Categories: ଖେଳ

ରୋହିତ ଶର୍ମାଙ୍କୁ ର଼୍ୟାଗିଂ କରିଥିଲେ ଏହି ପ୍ରସିଦ୍ଧ ଖେଳାଳି

ଭାରତୀୟ କ୍ରିକେଟ୍‌ ଦଳର ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ଭାରତୀୟ ଦଳରେ ପ୍ରଥମେ ଯୋଗ ଦେବାବେଳେ ର଼୍ୟାଗିଂର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ର଼୍ୟାଗିଂ କରିଥିଲେ ଅଲରାଉଣ୍ଡର ଯୁବରାଜ ସିଂ। ରୋହିତଙ୍କୁ ସେ ଦଳ ଯାଉଥିବା ବସ୍‌ର ସିଟ୍‌ରୁ ଉଠାଇ ଦେଇଥିଲେ। ଏହାସହ ସେ ତାଙ୍କ ସହ ସିଧା କଥାବାର୍ତ୍ତା ମଧ୍ୟ ହୋଇ ନ ଥିଲେ ବୋଲି ରୋହିତ ଏକ ସାକ୍ଷାତକାରରେ କହିଥିଲେ। ଡ୍ରେସିଂ ରୁମ୍‌ରେ ମୋତେ ଯୁବରାଜଙ୍କୁ ବହୁତ ଭୟ ଲାଗୁଥିଲା। ଟିମ୍‌ ଯୋଗ ଦେବାର ପ୍ରଥମ ଦିନ ମୁଁ ଏକ ଘଣ୍ଟା ପୂର୍ବରୁ ବସ୍‌ ପାଖରେ ଠିଆ ହୋଇଯାଇଥିଲି। ଏହାପରେ କିଛି ସମୟ ପରେ ଧୀରେ ଧୀରେ ସମସ୍ତେ ଆସିବାକୁ ଲାଗିଥିଲେ। ମୋ ବୟସର ୨-୩ଜଣ ଖେଳାଳି ଥିଲେ। କିନ୍ତୁ ସେମାନଙ୍କ ସହ ଖେଳି ନ ଥିଲି। ଏହାସତ୍ତ୍ୱେ ସେମାନଙ୍କୁ ଦେଖି ମୋ ମନରୁ ଟିକେ ଭୟ ଦୂର ହୋଇଥିଲା। ମୁଁ ବସ୍‌ରେ ବସିଯିବା ପରେ ଯୁବରାଜ ବସ୍‌କୁ ଭିତରକୁ ଆସିଥିଲେ। ସେ ଏମିତି ଢଙ୍ଗରେ ଆସିଥିଲେ ମୁଁ ତାଙ୍କୁ ଦେଖି ଡରିଯାଇଥିଲି। ଏହାପରେ ପରେ ମୁଁ କହିଥିଲି ହାୟ ୟୁବି ପା, ସେ ହସି ଦେଇ କହିଥିଲେ ତୁମେ ଜାଣିଛ ଏହା କାହା ସିଟ୍‌। ଏହାପରେ ମୁଁ ସେଠି ଉଠିଯାଇଥିଲି ବୋଲି ରୋହିତ କହିଥିଲି।

Share