ନିଶାରେ ରାତି ସାରା ଫିଲ୍ମ ନିର୍ମାତାଙ୍କୁ ବାରମ୍ବାର ଫୋନ୍‌ କରୁଥିଲେ ଏହି ପ୍ରସିଦ୍ଧ ଅଭିନେତା

ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ‘ହି ମ୍ୟାନ’ ଭାବରେ ଜଣାଶୁଣା ଧର୍ମେନ୍ଦ୍ର ଅଭିନୟ ଜଗତରେ ଚମତ୍କାର ଇନିଂସ ଖେଳିବା ପରେ ରାଜନୀତିରେ ପ୍ରବେଶ କରିଥିଲେ। ଧର୍ମେନ୍ଦ୍ର ତାଙ୍କ ଚଳଚ୍ଚିତ୍ର ଜୀବନରେ ପ୍ରାୟ ୧୦୦ ସଫଳ ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତା ଭାବରେ କାର୍ଯ୍ୟ କରିଛନ୍ତି। କିନ୍ତୁ ଏକ ଚଳଚ୍ଚିତ୍ର ଥିଲା ଯେଉଁଥିରେ ଧର୍ମେନ୍ଦ୍ର କାମ କରି ନ ଥିବାରୁ ଏବେ ମଧ୍ୟ ଅନୁତାପ କରନ୍ତି। ସେହି ଚଳଚ୍ଚିତ୍ରଟି ହେଉଛି ରାଜେଶ ଖାନ୍ନା ଏବଂ ଅମିତାଭ ବଚ୍ଚନଙ୍କ ଅଭିନୀତ ‘ଆନନ୍ଦ’। ରୁଷିକେଶ ମୁଖାର୍ଜୀଙ୍କ ପ୍ରସିଦ୍ଧ ଚଳଚ୍ଚିତ୍ର ‘ଆନନ୍ଦ’ର ସଂଳାପ ଏବଂ ଗୀତଗୁଡ଼ିକ ଏବେ ମଧ୍ୟ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ଏହି ସିନେମାରେ ଅମିତାଭ ବଚ୍ଚନ ଏବଂ ରାଜେଶ ଖାନ୍ନାଙ୍କ ଚମତ୍କାର ଅଭିନୟ କରିଥିଲେ। ୧୨ ମାର୍ଚ୍ଚ ୧୯୭୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ସଂଳାପ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ସହାୟକ ଅଭିନେତା, ଶ୍ରେଷ୍ଠ ସମ୍ପାଦନା, ସର୍ବୋତ୍ତମ କାହାଣୀ, ଶ୍ରେଷ୍ଠ ଫିଚର ଚଳଚ୍ଚିତ୍ର ପାଇଁ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲା। ଚଳଚ୍ଚିତ୍ର ନିର୍ମାଣ ବିଷୟରେ ଏକ କାହାଣୀ ଅଛି। ଏହି ଚଳଚ୍ଚିତ୍ର ନିର୍ମାଣ ସମୟରେ ଧର୍ମେନ୍ଦ୍ର ଜାଣିବାକୁ ପାଇଲେ ଯେ ରୁଷିକେଶ ଏଥିପାଇଁ ରାଜେଶ ଖାନ୍ନାଙ୍କୁ ନେଉଛନ୍ତି, ସେତେବେଳେ ସେ ରାଗି ଯାଇଥିଲେ।
‘ଦି କପିଲ ଶର୍ମା ସୋ’ରେ ପହଞ୍ଚିଥିବା ଧର୍ମେନ୍ଦ୍ର ଏହି ଚଳଚ୍ଚିତ୍ର ନିର୍ମାଣର କାହାଣୀ କହିଥିଲେ। ମୋତେ ଫିଲ୍ମରେ ନେଇ ନ ଥିବାରୁ ସେ ଫିଲ୍ମ ନିର୍ଦ୍ଦେଶକ ରୁଷିକେଶ ମୁଖାର୍ଜୀଙ୍କ ଉପରେ ରାଗିଥିଲେ। ଧର୍ମେନ୍ଦ୍ର କହିଥିଲେ ରୁଷିକେଶ ମୋତେ ‘ଆନନ୍ଦ’ର କାହାଣୀ କହିଥିଲେ। ମୋତେ ଏହି ଚଳଚ୍ଚିତ୍ରରେ କାଷ୍ଟ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ପରେ ଏହା ଜାଣିବାକୁ ପାଇଲି ଯେ ସେ ରାଜେଶ ଖାନ୍ନାଙ୍କ ସହ ଏକ ଫିଲ୍ମ କରୁଛନ୍ତି। ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ ମୁଖ୍ୟ ଅଭିନେତା ରାଜେଶ ଖାନ୍ନାଙ୍କୁ ନିଆଯାଇଛି, ମୁଁ ଗୋଟିଏ ରାତିରେ ମଦ୍ୟପାନ କରି ରୁଷି ଦା’ଙ୍କୁ ଫୋନ୍‌ କଲି। ମୋତେ ଏହି ଫିଲ୍ମ କାହାଣୀ ଶୁଣାଇଲ ତେବେ କାହିଁକି ତାଙ୍କୁ ଏହି ଫିଲ୍ମରେ ନେଲ ବୋଲି ପଚାରିଥିଲି? ମୋ କଥା ଶୁଣିବା ପରେ ସେ କହିଥିଲେ – ଧର୍ମେନ୍ଦ୍ର ଶୋଇପଡ, ଆମେ ସକାଳେ କଥା ହେବା। ସେ ଫୋନ କାଟିଦେଇଥିଲେ ଏବଂ ମୁଁ ବାରମ୍ବାର ଫୋନ କରୁଥିଲି ବୋଲି ଧର୍ମେନ୍ଦ୍ର କହିଥିଲେ। ଜୀବନ ଏବଂ ବନ୍ଧୁତ୍ୱର ଅନିଶ୍ଚିତତା ଉପରେ ନିର୍ମିତ ଏହି ଚଳଚ୍ଚିତ୍ରର ସଫଳତା ଇତିହାସ ସୃଷ୍ଟି କଲା। ଏହି ଚଳଚ୍ଚିତ୍ର ପରେ ଅମିତାଭ ବଚ୍ଚନଙ୍କ ଅଭିନୟ ଏକ ନୂଆ ଦିଗ ପାଇଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri