ଉଲଗ୍ନ ଭିଡିଓ ଶେୟାର କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଆମେରିକୀୟ ଗାୟିକା, ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ଜେନିଫର୍‌ ଲୋପେଜ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ଜେନିଫର ସଙ୍ଗୀତ ପ୍ରଦର୍ଶନ କରିବେ, କିନ୍ତୁ ଆଜିକାଲି ସେ ସୋସିଆଲ ମିଡିଆରେ ନିଜର ନୂତନ ଭିଡିଓକୁ ନେଇ ଆଲୋଚନାରେ ଅଛନ୍ତି। ଜେନିଫର ଲୋପେଜଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ଉଲଗ୍ନ ଭାବେ ନଜର ଆସିଛନ୍ତି। ଏହି ଭିଡିଓଟି ତାଙ୍କର ନୂଆ ଭିଡିଓ ଟ୍ରାକ ‘ଇନ୍‌ ଦ ମର୍ନିଂ’ରୁ ଆସିଛି। ଯାହା ସେ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭିଡିଓରେ ଜେନିଫରଙ୍କୁ ବିନା ପୋଷାକରେ ଦେଖିବାକୁ ମିଳୁଛି। ତାଙ୍କ ପଛ ପାର୍ଶ୍ୱରେ ଡେଣା ଭଳି ଏକ ପର ଲାଗିଛି। ଏହି ଭିଡିଓ ଶେୟାର କରି ଜେନିଫର୍‌ ଲେଖିଛନ୍ତି – ମୁଁ ତୁମକୁ ମୋ ଅପେକ୍ଷା ଅଧିକ ଭଲ ପାଉଥିଲି … ଏହା ଏକପାଖିଆ ସମ୍ପର୍କର ଅନ୍ଧକାର ଅଂଶର ପ୍ରତୀକରେ ପରିପୂର୍ଣ୍ଣ ଏବଂ ଦର୍ଶାଏ ଯେ ତୁମେ କାହାକୁ ପରିବର୍ତ୍ତନ କରିପାରିବ ନାହିଁ। ତୁମେ କେବଳ ନିଜକୁ ପରିବର୍ତ୍ତନ କରିପାରିବେ। ତୁମର ଡେଣାକୁ ଜନ୍ମ ଦିଅ ଏବଂ ତୁମର ମହତ୍ତ୍ୱ ଥିବା ସବୁ ଜିନିଷରୁ ଦୂରେଇ ଯାଅ। ଜେନିଫର ଲୋପେଜଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ୫୧ ବର୍ଷ ବୟସରେମଧ୍ୟ ଜେନିଫର ନିଜ ଶରୀରକୁ ଫିଟ୍‌ ରଖିଛନ୍ତି। ଜେନିଫର ଜାଣେ ଗାୟିକା ସାଙ୍ଗକୁ ସେ ଜଣେ ସଫଳ ଅଭିନେତ୍ରୀ ମଧ୍ୟ। ଜେନିଫରଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ହସଲର୍ସ’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି କ୍ରାଇମ ଡ୍ରାମା ଉପରେ ଆଧାରିତ ଥିଲା। ଏହି ଚଳଚ୍ଚିତ୍ରରେ ଜେନିଫରଙ୍କ ବ୍ୟତୀତ ଲିଲି ରିନ୍‌ହର୍ଟ, ଜୁଲିଆ ଷ୍ଟିଲ୍ସ, କେ.କେ ପାମର, କାର୍ଡି ବି ପ୍ରମୁଖ ଭୂମିକାରେ ନଜର ଆସିଥିଲେ।

 

Share