Categories: ଖେଳ

ସାଥୀ ଖେଳାଳିଙ୍କୁ ଶକ୍ତ ଚାପୁଡା ମାରିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌, ସେହ୍ବାଗ ନେଲେ ମଜା

ଗଲ,୧୮।୧: ଶ୍ରୀଲଙ୍କା ଏବଂ ଇଂଲଣ୍ଡ ମଧ୍ୟରେ ଗଲରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ଏକ ମଜାଦାର ଘଟଣା ଘଟିଥିଲା। ଚତୁର୍ଥ ଦିନରେ ଲାହିରୁ ଥିରିମାନଙ୍କ ଶତକ ଯୋଗୁ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ୩୫୯ ରନ ସଂଗ୍ରହ କରିଥିଲା ଏବଂ ଇଂଲଣ୍ଡ ସମ୍ମୁଖରେ ୭୪ ରନ କରିବାକୁ ଲକ୍ଷ୍ୟ ରଖିଥିଲେ। ଇଂଲଣ୍ଡ ଏକ ଛୋଟ ଟାର୍ଗେଟକୁ ଆରମ୍ଭ କରି ବହୁତ ଖରାପ ଆରମ୍ଭ କରିଥିଲା। ପ୍ରଥମ ଓଭରରେ ଓପନର୍‌ ଡୋମ ସିବିଲି ଉଇକେଟ ହରାଇଥିଲେ ଏବଂ ସେହି ଓଭରରେ ଦ୍ୱିତୀୟ ଓପନର୍‌ ଜ୍ୟାକ କ୍ରାଉଲି (୦୮) ମଧ୍ୟ ପ୍ୟାଭିଲିୟନକୁ ଫେରିଥିଲେ। ଲାସିଥ ଆମ୍ବୁଲଡେନିଆ ଉଭୟ ଉଇକେଟ ନେଇଥିଲେ। ଏଥି ସହିତ ପ୍ରଥମ ଇନିଂସରେ ଦ୍ୱିଶତକ ହାସଲ କରିଥିବା ଅଧିନାୟକ ଜୋ ରୁଟ ଆଉଟ ହୋଇଥିଲେ। ଇଂଲଣ୍ଡର ଏହି ଅବସ୍ଥା ଦେଖି ଶ୍ରୀଲଙ୍କା ଖେଳାଳିମାନେ ଅତ୍ୟଧିକ ଆନନ୍ଦିତ ହେଉ ଥିଲେ। ଏହି ସମୟରେ ଶ୍ରୀଲଙ୍କାର ଉକେଟ କିପର ନିରୋଶନ ଡିକୱେଲା ତାଙ୍କ ସାଥୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ପହଞ୍ଚିଥିଲେ। ହାତ ମିଳାଇବା ପରିବର୍ତ୍ତେ ଡିକୱେଲା ଶ୍ରୀଲଙ୍କା ଖେଳାଳିଙ୍କୁ ଏକ ଚାପୁଡ଼ା ଦେଇଥିଲେ। ଭାରତର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହ୍ବାଗ ୍‌ଇନଷ୍ଟାଗ୍ରାମରେ ଏହି ଘଟଣାର ଭିଡିଓ ଶେୟାର କରି ଆପଣ କାହାକୁ ଏହିପରି ଦେବାକୁ ଚାହୁଁଛନ୍ତି? ବୋଲି ପଚାରିଥିଲେ।

Share