୧୧ ବର୍ଷ ଧରି ପ୍ରେମ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ବିବାହର ମାତ୍ର ୪ ବର୍ଷ ପରେ ହୋଇଥିଲା ବିଚ୍ଛେଦ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀୟା ମିର୍ଜା ଫିଲ୍ମ ଜଗତରେ ବେଶ୍‌ ଜଣାଶୁଣା। ୨୦୦୦ ମସିହାରେ ବ୍ୟୁଟି ପେଜେଣ୍ଟ ମିସ୍‌ ଏସିଆ ପ୍ୟାସିଫିକ୍‌ ଇଣ୍ଟରନ୍ୟାଶନାଲ ଟାଇଟଲ ଜିତିବାର ସେ ସୌଭାଗ୍ୟ ଅର୍ଜନ କରିଥିଲେ। ଏହା ପରେ ସେ ବଲିଉଡ୍‌ରେ ପାଦ ରଖିଥିଲେ। ପ୍ରଥମରୁ ଦର୍ଶକଙ୍କ ହୃଦୟ ଜିତି ନେଇଥିଲେ। ଆଜି ଅର୍ଥାତ୍‌ ନଭେମ୍ବର ୯ରେ ଦୀୟାଙ୍କ ଜନ୍ମ। ଆସନ୍ତୁ ଜାଣିବା ଦୀୟାଙ୍କ ସମ୍ପର୍କରେ କିଛି…

ଦୀୟାଙ୍କ ପିତା ଫ୍ରାଙ୍କ୍‌ ହ୍ୟାଣ୍ଡ୍‌ରିଚ ଜର୍ମାନୀର ଗ୍ରାଫିକ୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ ଫେୟାର ଡିଜାଇନର-ଆର୍କିଟେକ୍ଟ ଥିଲେ। ଦୀୟାଙ୍କ ମା ଦୀପା ବେଙ୍ଗଲୀ ଅଟନ୍ତି। ଯେତେବେଳେ ଦୀୟାଙ୍କୁ ସାଢ଼େ ଚାରି ବର୍ଷ ହୋଇଥିଲା ତାଙ୍କ ମା-ବାପାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। ପରେ ଦୀୟାଙ୍କ ମା ହାଇଦ୍ରାବାଦର ଅହମ୍ମଦ ମିର୍ଜାଙ୍କୁ ବିବାହ କରିଥିଲେ। ସେବେଠାରୁ ଦୀୟାଙ୍କ ଟାଇଟେଲ ମିର୍ଜା ହୋଇଥିଲା। ଦୀୟାଙ୍କ ପାଠପଢ଼ା ହାଇଦ୍ରାବାଦରେ ହିଁ ହୋଇଥିଲା।


ପାଠପଢ଼ା ପରେ ୨୦୦୦ରେ ଇଣ୍ଟରନ୍ୟାଶନାଲ ବ୍ୟୁଟି ଟାଇଟେଲ୍‌ ଜିତିବା ପରେ ୨୦୦୧ରେ ଦୀୟା ବଲିଉଡ୍‌ ଜଗତରେ ପାଦ ଥାପିଥିଲେ। ମାତ୍ର ୧୯ ବର୍ଷରେ ଦୀୟା ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଅଭିନେତା ଆର୍‌ ମାଧବନଙ୍କ ସହିତ ‘ରହନା ହୈ ତେରେ ଦିଲ୍‌ ମେ’ ଫିଲ୍ମରେ ଅଭିନୟ କରିଥିଲେ। ପ୍ରଥମ ଫିଲ୍ମରୁ ହିଁ ଦୀୟା ରାତାରାତି ଷ୍ଟାର ପାଲଟି ଯାଇଥିଲେ। ଏହି ଫିଲ୍ମର ଉଭୟ ଅଭିନେତ୍ରୀ ଅଭିନେତାଙ୍କୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଏହା ପରେ ସେ ଫିଲ୍ମ ‘ଦମ୍‌’, ତୁମ୍‌କୋ ନା ଭୁଲ୍‌ ପାଏଙ୍ଗେ, ଦିବାନାପଣ, ପରିଣୀତା, ଦସ୍‌, ସଲାମ ମୁମ୍ବାଇ, ସଞ୍ଜୁ ଆଦି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କର ନିରୀହ ଚେହେରା ଏବଂ କହିବା ଶୈଳୀ ଦର୍ଶକମାନସରେ ବେଶ୍‌ ପ୍ରଂଶସା ସାଉଁଟିଥିଲା।

୨୦୧୪ରେ ପ୍ରେମିକ ସାହିଲ ସଂଘାଙ୍କୁ ବିବାହ କରିଥିଲେ। ତାଙ୍କ ବିବାହ ଦିଲ୍ଲୀରେ ଆର୍ଯ୍ୟ ସମାଜ ରୀତିନୀତିରେ ସମ୍ପନ୍ନ ହୋଇଥିଲା। ୧୧ ବର୍ଷ ଧରି ପ୍ରେମ କରିବା ପରେ ସାହିଲଙ୍କୁ ବିବାହ କରିଥିଲେ ଦୀୟା। ମାତ୍ର ତାଙ୍କର ବିବାହ ବେଶିଦିନ ତିଷ୍ଠି ନ ଥିଲା। ୨୦୧୯ରେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇଥିଲେ। ଛାଡ଼ପତ୍ର ପରେ ଦୁଇଜଣ ଏବେ ଭଲ ବନ୍ଧୁ ଭାବରେ ରହିଛନ୍ତି। ଦୀୟାଙ୍କୁ ଶେଷଥର ପାଇଁ ଫିଲ୍ମ ‘ଥାପ୍ପଡ’ରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ବିଧାନସଭାରେ କାର୍‌ ପୂରାଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ,୭ା୪: ଦିଲ୍ଲୀ ବିଧାନସଭା ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଛି। ସୋମବାର ଅପରାହ୍ନରେ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ବ୍ୟାରିକେଡ୍‌ ଏବଂ ମୁଖ୍ୟ ଫାଟକ ଅତିକ୍ରମ କରି ବିଧାନସଭା…

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri