୧୫ ବର୍ଷ ସାନ ଯୁବକଙ୍କ ପ୍ରେମରେ ପଡିଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ପୂର୍ବତନ ମିସ ୟୁନିଭର୍ସ ତଥା ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ଆଜି ହେଉଛି ୪୫ତମ ଜନ୍ମଦିବସ। ୧୯୭୫ ମସିହାର ଆଜିର ଦିନରେ ସେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ଏ ପର୍ଯ୍ୟନ୍ତ ସେ ପାଖାପାଖି ୩୦ଟି ଫିଲ୍ମରେ କାମ କରି ସାରିଛନ୍ତି। ସୁସ୍ମିତା ସବୁବେଳେ ଭି ହଟି କିଛି ନିଆରେ ଶୈଳୀରେ ଜୀବନ ଜିଇବା ଉପରେ ବିଶ୍ବାସ ରଖନ୍ତି। ନିଜର ବିନ୍ଦାସ ଛବି ପାଇଁ ଜଣାଶୁଣା ସୁସ୍ମିତା ସେନ ବହୁତ ଭ୍ରମଣ ପ୍ରିୟ। ନିୟମିତ ବ୍ୟବଧାନରେ ସେ ନିଜ ଫ୍ୟାମିଲି ଟ୍ରିପ୍‌ର ଫଟୋ ସୋସାଲ ମିଡିଆରେ ଶେୟାର କରିଥାନ୍ତି। ଏହାସହ ସୁସ୍ମିତା ସେନ ତାଙ୍କ ଆଫେଆର ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସୁସ୍ମିତା ସୋସିଆଲ ମିଡିଆରେ ନିଜକୁ ଆକ୍ଟିଭ ରଖୁଥିବା ବେଳେ ଅଧିକାଂଶ ପ୍ରସଙ୍ଗରେ ସେ ନିଜର ସ୍ବତନ୍ତ୍ର ମତ ରଖିଥାନ୍ତି। ସୁସ୍ମିତା ସେନ ଆଜିକାଲି ଲକଡାଉନ ସମୟରେ ନିଜ ପରିବାର ଓ ବୟଫ୍ରେଣ୍ଡ ରୋହମାନ ଶ୍ୱାଲଙ୍କ ସହ ସମୟ ବିତାଉବାରେ ଲାଗିଛନ୍ତି । ଏହି ସମୟରେ ଅଭିନେତ୍ରୀ ନିଜର ଫଟୋ ଓ ଭିଡିଓକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛନ୍ତି । ବିଶେଷ କରି ସୁସ୍ମିତା ନିଜର ଓ ବୟଫ୍ରେଣ୍ଡଙ୍କ ଫଟୋକୁ ନେଇ ବେଶୀ ଚର୍ଚ୍ଚାରେ ଏବେ ଅଛନ୍ତି। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସେମାନଙ୍କ ବୟସ ପାର୍ଥକ୍ୟକୁ ନେଇ ବହୁତ କିଛି କୁହନ୍ତି। ଏନେଇ ସୁସ୍ମିତା କୁହନ୍ତି ଯେ, ରୋହମାନ ପ୍ରଥମ ଦିନରୁ ହିଁ ତାଙ୍କ ବୟସ ଲୁଚାଇଥିଲେ। ତାଙ୍କ କହିବା ମୁତାବକ, ଇନଷ୍ଟାଗ୍ରାମ ମାଧ୍ୟରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲାନ୍‌। ଦୁହିଁଙ୍କ ଭିତରେ ଘନିଷ୍ଠତା ବଢିବା ପରେ ଉଭୟ ଦେଖା କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସେତେବେଳ ଯାଲଁ ସୁସ୍ମିତାଙ୍କୁ ରୋହମାନଙ୍କ ବୟସ ବିଷୟରେ ଜଣା ନଥିଲା। ପରେ ରୋହମାନ ତାଙ୍କଠାରୁ ୧୫ ବର୍ଷ ସାନ ବୋଲି ସୁସ୍ମିତା ଜାଣିବାକୁ ପାଇଲେ। ଏବେ ରୋହମାନ ଓ ଦୁଇ ଝିଅଙ୍କ ସହ ସୁସ୍ମିତା ଏକାଠି ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri