ନ୍ୟାୟ ଅପେକ୍ଷାରେ ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ପରିବାର

ଖଇରା, ୩।୭(ଡି.ଏନ.ଏ.):  ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ବର୍ଷେ ପୂରିବା ପରିପ୍ରେକ୍ଷୀରେ ମା’ ବାପା ଶନିବାର ସକାଳେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବାପା ଅଭିରାମ ମହାପାତ୍ର ହିନ୍ଦୁ ରୀତିନୀତିରେ ଖଇରା ବ୍ଲକ ଅଧୀନ ବେଗୁନିଆ ଗ୍ରାମରେ ପୁଅକୁ ଶ୍ରାଦ୍ଧ ଦେବା ପରେ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ପାଖରେ ବାରମ୍ବାର ନ୍ୟାୟ ପ୍ରାର୍ଥନା କରିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଲା ନାହିଁ। ଜଗନ୍ନାଥ ଉପଯୁକ୍ତ ବିଚାର କରି ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବେ ବୋଲି କହିଛନ୍ତି ା ଉଲ୍ଲେଖଯୋଗ୍ୟ, ବର୍ଷେ ତଳେ ପାରଳାଖେମୁଣ୍ଡିରେ ଏସିଏଫ୍‌ ଭାବେ କାର୍ଯ୍ୟରତ ସୌମ୍ୟରଞ୍ଜନ ମହାପାତ୍ର ନିଆଁରେ ପୋଡିହୋଇ ସନ୍ଦେହଜନକ ଭାବେ ମୃତ୍ୟୁବରଣ କରିଥିଲେ। ଏହାକୁ ପରିବାର ଲୋକେ ହତ୍ୟା ଘଟଣା ବୋଲି ଅଭିଯୋଗ ଆଣିବା ସହ ସ୍ତ୍ରୀ ବିଦ୍ୟାଭାରତୀ, ଡିଏଫ୍‌ଓ, ତତ୍କାଳୀନ ଜଙ୍ଗଲମନ୍ତ୍ରୀ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଆଣିଥିଲେ।