ବିଲକୁ ଯାଇ ଆଉ ଫେରିଲେନି ଚାଷୀ

ବାରିପଦା ଅଫିସ,୪।୧୦: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳ ଭଦୁଆଶୋଳ ଗ୍ରାମର ଅର୍ଜୁନ ହାଁସଦା(୬୫)ଙ୍କୁ ହାତୀ ଦଳି ଦେବାରୁ ତାଙ୍କର ମତ୍ୟୁ ଘଟିଛି। ଅର୍ଜୁନ ବିଲକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ଯାଇଥିଲେ । ସେଠାରେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ଖବର ଦେବାରୁ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମକୁ ପଠାଇଛି । ଗତ କିଛି ଦିନ ହେଲା ଏକ ଝାଡ଼ଖଣ୍ଡି ହାତୀପଲ ଅଞ୍ଚଳରେ ରହୁଥିବା ସହ ବ୍ୟାପକ ଫସଲ ନଷ୍ଟ କରୁଥିବା ଲୋକେ ଅଭିଯୋଗ କରିଛନ୍ତିି ।