ପାରିବାରିକ କଳହ ହେଲା କାଳ: ବିଷ ପିଇ ମା’ ସହ ଦୁଇପୁଅଙ୍କ ଆତ୍ମହତ୍ୟା

ବରଗଡ଼ ଅଫିସ୍‌,୨୬।୬-ବରଗଡ଼ ସଦର ଥାନା ଅନ୍ତର୍ଗତ ଖୁଣ୍ଟପାଲି ନିକଟ ଚାରପାଲି ଗ୍ରାମର ଗୋପୀନାଥ ବନଛୋରଙ୍କ ପରିବାରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ଉକ୍ତ ପରିବାରର ମା’ଙ୍କ ସମେତ ଦୁଇ ପୁଅ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ମା’ ଉତ୍ତରା ବନଛୋର, ପୁଅ ବଳିଆ ବନଛୋର ଓ ଜଗା ବନଛୋର। ପାରିବାରିକ କଳହରୁ ସେମାନେ ବିଷ ପିଇ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ସଦର ଥାନା ଆଇଆଇସି ଦିଲୀପ କୁମାର ବେହେରା କହିଛନ୍ତି ।
ସୂଚନା ଅନୁସାରେ, ଶୁକ୍ରବାର କୌଣସି କାରଣରୁ ଚାରପାଲି ଗ୍ରାମର ଗୋପୀନାଥ ବନଛୋରଙ୍କ ଘରେ ପାଟିତୁଣ୍ଡ ହୋଇଥିଲା। ପରେ ଗୋପୀନାଥଙ୍କ ସ୍ତ୍ରୀ ଉତ୍ତରା, ପୁଅ ବଳିଆ ଓ ଜଗା ବିଷ ପିଇ ଦେଇଥିଲେ। ପରିବାର ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…

ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri