍ରମେ ଭୂମି ଦଲାଲମାନେ ନଦୀ ସଂଲଗ୍ନ ପଠା, ଗୋଚର ଓ ଅନାବାଦୀକୁ ଲିଜ ସୂତ୍ରରେ ନେଇ ପରେ ବିକ୍ରି କରିଦେଲେ। ଫଳରେ ନଦୀର ଉଭୟ ପାର୍ଶରେ ବିରାଟକାୟ କୋଠାମାନ ଗଢିଉଠି ନଦୀର ଅବୟବକୁ ସଂକୁଚିତ କରିଦେଲା। ନଦୀଟି ଦିନକୁ ଦିନ ସତ୍ତା ହରାଇ କଟକି ଦଳ ପୂର୍ଣ୍ଣ ଏକ ନାଳୀରେ ସୀମିତ ରହିଛି। ଏହାକୁ ସଫେଇ କରିବା ପାଇଁ ସରକାରଙ୍କ ପୁରୀ ଜିଲା ଜଳ ନିଷ୍କାସନ ବିଭାଗ ପ୍ରତିବର୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତାହା କାଗଜ ପତ୍ରରେ ସୀମିତ ରହୁଥିବା ନଦୀ କୂଳର ଅଧିବାସୀ ଅଭିଯୋଗ କରିଆସୁଛନ୍ତି। ଫଳରେ କାକଟପୁର ବ୍ଲକର କୃଷି ବିଭାଗ ରିପୋର୍ଟ ଅନୁସାରେ ଚଳିତ ବର୍ଷ ୯,୨୦୦ହେକ୍କଟର ଚାଷୀତ ଜମିରୁ ୮,୦୦୦ହେକ୍କଟର ଚାଷଜମିରେ ଲଘୁଚାପଜନିତ ବର୍ଷା ଓ ବନ୍ୟାଜଳ ଚାଷକୁ କ୍ଷତି ପହଞ୍ଚାଇଛି। ଅଞ୍ଚଳରେ ବନ୍ୟାଜଳ କମିଯାଇଥିଲେ ସୁଦ୍ଧା ଅଧିକାଂଶ ଚାଷ ଜମି ଜଳାର୍ଣ୍ଣବ ହୋଇ ରହିଛି। ଏଥିଯୋଗୁ ଏକର ଏକର ଜମିରେ ଥିବା ଧାନ ଫସଲ ନଷ୍ଟ ହୋଇଯାଇଛି। ଏ ନେଇ କାକଟପୁର ଅତିରିକ୍ତ ବ୍ଲକ କୃଷି ଅଧିକାରୀ ସୌଭାଗ୍ୟ କୁମାର ମହାନ୍ତି କହିଛନ୍ତି, ଚଳିତବର୍ଷ ବିଳମ୍ବରେ ବର୍ଷା ହେବାରୁ ଚାଷ କାର୍ଯ୍ୟ ମଧ୍ୟ ବିଳମ୍ବ ହୋଇଥିଲା। ସେମାନେ ରୁଆରୁଇ ସାରି ବର୍ଷା ହେବାବେଳକୁ ପ୍ରଥମ ସାର ପକାଇ ଦେଇଥିଲେ, ଫଳରେ ଧାନ ଗଛ ବୁଡିଯିବା ଯୋଗୁ ନଷ୍ଟ ହୋଇଗଲା। ସେହିପରି କରୋନା ପ୍ରଭାବରେ ଜୀବିକା ହରାଇ ଘରେ ଥିବା ପ୍ରବାସୀମାନେ ଋଣ କରି ପାନବରଜ ଓ ପନିପରିବା କରିଥିଲେ ବହୁଦିନ ଧରି ପାଣି ଜମିରହିବା ଫଳରେ ସେସବୁ ନଷ୍ଟ ହୋଇଗଲାଣି। ବର୍ତ୍ତମାନ ଧାନଚାଷୀ,ପାନବରଜୀ ଓ ପନିପରିବା ଚାଷୀମାନେ ଚିନ୍ତାରେ ବସିଛନ୍ତି। ସରକାର ତୁରନ୍ତ ସମୂହ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୂର୍ବରୁ ପ୍ରଦତ୍ତ ଲିଜଗୁଡିକୁ ଖାରଜ କରି ସମସ୍ୟାର ଦୀର୍ଘମିଆଦି ସମାଧାନ କରିବା ସହ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବା ଓ ରବିଚାଷ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଯୋଗାଇ ଦେବାକୁ କାକଟପୁରର ଅଗ୍ରଣୀ କୃଷକ ସଂଗଠନ ସମେତ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

ସାଇବର ଠକେଇରୁ କେମିତି ରହିବେ ସୁରକ୍ଷିତ: ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ପାଳିତ

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅବସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri