ପରିବାର ନିର୍ବାକ୍‌, ଗେଙ୍ଗୁଟିଆ ନିଃଶବ୍ଦ

ଢେଙ୍କାନାଳ ଅଫିସ, ୨୩|୧: ବାଲିଘାଟ ବିବାଦରୁ ଅକାଳରେ ଝଡ଼ିଗଲା ଜୀବନ। ବାପାଙ୍କ ଆଖି ଆଗରେ ଦୁର୍ବୃତ୍ତମାନେ ଅତି ନିର୍ମମ ଭାବେ ଟ୍ରାକ୍ଟର ଚଢ଼ାଇ ମାରିଦେଲେ ୩୫ ବର୍ଷର ଭେଣ୍ଡିଆ ପୁଅକୁ। ଘରର ରୋଜଗାରିଆ ପୁଅର ଏଭଳି ମୃତ୍ୟୁ ସମଗ୍ର ପରିବାରକୁ ନିର୍ବାକ୍‌ କରିଦେଇଥିବାବେଳେ ନିଃଶବ୍ଦ ହୋଇଯାଇଛି ଗେଙ୍ଗୁଟିଆ ଗଁା। ଏବେ ଘରଲୋକଙ୍କ ମୁହଁରେ କେବଳ ଗୋଟିଏ କଥା, ଆମକୁ ନ୍ୟାୟ ମିଳୁ। ଏଭଳି ଜଘନ୍ୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉ।
ଢେଙ୍କାନାଳ ଜିଲାରେ ବେଆଇନ ବାଲି, ପଥର ବ୍ୟବସାୟ କରୁଥିବା ମାଫିଆଙ୍କ ପ୍ରାଦୁର୍ଭାବ ଅଛପା ନାହିଁ। ତେବେ ସଦର ଥାନା ଗେଙ୍ଗୁଟିଆସ୍ଥିତ ବ୍ରାହ୍ମଣୀ ନଦୀ ବାଲି ଘାଟରେ ଗୁରୁବାର ବିଳମ୍ବିତ ରାତିରେ ଘଟିଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଭୟର ବାତାବରଣ ସୃଷ୍ଟି କରିଛି। ବେଆଇନ ବାଲି ଚାଲାଣର ପ୍ରତିବାଦ କରିବାକୁ ଅଜୟ କୁମାର ରାଉତ ନାମକ ଜଣେ ଯୁବକଙ୍କୁ ତାଙ୍କ ବୃଦ୍ଧ ବାପା ଅଲେଖ ବିହାରୀ ରାଉତ ଏବଂ ବଡ଼ଭାଇ ଅଖିଳ ରାଉତଙ୍କ ସମ୍ମୁଖରେ କେତେଜଣ ବ୍ୟକ୍ତି ଟ୍ରାକ୍ଟର ଚଢ଼ାଇ ହତ୍ୟା କରିଥିଲେ। ଏହି ଘଟଣାକୁ ୩୬ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ତଦନ୍ତ ୩ ଅଟକଙ୍କୁ ପଚରାଉଚୁରାରେ ସୀମିତ ରହିଛି। ଜିଲାର ବିଭିନ୍ନ ବେଆଇନ ବାଲିଘାଟରୁ ଦୈନିକ ବିପୁଳ ପରିମାଣର ବାଲିଚାଲାଣ ହେଉଛି। ପ୍ରଶାସନ ଏବଂ ପୋଲିସର କାର୍ଯ୍ୟାନୁଷ୍ଠାନରେ ଶିଥିଳତା ଯୋଗୁ ମାଫିଆଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ପ୍ରଶାସନିକ ଅଧିକାରୀ ମଧ୍ୟ ସେମାନଙ୍କ ଆକ୍ରମଣରୁ ବର୍ତ୍ତୁନାହାନ୍ତି। ଗେଙ୍ଗୁଟିଆ ଘଟଣାରେ ବେଆଇନ ବାଲି ବ୍ୟବସାୟ କରୁଥିବା ମାଫିଆମାନେ ସବୁସୀମା ପାର୍‌ କରିଦେଇଥିବା ଚର୍ଚ୍ଚା ହେଉଛି। ଏ ନେଇ ଥାନାଧିକାରୀ ଅଭିନବ ଡାଳୁଆ କୁହନ୍ତି, ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ନଂ. ୪୮/୨୨ରେ ମାମଲା ରୁଜୁ ହୋଇଛି। ୨ଟ୍ରାକ୍ଟର ଜବତ କରାଯିବା ସହିତ ୩ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, ଅଜୟ ଗ୍ରାମର ସୁର ସାହୁଙ୍କ ଟ୍ରାକ୍ଟରରେ ଶ୍ରମିକ ଭାବେ କାମ କରୁଥିଲେ। କୌଣସି କାରଣରୁ ତାଙ୍କୁ ଗାଡ଼ି ମାଲିକ କାମରୁ ବିଦା କରିଦେଇଥିଲେ। ବକେୟା ମାଗିବାରୁ ଟ୍ରାକ୍ଟର ମାଲିକ ଏବଂ ତାଙ୍କ ସହଯୋଗୀମାନଙ୍କ ସହ ଅଜୟଙ୍କ ବଚସା ହୋଇଥିଲା। ଗୁରୁବାର ରାତିରେ ଗେଙ୍ଗୁଟିଆ ଘାଟରେ ବାଲି ଚୋରାଚାଲାଣ ହେଉଥିବା ବେଳେ ଘଟଣାସ୍ଥଳରେ ପ୍ରତିବାଦ କରୁଥିବା ଅଜୟଙ୍କୁ ଟ୍ରାକ୍ଟର ମାଲିକଙ୍କ ସହଯୋଗୀ ଟ୍ରାକ୍ଟରକୁ ଚଢ଼ାଇ ମାରି ଦେଇଥିଲେ।

୬ମାସ ପୁଅର ଭରଣପୋଷଣ ଚିନ୍ତା

ଘରର ରୋଜଗାରିଆ ପୁଅ ଅଜୟଙ୍କ ମୃତ୍ୟୁ ପରିବାରକୁ ଦୋହଲାଇ ଦେଇଛି। କାହାରି ମୁହଁରେ ଭାଷା ନାହିଁ। ଆଖିରୁ ଲୁହ ଶୁଖୁ ନ ଥିବାବେଳେ ସମସ୍ତେ ଭୟ ଓ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସ୍ବାମୀଙ୍କୁ ହରାଇ ସ୍ତ୍ରୀ ସୁଭଦ୍ରା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। କୋଳରେ ଥିବା ୬ ମାସର ପୁଅର ଭରଣାପୋଷଣ କିପରି ହେବ, ପରିବାର କିପରି ଚଳିବ ସେକଥା ଭାବିବା ବେଳକୁ ବାରମ୍ବାର ଚେତାଶୂନ୍ୟ ହୋଇପଡୁଛନ୍ତି ସୁଭଦ୍ରା। ସେହିପରି ଆଖି ସାମ୍ନାରେ ପୁଅର ହତ୍ୟାକାଣ୍ଡ ଦେଖିଥିବା ବୃଦ୍ଧ ବାପା ଅଲେଖ ସେଦିନର ଘଟଣାକୁ ଭୁଲିପାରୁନାହାନ୍ତି। ପୋଲିସ କେବଳ ତଦନ୍ତ କରୁଥିବା ବେଳେ ଏଯାଏ ହତ୍ୟାକାରୀ ଗିରଫ ହୋଇନାହାନ୍ତି। ଦୋଷୀଙ୍କୁ ତୁରନ୍ତ ଧରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?