ଆଜିଠୁ ପ୍ରସିଦ୍ଧ ମାଘମେଳା

ଢେଙ୍କାନାଳ ଅଫିସ, ୨୫।୨: ଢେଙ୍କାନାଳ ଜିଲା ଯୋରନ୍ଦାସ୍ଥିତ ମହିମାଗାଦିରେ ଗୁରୁବାରଠାରୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ମାଘମେଳା। ନୂଆ ରୂପରେ ଫେରିଥିବା କରୋନା ଭୂତାଣୁ ଅଧିକ ମାରାତ୍ମକ ହୋଇଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସରକାରୀ ଗାଇଡ୍‌ ଲାଇନ ଅନୁଯାୟୀ ପ୍ରଶାସନ ପକ୍ଷରୁ ଜିଲା ସମେତ ରାଜ୍ୟ ବାହାରର ସାଧୁସନ୍ଥଙ୍କୁ ବାରଣ କରାଯାଇଛି। ଜନସମାଗମ ଉପରେ କଟକଣା ଲଗାଯାଇଛି। ଫଳରେ ମହିମାଗାଦି ଖାଁ ଖାଁ ଲାଗୁଛି। ଅନ୍ୟପଟେ ମେଳା ସୁପରିଚାଳନା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୭ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବ୍ୟାରିକେଡ୍‌, ଆଲୋକୀକରଣ, ପାନୀୟଜଳ ବ୍ୟବସ୍ଥା ହୋଇଛି। ବୁଧବାର ସନ୍ଧ୍ୟାରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ଏସ୍‌ପି କେ. ଶିବା ସୁବ୍ରମଣି, ଉପଜିଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ ପ୍ରମୁଖ ମେଳା ପରିସର ପରିଦର୍ଶନ କରି ବିଭିନ୍ନ ବ୍ୟବସ୍ଥାର ତଦାରଖ କରିଥିଲେ।
ଯୋରନ୍ଦାର ମାଘମେଳା ମହିମା ଧର୍ମାବଲମ୍ବୀଙ୍କ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ। ଏହି ଉପଲକ୍ଷେ ଶୂନ୍ୟଦିଅଁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଆୟୋଜିତ ହୋଇଥାଏ। ଏଥିଲାଗି ମହିମାଗାଦିର ସାଧୁସନ୍ଥଙ୍କ ସମେତ ବାହାରର ମାତ୍ର ୬୦ ଜଣ ସନ୍ନ୍ୟାସୀଙ୍କୁ ଅନୁମତି ମିଳିଛି। ଚଳିତବର୍ଷ ଅପରାହ୍ନ ୫ଟା ୪୦ରେ ଝାଡ଼ଦୀପ ପ୍ରଜ୍ୱଳନ ପାଇଁ ସମୟ ନିର୍ଘଣ୍ଟ ହୋଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏସ୍‌ପିଙ୍କ ନେତୃତ୍ୱରେ ଜଣେ ଅତିରିକ୍ତ ଏସ୍‌ପି, ୩ ଡିଏସ୍‌ପି, ୮ ଇନ୍ସପେକ୍ଟର, ୪୪ ଏସ୍‌ଆଇ, ଏଏସ୍‌ଆଇ, ୫୦ ଓଆର୍‌ କନଷ୍ଟେବଳ, ୭ ହାବିଲଦାର, ୧୨୦ ହୋମଗାର୍ଡ, ୬ ଟ୍ରାଫିକ୍‌ ପୋଲିସ ସମେତ ୭ ପ୍ଲାଟୁନ ଓଏସ୍‌ଏପି ଫୋର୍ସ ମୁତୟନ କରାଯାଇଛି। ସନ୍ଧାନୀ କୁକୁର, ବୋମାସ୍କ୍ବାଡ୍‌ ମଧ୍ୟ ନିୟୋଜିତ ହୋଇଛନ୍ତି। କରୋନା ଗାଇଡ୍‌ ଲାଇନ୍‌ ଅନୁପାଳନପୂର୍ବକ ମେଳା ପରିସରକୁ ବ୍ୟବସାୟୀଙ୍କୁ ବାରଣ କରାଯାଇଛି। ଗାଦି ମନ୍ଦିର ପରିସରକୁ ଥରକେ ୫୦ ଜଣଙ୍କୁ ଛାଡ଼ିବା ଲାଗି ନିଷ୍ପତ୍ତି ହୋଇଛି। ଚଳିତବର୍ଷ ମହିମା ମହୋତ୍ସବ ମଧ୍ୟ ବନ୍ଦ କରାଯାଇଛି।

ପରିବେଶ ଶ୍ରୀହୀନ ଲାଗୁଛି
କଟକଣା ଯୋଗୁ ବାହାର କିମ୍ବା ସ୍ଥାନୀୟ ଅଞ୍ଚଳର କେହି ବ୍ୟବସାୟୀ ଆସିନାହାନ୍ତି। ସାଧୁସନ୍ଥଙ୍କୁ ମଧ୍ୟ ବାରଣ କରାଯାଇଛି। କହିବାକୁ ଗଲେ ଚଳିତବର୍ଷ ମାଘମେଳା ଶ୍ରୀହୀନ ଲାଗୁଛି। ବିଧି ଅନୁଯାୟୀ ମନ୍ଦିରଗୁଡ଼ିକରେ ରଙ୍ଗ ଲଗାଯାଇଛି। ପରିମଳ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଇଛି।
-ପ୍ରଶାନ୍ତ କୁମାର ରାଉତ, ସରପଞ୍ଚ ଯୋରନ୍ଦା

ସାଧୁସନ୍ଥଙ୍କ କୋଭିଡ୍‌ ପରୀକ୍ଷା କରାଯାଇଛି
ମେଳା ସୁପରିଚାଳନା ପାଇଁ ବ୍ୟାରିକେଡ୍‌ ଏବଂ ଆବଶ୍ୟକତା ଅନୁଯାୟୀ ଆଲୋକୀକରଣ ହୋଇଛି। ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁଯାୟୀ ମେଳା ଆୟୋଜନ ହେଉଛି। ସ୍ଥାନୀୟ ସାଧୁସନ୍ଥ ଏବଂ ଶ୍ରଦ୍ଧାଳୁଙ୍କ କୋଭିଡ୍‌ ପରୀକ୍ଷା କରାଯାଇଛି। ୩ଦିନ ଧରି ହେବାକୁ ଥିବା ମେଳାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ଲାଗି ସମସ୍ତ ପଦକ୍ଷେପ ନିଆଯାଉଛି ା
-ସାଫଲ୍ୟମଣ୍ଡିତ ପ୍ରଧାନ, ଉପଜିଲାପାଳ

ପ୍ରଥମ ଥର ଏଭଳି ବ୍ୟତିକ୍ରମ
ଯୋରନ୍ଦା ମାଘମେଳା ଇତିହାସରେ ପ୍ରଥମ ଥର ଏଭଳି ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ବାହାରର ସାଧୁସନ୍ଥଙ୍କୁ ବାରଣ କରାଯିବା ଦ୍ୱାରା ନୀତିକାନ୍ତି କିଭଳି ସୁରୁଖୁରୁରେ ହେବ ତାହାକୁ ନେଇ ଚିନ୍ତା ବଢ଼ିଛି। ଅର୍ପଣ ସୂତ୍ରରେ ଅଧିକାଂଶ ଘିଅ ମିଳୁଥିଲା। ଚଳିତ ବର୍ଷ ଏହା ଅଭାବ ପଡ଼ିବ। ଭକ୍ତମାନଙ୍କୁ ବାରଣ କରାଯିବ କଷ୍ଟଦାୟକ।
-ବାବା ନିତ୍ୟାନନ୍ଦ ଦାସ, ବରିଷ୍ଠ ମହିମା ସନ୍ନ୍ୟାସୀ

ପ୍ରଶାସନ ନିର୍ଦ୍ଦେଶ ପାଳନ କରାଯାଉଛି
ମହିମାଧର୍ମର ଅଧିକାଂଶ ସାଧୁସନ୍ଥ ବାହାରେ ବିଭିନ୍ନ ମଠ ମନ୍ଦିରରେ ରହିଥାନ୍ତି। ମାଘମେଳା ସମୟରେ ବର୍ଷକୁ ଥରେ ସେମାନେ ଗୁରୁଧାମ ତଥା ମହିମାଗାଦିକୁ ନିଶ୍ଚିତ ଭାବେ ଆସିଥାନ୍ତି ା ଘୃତାହୁତି କରି ବିଶ୍ୱ କଲ୍ୟାଣ ପାଇଁ ଝାଡଦୀପ ପ୍ରଜ୍ୱଳନ କରିଥାନ୍ତି। ଯଦିଓ ଢେଙ୍କାନାଳ କରୋନା ମୁକ୍ତ ରହିଛି, ତଥାପି ବିଭିନ୍ନ ରାଜ୍ୟରେ କରୋନା କାୟା ମେଲାଇଲାଣି। ରାଜ୍ୟ ସରକାର ଏବଂ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ଜାରି ରହିଛି।
-ପ୍ରଦ୍ୟୁମ୍ନ ରଥ, ମହିମା ଜ୍ୟୋତିଯାତ୍ରା ସଂଯୋଜକ

ଘିଅ ଚିନ୍ତା ଘାରିଛି
ମାଘ ମେଳାରେ ଝାଡ଼ ଦ୍ୱୀପ ପ୍ରଜ୍ୱଳନ, ପ୍ରସାଦ ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ନୀତିକାନ୍ତି ପାଇଁ ଶତାଧିକ କୁଇଣ୍ଟାଲ ଘିଅ ଆବଶ୍ୟକ ପଡ଼ିଥାଏ। ପ୍ରତିବର୍ଷ ସଂହଭାଗ ଘିଅ ବାହାରୁ ଆସୁଥିବା ସାଧୁସନ୍ଥ ଏବଂ ଶ୍ରଦ୍ଧାଳୁମାନେ ପ୍ରଦାନ କରିଥାନ୍ତି। ହେଲେ ଚଳିତ ବର୍ଷ କଟକଣା ପାଇଁ କମ୍‌ସଂଖ୍ୟକ ସାଧୁସନ୍ନ୍ୟାସୀ ଏବଂ ଶ୍ରଦ୍ଧାଳୁଙ୍କୁ ନେଇ ମେଳା ଆୟୋଜନ କରାଯିବ। ତେଣୁ ଘିଅ ଆବଶ୍ୟକତା କେମିତି ପୂରଣ ହେବ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ମହିମାଗାଦିର ସାଧୁସନ୍ଥ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri