ଗୋଟିଏ ଦିନରେ ୪୦ ସିଗାରେଟ୍‌ ଟାଣୁଥିଲେ ଏହି ପ୍ରସିଦ୍ଧ ଗାୟକ: ଆଉ ତା’ପରେ..

ଜଣାଶୁଣା ଗାୟକ ତଥା ସଙ୍ଗୀତକାର ବିଶାଲ ଡଡଲାନି ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ବିଶାଲ ୨୮ ଜୁନ ୧୯୭୩ ରେ ଜନ୍ମ ହୋଇଥିଲେ, ଅର୍ଥାତ୍‌ ଆଜି ସେ ତାଙ୍କର ୪୮ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ତାଙ୍କୁ ଚାରିଆଡିୁ ଶୁଭେଚ୍ଛୋ ମିଳୁଛି। ସେ ଶେଖର ରାଜୱାନୀଙ୍କ ସହ ହିନ୍ଦୀଠାରୁ ମରାଠୀ ଫିଲ୍ମ ପର୍ଯ୍ୟନ୍ତ ସଙ୍ଗୀତ ରଚନା କରିଥିଲେ। ବିଶାଲ ‘ପ୍ୟାର ମେଁ କଭି କଭି’ ଗୀତରୁ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ଆଜି ବିଶାଲଙ୍କ ସ୍ବରର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ବିଶାଲଙ୍କ କ୍ୟାରିୟର ଏକ ଖରାପ ଅଭ୍ୟାସ ଯୋଗୁ ଅସୁବିଧାରେ ପଡିଥିଲା।
ଏକ ସମୟରେ ବିଶାଲଙ୍କ ସିଗାରେଟ ପ୍ରତି ଅତ୍ୟଧିକ ନିଶା ଥିଲା। ଯାହା ସେ ନିଜେ ପ୍ରକାଶ କରିଥିଲେ। ବିଶାଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି ସେ ଦିନକୁ ୪୦ରୁ ଅଧିକ ସିଗାରେଟ ଟାଣିବା ଅଭ୍ୟାସ ବିଷୟରେ ପ୍ରକାଶ କରିଥିଲେ। ଏଥି ସହିତ ଏହା ମଧ୍ୟ କହିଥିଲେ ଯେ ଏହି ନିଶା ଯୋଗୁ ତାଙ୍କ କ୍ୟାରିୟର ବିପଦରେ ଥିଲା। ଫଳରେ ଅଗଷ୍ଟ ୨୦୧୯ର ଶେଷ ଆଡକୁ ସେ ଧୂମପାନ ଛାଡିଥିଲେ। ୯ ବର୍ଷ ଧରି ସେ ଦିନକୁ ୪୦ରୁ ଅଧିକ ସିଗାରେଟ ଟାଣୁଥିଲେ। ପରେ ରେକର୍ଡିଂ ସମୟରେ ତାଙ୍କ ଗଳା ଲାଗିଥିଲା। ଧୀରେ ଧୀରେ ଗୀତ ଗାଇବା ପ୍ରାୟ ଅସମ୍ଭବ ଥିଲା। ଫଳରେ ସେ ବାଧ୍ୟ ହୋଇ ଧୂମପାନ ଛାଡିଥିଲେ।
ବି.ଦ୍ର: ଧୂମପାନ ଶରୀର ପକ୍ଷେ କ୍ଷତିକାରକ

Share