Categories: ଜାତୀୟ

ମନ୍ତ୍ରୀଙ୍କ ସହ ଖାଇବାକୁ ମନା କଲେ କୃଷକ

ନୂଆଦିଲ୍ଲୀ,୪।୧: କୃଷି ଆଇନ ପ୍ରସଙ୍ଗରେ ସରକାର ଏବଂ କୃଷକଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଅଷ୍ଟମ ରାଉଣ୍ଡର ଏହି ଆଲୋଚନା ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେଉଛି। ଗତ ଶେଷ ଆଲୋଚନା ବିଦ୍ୟୁତ ବିଲ ଏବଂ ପ୍ରଦୂଷଣ ପ୍ରସଙ୍ଗରେ କୃଷକଙ୍କ ଦାବିକୁ ନେଇ ସରକାର ସହମତ ହୋଇଥିଲେ ମଧ୍ୟ ଏବେ ଏମଏସପି ପ୍ରତ୍ୟାହାର ଏବଂ କୃଷି ଆଇନ ଉଭୟ ପକ୍ଷରେ ଆଲୋଚନା ହେଉଛି। ସୂତ୍ର ଅନୁଯାୟୀ ସୋମବାର କୃଷକ ସଂଗଠନର ପ୍ରତିନିଧୀମାନେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ରାଜ୍ୟ କୃଷି ମନ୍ତ୍ରୀ ସୋମ ପ୍ରକାଶଙ୍କୁ କହିଛନ୍ତି ଯେ, ଆଜି ଆପଣଙ୍କ ସହ ଖାଦ୍ୟ ପାଇବୁ ନାହିଁ। ତୁମେ ତୁମର ଖାଦ୍ୟ ଖାଅ ଏବଂ ଆମେ ଆମର ଖାଦ୍ୟ ଖାଇବୁ। ବୈଠକ ଆରମ୍ଭରେ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ଯେ ତିନୋଟି କୃଷି ଆଇନ ପ୍ରତ୍ୟାହାର କରାଯିବ କି ନାହିଁ ତାହା ଆମକୁ କହିଦେବା ଉଚିତ୍‌। ଏହା ଉପରେ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ଆମେ ତିନୋଟି ଆଇନରେ ସଂଶୋଧନ କରିବାକୁ ପ୍ରସ୍ତୁତ। ଏହି ବିତର୍କ ମଧ୍ୟରେ ମଧ୍ୟାହ୍ନ ଭୋଜନ ବିରତି ନିଆଯାଇଥିଲା। ଏହି ସମୟରେ କୃଷକଙ୍କ ପାଇଁ ଲଙ୍ଗରୁ ମଗାଯାଇଥିବା ଖାଦ୍ୟ ପରଷା ଯାଇଥିଲା।

 

Share