ବନ୍ୟାଜଳ କମିବା ସତ୍ତ୍ୱେ ଚାଷଜମି ଜଳାର୍ଣ୍ଣବ

କାକଟପୁର,୨୪।୯(ଡି.ଏନ୍‌.ଏ.): କାକଟପୁର ବ୍ଲକର ୮୦ରୁ ୯୦ ଭାଗ ଲୋକ ଧାନ ଚାଷ, ପାନବରଜ ଓ ପନିପରିବା ଚାଷକରି ଗୁଜୁରାଣ ମେଣ୍ଟାନ୍ତି। ଏ ଅଞ୍ଚଳର ବର୍ଷା ଜଳ ନିଷ୍କାସନର ଏକମାତ୍ର ମାଧ୍ୟମ ହେଉଛି ପ୍ରାଚୀ ନଦୀ। କିନ୍ତୁ ପ୍ରଶାସନର ଅପାରଗତା ଓ ରାଜନେତାଙ୍କ ସହ ସଲାସୁତୁରା କରି କାଳକ୍ରମେ ଭୂମି ଦଲାଲମାନେ ନଦୀ ସଂଲଗ୍ନ ପଠା, ଗୋଚର ଓ ଅନାବାଦୀକୁ ଲିଜ ସୂତ୍ରରେ ନେଇ ପରେ ବିକ୍ରି କରିଦେଲେ। ଫଳରେ ନଦୀର ଉଭୟ ପାର୍ଶରେ ବିରାଟକାୟ କୋଠାମାନ ଗଢିଉଠି ନଦୀର ଅବୟବକୁ ସଂକୁଚିତ କରିଦେଲା। ନଦୀଟି ଦିନକୁ ଦିନ ସତ୍ତା ହରାଇ କଟକି ଦଳ ପୂର୍ଣ୍ଣ ଏକ ନାଳୀରେ ସୀମିତ ରହିଛି। ଏହାକୁ ସଫେଇ କରିବା ପାଇଁ ସରକାରଙ୍କ ପୁରୀ ଜିଲା ଜଳ ନିଷ୍କାସନ ବିଭାଗ ପ୍ରତିବର୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତାହା କାଗଜ ପତ୍ରରେ ସୀମିତ ରହୁଥିବା ନଦୀ କୂଳର ଅଧିବାସୀ ଅଭିଯୋଗ କରିଆସୁଛନ୍ତି। ଫଳରେ କାକଟପୁର ବ୍ଲକର କୃଷି ବିଭାଗ ରିପୋର୍ଟ ଅନୁସାରେ ଚଳିତ ବର୍ଷ ୯,୨୦୦ହେକ୍କଟର ଚାଷୀତ ଜମିରୁ ୮,୦୦୦ହେକ୍କଟର ଚାଷଜମିରେ ଲଘୁଚାପଜନିତ ବର୍ଷା ଓ ବନ୍ୟାଜଳ ଚାଷକୁ କ୍ଷତି ପହଞ୍ଚାଇଛି। ଅଞ୍ଚଳରେ ବନ୍ୟାଜଳ କମିଯାଇଥିଲେ ସୁଦ୍ଧା ଅଧିକାଂଶ ଚାଷ ଜମି ଜଳାର୍ଣ୍ଣବ ହୋଇ ରହିଛି। ଏଥିଯୋଗୁ ଏକର ଏକର ଜମିରେ ଥିବା ଧାନ ଫସଲ ନଷ୍ଟ ହୋଇଯାଇଛି। ଏ ନେଇ କାକଟପୁର ଅତିରିକ୍ତ ବ୍ଲକ କୃଷି ଅଧିକାରୀ ସୌଭାଗ୍ୟ କୁମାର ମହାନ୍ତି କହିଛନ୍ତି, ଚଳିତବର୍ଷ ବିଳମ୍ବରେ ବର୍ଷା ହେବାରୁ ଚାଷ କାର୍ଯ୍ୟ ମଧ୍ୟ ବିଳମ୍ବ ହୋଇଥିଲା। ସେମାନେ ରୁଆରୁଇ ସାରି ବର୍ଷା ହେବାବେଳକୁ ପ୍ରଥମ ସାର ପକାଇ ଦେଇଥିଲେ, ଫଳରେ ଧାନ ଗଛ ବୁଡିଯିବା ଯୋଗୁ ନଷ୍ଟ ହୋଇଗଲା। ସେହିପରି କରୋନା ପ୍ରଭାବରେ ଜୀବିକା ହରାଇ ଘରେ ଥିବା ପ୍ରବାସୀମାନେ ଋଣ କରି ପାନବରଜ ଓ ପନିପରିବା କରିଥିଲେ ବହୁଦିନ ଧରି ପାଣି ଜମିରହିବା ଫଳରେ ସେସବୁ ନଷ୍ଟ ହୋଇଗଲାଣି। ବର୍ତ୍ତମାନ ଧାନଚାଷୀ,ପାନବରଜୀ ଓ ପନିପରିବା ଚାଷୀମାନେ ଚିନ୍ତାରେ ବସିଛନ୍ତି। ସରକାର ତୁରନ୍ତ ସମୂହ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୂର୍ବରୁ ପ୍ରଦତ୍ତ ଲିଜଗୁଡିକୁ ଖାରଜ କରି ସମସ୍ୟାର ଦୀର୍ଘମିଆଦି ସମାଧାନ କରିବା ସହ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବା ଓ ରବିଚାଷ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଯୋଗାଇ ଦେବାକୁ କାକଟପୁରର ଅଗ୍ରଣୀ କୃଷକ ସଂଗଠନ ସମେତ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri