କରୋନା ମୃତକଙ୍କ ପରିବାରକୁ ମିଳିବ ୫୦ହଜାର ଟଙ୍କା

ଭୁବନେଶ୍ୱର, ୨୯।୯(ବ୍ୟୁରୋ):କରୋନାରେ ମୃତ୍ୟୁ ହୋଇଥିଲେ ପରିବାରକୁ ମିଳିବ ୫୦ ହଜାର ଟଙ୍କା। ଏହି ସହାୟତା ଦେବେ ରାଜ୍ୟ ସରକାର। ଏନେଇ ଡିଏମ୍‌ଇଟି ଡା. ସିବିକେ ମହାନ୍ତି ମଙ୍ଗଳବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ସହାୟତା ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ପାଳନ କରିବେ। କୋଭିଡ୍‌ରେ ମରିଥିବା ବ୍ୟକ୍ତିଙ୍କ ପରିବାର ପିଛା ୫୦ ହଜାର ଟଙ୍କା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ବତନ୍ତ୍ର ଏସ୍‌ଓପି ଜାରି ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସଂକ୍ରମଣର ୩୦ଦିନ ମଧ୍ୟରେ ମୃତ୍ୟୁ ହୋଇଥିଲେ ହିଁ ସହାୟତା ମିଳିବ। ସେହିପରି ଏହି ସମୟ ଭିତରେ ଆତ୍ମହତ୍ୟା ବା ଦୁର୍ଘଟଣାରେ ମୃତକଙ୍କୁ ମଧ୍ୟ ସାମିଲ କରାଯିବ। ତେଣୁ ରାଜ୍ୟରେ କୋଭିଡ୍‌ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ। ନିୟମାନୁସାରେ ମୃତ୍ୟୁ ଅଡିଟ୍‌ ପାଇଁ ଜିଲାସ୍ତରରେ କମିଟି ଗଠନ ହେବ। ଏସବୁ ଯୋଗ୍ୟତା ରହିଥିଲେ ସହାୟତା ପାଇଁ ଆବେଦନ କରିପାରିବେ ବୋଲି ଡିଏମ୍‌ଇଟି କହିଛନ୍ତି। କରୋନାରେ ପ୍ରାଣ ହରାଇଥିବା ପରିବାରକୁ କ୍ଷତିପୂରଣ ହିସାବରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବା ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ମୃତକଙ୍କ ପରିବାର ଲୋକେ ଏହି କ୍ଷତିପୂରଣ ପାଇବେ। ତେବେ ଏହି ଅର୍ଥ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି କେନ୍ଦ୍ର ସରକାର ମଧ୍ୟ କହିଥିଲେ। କୋଭିଡ୍‌ ମୃତକଙ୍କ ପରିବାରକୁ ସହାୟତା ନେଇ ସତ୍ୟପାଠ ପରିପ୍ରେକ୍ଷୀରେ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶଂସା କରିଥିଲେ। ଜଷ୍ଟିସ୍‌ ଏମ୍‌. ଆର୍‌. ସାହା ଓ ଜଷ୍ଟିସ୍‌ ଏ.ଏସ୍‌. ବୋପାନ୍ନା ପ୍ରଶଂସା କରି କହିଥିଲେ ଯେ, ଏକ ଜନବହୁଳ ରାଷ୍ଟ୍ରରେ କୋଭିଡ୍‌ ପରିଚାଳନାରେ ଭାରତ ଏକ ଉଦାହରଣ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri