ମହାଶିବରାତ୍ରି ନେଇ ସଜେଇ ହେଉଛି ଜିଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର

କୋରାପୁଟ,୨୩।୨(ଅମିତାଭ ବେହେରା): ଆସନ୍ତା ୨୬ ରେ ପାଳନ ହେବ ମହାଶିବରାତ୍ରୀ। ଏଥିପାଇଁ ସଜେଇ ହେଉଛି କୋରାପୁଟ ଜିଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵର ମନ୍ଦିର। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସଂସ୍ଥା ଦ୍ୱାରା ପ୍ରତିଷ୍ଠିତ ପତିତପାବନ ମନ୍ଦିରରେ ସଫେଇ କାର୍ଯ୍ୟ କରିବା ସହ ମନ୍ଦିରରେ ପୁନର୍ବାର ନୂତନ ରଙ୍ଗ ଦିଆଯାଇଛି ।

ଅନ୍ୟପଟେ ମହାଶିବରାତ୍ରୀ ପ୍ରସ୍ତୁତି ସମୀକ୍ଷା କରାଯାଇଥିବା କହିଛନ୍ତି କୋରାପୁଟ ଜିଲାପାଳ ଭି.କୀର୍ତ୍ତି ଭାସନ କୋରାପୁଟ ଜିଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵରରେ ଭକ୍ତଙ୍କୁ ଗୁମ୍ଫା ଭିତରେ ଦର୍ଶନ ଦେଉଛନ୍ତି ପ୍ରଭୁ ଶିବ । ପ୍ରତିବର୍ଷ ମହାଶିବରାତ୍ରୀ, କାର୍ତ୍ତିକ ସୋମବାର ଓ ଶ୍ରାବଣ ସୋମବାର ମନ୍ଦିରରେ ରାଜ୍ୟ ତଥା ରାଜ୍ୟ ବାହାରର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।

ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥାଏ । ପ୍ରତି ଶିବରାତ୍ରୀର ମଧ୍ୟରାତ୍ରୀରେ ଗୁପ୍ତେଶ୍ଵର ପୀଠକୁ କୋରାପୁଟରୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମାଙ୍କୁ ଭକ୍ତ ମାନେ ପଟୁଆରରେ ଆଣିଥାନ୍ତି । ପରେ ଏଠାରେ ହରିହର ଭେଟ ଅନୁଷ୍ଠିତ ହୋଇଥାଏ । ଭକ୍ତଙ୍କ ଅନୁରୋଧକ୍ରମେ ଗୁପ୍ତେଶ୍ଵର ମନ୍ଦିର ପାଦଦେଶରେ ପତିତପାବନ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଏହି ମନ୍ଦିର ପ୍ରତିଷ୍ଠା ହେବା ଫଳରେ ଗତ ପାଞ୍ଚ ବର୍ଷ ଧରି ମହାଶିବରାତ୍ରୀ ଅବସରରେ ହରିହର ଭେଟ ସଂପନ୍ନ ହୋଇଆସୁଛି ବୋଲି କୋରାପୁଟର ଶ୍ରୀଜଗନ୍ନାଥ ମନ୍ଦିର ସମ୍ପାଦକ ଭଵାନୀ ଶଙ୍କର ଆଚାର୍ଯ୍ୟ କହିଛନ୍ତି ।ମହାଶିବରାତ୍ରୀରେ ଲକ୍ଷାଧିକ ଭକ୍ତଙ୍କ ମନ୍ଦିରକୁ ସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଏଠାରେ ରହୁଥିବା ଭଲ ଦୁଇ ପଇସା ରୋଜଗାର ଆଶାରେ ରହିଥାନ୍ତି ।

ବିକ୍ରି ବଟା ପାଇଁ ବହୁଦିନ ପୂର୍ବରୁ ଆଦିବାସୀ ଜନଜାତିର ଲୋକେ ଝୁଣା, ପାଳୁଅ , ହରିଡା , ବାହାଡ଼ା , ଅଁଳା ଓ ବିଭିନ୍ନ ଔଷଧୀୟ ଗୁଣରେ ଭରି ରହିଥିବା କନ୍ଦା, ଚେରମୂଳ ସଂଗ୍ରହ କରିଥାନ୍ତି । ସେହିପରି ବିଭିନ୍ନ ଘରକରଣା ଜିନିଷ ମଧ୍ୟ ବିକ୍ରି କରିଥାନ୍ତି ଆଦିବାସୀ ମାନେ । ଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ଯାତ୍ରାର ସୁଚାରୁ ସମ୍ପାଦନ ପାଇଁ ଦୁରୁଆ ଆଦିବାସୀ ଯୁବକ ଅଣ୍ଟା ଭିଡି ଆଗକୁ ଆସିଛନ୍ତି । ବର୍ଷ ପରେ ବର୍ଷ ଏହି ଯୁବକ ମାନେ ମନ୍ଦିର ପ୍ରବେଶ ଦ୍ୱାର ଠାରୁ ଆରମ୍ଭ କରି ଦୁଇ କିଲୋମିଟର ଦୂରରେ ଥିବା ପାର୍କିଂ ସ୍ଥାନ ପର୍ଯ୍ୟନ୍ତ ଦାୟିତ୍ୱ ବାଣ୍ଟି ନେଇ ଯାତ୍ରାକୁ ସୂଚାରୁ ରୂପେ ସମ୍ପାଦିତ କରାଇ ଆସୁଛନ୍ତି ।

ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵର ଗୁମ୍ଫାକୁ ଘେରି ରହିଥିବା 350 ହେକ୍ଟର ଜଙ୍ଗଲକୁ ରାଜ୍ୟ ସରକାର ଜୈବ ବିବିଧତା ଐତିହ୍ୟ କେନ୍ଦ୍ର ଭାବେ ମାନ୍ୟତା ଦେଇଛନ୍ତି । କୋରାପୁଟ ଜିଲାର ପରିବେଶବିତ ପାହାଡ଼ ପର୍ବତର ଜୈବ ବିବିଧତାକୁ ସମ୍ମାନ ଓ ସୁରକ୍ଷା ଯୋଗାଇ ବିକାଶର ଧାରା ପ୍ରବର୍ତ୍ତନ ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତି।

ଜିଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି, ”ଶିବରାତ୍ରୀ ପାଇଁ ପ୍ରସ୍ତୁତି ଜାରି ରହିଛି । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୈଠକରେ ସମସ୍ତ ପ୍ରକାର ଆଲୋଚନା ହୋଇଛି । ମହାଦେବଙ୍କୁ ଦର୍ଶନ ସମୟରେ କିପରି କିଛି ଅସୁବିଧା ନହେବ ସେନେଇ ସମସ୍ତ ବ୍ୟବସ୍ଥା କରାଯିବ । ”

ଜଗନ୍ନାଥ ମନ୍ଦିର ସମ୍ପାଦକ ଭବାନୀ ଶଙ୍କର ଆଚାର୍ଯ୍ୟ କହିଛନ୍ତି, ”ଗୁପ୍ତଶ୍ବର ମନ୍ଦିରରେ ମହାଆଡମ୍ବରରେ ଶିବରାତ୍ରୀ ପାଳନ ହୋଇଥାଏ । ଏଠାରେ ସେହି ଦିନ ବିଳମ୍ବିତ ରାତ୍ରରେ ହରିହର ଭେଟ କରାଯାଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri