ଭାରୀ ବୁଲେଟ୍‌ ଚଲାଇଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କ୍ରିତି ସାନନ କରୋନା ଲଢେଇ ଜିତିବା ପରେ ସେ ତାଙ୍କର ଆଗାମୀ ନୂଆ ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ସୋସିଆଲ ମିଡିଆରେ କ୍ରିତି ବହୁତ ସକ୍ରିୟ। ଏଥିରେ ସେ ନିଜ ପ୍ରଶଂସକଙ୍କ ପାଇଁ ଫଟୋ ଏବଂ ଭିଡିଓ ଶେୟାର କରନ୍ତି । ନିକଟରେ କ୍ରିତି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ହେଲମେଟ ପିନ୍ଧି ରାସ୍ତାରେ ବୁଲେଟ ଚଳାଉଥିବାର ନଜର ଆସିଛନ୍ତି। କ୍ରିତିଙ୍କ ଏହି ଭିଡିଓକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। କ୍ରିତି ଏକ ଭାରୀ ବୁଲେଟ ଚଳାଉଛନ୍ତି। ସୋସିଆଲ ମିଡିଆରେ କ୍ରିତୀଙ୍କ ପ୍ରଶଂସକମାନେ ଏହି ଭିଡିଓ ଦେଖିବା ପରେ ବହୁତ କମେଣ୍ଟ କରୁଛନ୍ତି। ଜଣେ ବ୍ୟକ୍ତି କ୍ରିତି ରକ୍ସ ଲେଖିଥିଲେ। କ୍ରିତି ସାନନଙ୍କୁ ଶେଷ ଥର ପାଇଁ ‘ହାଉସଫୁଲ ୪’ ଏବଂ ‘ପାନିପତ’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲ। କ୍ରିତି ‘ହାଉସଫୁଲ ୪’ରେ ଅକ୍ଷୟ କୁମାରଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ, ପାନିପାତରେ ସେ ଅର୍ଜୁନ କପୁରଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। କ୍ରିତି ତାଙ୍କର ଆଗାମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ସିନେମାର ପୁରା କାଷ୍ଟ ଏବଂ ଟିମ ସହିତ ଶଟିଂ ପାଇଁ କ୍ରିତି ସାନନ ରାଜସ୍ଥାନର ଜୈସଲମେରରେ ପହଞ୍ଚିଛନ୍ତି। ଏହି ଫିଲ୍ମରେ ଅକ୍ଷୟ କୁମାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Share