୧୫ ବର୍ଷ ସାନ ଯୁବକଙ୍କ ପ୍ରେମରେ ପଡିଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ପୂର୍ବତନ ମିସ ୟୁନିଭର୍ସ ତଥା ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ଆଜି ହେଉଛି ୪୫ତମ ଜନ୍ମଦିବସ। ୧୯୭୫ ମସିହାର ଆଜିର ଦିନରେ ସେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ଏ ପର୍ଯ୍ୟନ୍ତ ସେ ପାଖାପାଖି ୩୦ଟି ଫିଲ୍ମରେ କାମ କରି ସାରିଛନ୍ତି। ସୁସ୍ମିତା ସବୁବେଳେ ଭି ହଟି କିଛି ନିଆରେ ଶୈଳୀରେ ଜୀବନ ଜିଇବା ଉପରେ ବିଶ୍ବାସ ରଖନ୍ତି। ନିଜର ବିନ୍ଦାସ ଛବି ପାଇଁ ଜଣାଶୁଣା ସୁସ୍ମିତା ସେନ ବହୁତ ଭ୍ରମଣ ପ୍ରିୟ। ନିୟମିତ ବ୍ୟବଧାନରେ ସେ ନିଜ ଫ୍ୟାମିଲି ଟ୍ରିପ୍‌ର ଫଟୋ ସୋସାଲ ମିଡିଆରେ ଶେୟାର କରିଥାନ୍ତି। ଏହାସହ ସୁସ୍ମିତା ସେନ ତାଙ୍କ ଆଫେଆର ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସୁସ୍ମିତା ସୋସିଆଲ ମିଡିଆରେ ନିଜକୁ ଆକ୍ଟିଭ ରଖୁଥିବା ବେଳେ ଅଧିକାଂଶ ପ୍ରସଙ୍ଗରେ ସେ ନିଜର ସ୍ବତନ୍ତ୍ର ମତ ରଖିଥାନ୍ତି। ସୁସ୍ମିତା ସେନ ଆଜିକାଲି ଲକଡାଉନ ସମୟରେ ନିଜ ପରିବାର ଓ ବୟଫ୍ରେଣ୍ଡ ରୋହମାନ ଶ୍ୱାଲଙ୍କ ସହ ସମୟ ବିତାଉବାରେ ଲାଗିଛନ୍ତି । ଏହି ସମୟରେ ଅଭିନେତ୍ରୀ ନିଜର ଫଟୋ ଓ ଭିଡିଓକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛନ୍ତି । ବିଶେଷ କରି ସୁସ୍ମିତା ନିଜର ଓ ବୟଫ୍ରେଣ୍ଡଙ୍କ ଫଟୋକୁ ନେଇ ବେଶୀ ଚର୍ଚ୍ଚାରେ ଏବେ ଅଛନ୍ତି। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସେମାନଙ୍କ ବୟସ ପାର୍ଥକ୍ୟକୁ ନେଇ ବହୁତ କିଛି କୁହନ୍ତି। ଏନେଇ ସୁସ୍ମିତା କୁହନ୍ତି ଯେ, ରୋହମାନ ପ୍ରଥମ ଦିନରୁ ହିଁ ତାଙ୍କ ବୟସ ଲୁଚାଇଥିଲେ। ତାଙ୍କ କହିବା ମୁତାବକ, ଇନଷ୍ଟାଗ୍ରାମ ମାଧ୍ୟରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲାନ୍‌। ଦୁହିଁଙ୍କ ଭିତରେ ଘନିଷ୍ଠତା ବଢିବା ପରେ ଉଭୟ ଦେଖା କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସେତେବେଳ ଯାଲଁ ସୁସ୍ମିତାଙ୍କୁ ରୋହମାନଙ୍କ ବୟସ ବିଷୟରେ ଜଣା ନଥିଲା। ପରେ ରୋହମାନ ତାଙ୍କଠାରୁ ୧୫ ବର୍ଷ ସାନ ବୋଲି ସୁସ୍ମିତା ଜାଣିବାକୁ ପାଇଲେ। ଏବେ ରୋହମାନ ଓ ଦୁଇ ଝିଅଙ୍କ ସହ ସୁସ୍ମିତା ଏକାଠି ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ୟାଲେଣ୍ଟାଇନ୍‌ ଡେ’ର ଦିନକ ପୂର୍ବରୁ ଏକା ହୋଇଗଲେ ହ୍ରିତିକ୍‌! ସବାଙ୍କ ସହ ବ୍ରେକ୍‌ଅପ୍‌ ନେଇ…

ମୁମ୍ବାଇ: ବଲିଉଡର ‘ଗ୍ରୀକ ଗଡ୍‌’ ହ୍ରିତିକ ରୋଶନ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଏହା ପଛରେ ରହିଛି ତାଙ୍କର ଏକ ରହସ୍ୟମୟ ସୋସିଆଲ ମିଡିଆ ପୋଷ୍ଟ ।…

ରଣବୀର ସିଂହଙ୍କୁ ହତ୍ୟା ନୁହେଁ, ଏମିତି ଧମକ ଦେଲେ ବିଷ୍ନୋଇ ଗ୍ୟାଙ୍ଗ, କହିଲେ..

ମୁମ୍ବାଇ,୧୩।୨: ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ଘର ବାହାରେ ଗୁଳିକାଣ୍ଡ ପରେ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ବଲିଉଡ ଅଭିନେତା ରଣବୀର ସିଂହ ଏବଂ ରୋହିତ ଶେଟ୍ଟୀଙ୍କୁ ଏକ…

ଚମତ୍କାର ଅଭିନୟ ପରେ MBBS ଡିଗ୍ରୀ ହାସଲ କଲେ ଏହି ଅଭିନେତ୍ରୀ: ଚାରିଆଡ଼ୁ ପ୍ରଶଂସା

‘ପୁଷ୍ପା-୨’ର ଆଇଟମ ଗୀତଟି ବହୁତ ହିଟ ହୋଇଥିଲା। ଏଥିରେ ଅଭିନୟ କରିଥିବା ନାୟିକା ରାତାରାତି ନ୍ୟାଶନାଲ କ୍ରଶ୍‌ ପାଲଟିଯାଇଥିଲେ। ଏହି ସୁନ୍ଦରୀ ଆଉ କେହି ନୁହଁନ୍ତି, ସେ…

ଉଦିତ ନାରାୟଣଙ୍କ ପ୍ରଥମ ପତ୍ନୀଙ୍କ ବଡ଼ ଖୁଲାସା, ଜୋରଜବରଦସ୍ତ ଗର୍ଭପାତ…

ନୂଆଦିଲ୍ଲୀ,୧୨ା୨: ପ୍ରସିଦ୍ଧ ବଲିଉଡ୍ ପ୍ଲେବ୍ୟାକ୍ ଗାୟକ ଉଦିତ ନାରାୟଣ ପୁଣି ଥରେ ବିବାଦରେ ଫସିଛନ୍ତି । ତାଙ୍କ ପ୍ରଥମ ପତ୍ନୀ ରଞ୍ଜନା ବିହାରର ସୁପୌଲ ଜିଲାର ମହିଳା…

ନାଣ୍ଡୁ ବାବୁ-ସାଇ ବିବାଦରେ ପୂର୍ଣ୍ଣଛେଦ: ମା’ବାପାଙ୍କ ଉପସ୍ଥିତରେ…

ଭୁବନେଶ୍ୱର,୧୨ା୨ (ସୌମ୍ୟରଞ୍ଜନ ରାଉତ):ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍‌ ନାଣ୍ଡୁ ବାବୁ ଓ ଯାତ୍ରା ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡାଙ୍କ ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି।…

ରାଜପାଲ ଯାଦବଙ୍କୁ ସହାୟତାର ହାତ ବଢ଼ାଇଲେ ସଲମାନ ଓ ଅଜୟ, ଗୁରୁବାର ଜାମିନ ଶୁଣାଣି

ମୁମ୍ବାଇ,୧୧।୨: ବିଷଣ ଆର୍ଥିକ ସଂକଟରେ ଫସିଥିବା ରାଜପାଲ ଯାଦବଙ୍କୁ ସହଯୋଗ ପାଇଁ ଆଗେଇ ଆସିଛି ବଲିଉଡ। ଚେକ୍-ବାଉନ୍ସ ମାମଲାରେ ୬ ମାସର ଜେଲ ଦଣ୍ଡାଦେଶ ପରେ ଗତ…

ବଡ଼ ପରଦାରେ ଭାଇରାଲ ଗର୍ଲ ମୋନାଲିସା: ପ୍ରଶଂସାରେ ପୋତିଲେ ଦର୍ଶକ

ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ମୁକ୍ତିଲାଭ କରିବାକୁ ଯାଉଛି।…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri