ମୃତଦେହ ରଖି ରାସ୍ତା ଅବରୋଧ କଲେ ପରିବାର ଲୋକେ

କାମାକ୍ଷାନଗର,୧୨ା୧୧(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ୫୩ ନମ୍ବର ଜାତୀୟ ରାଜପଥକୁ ରବିବାର ଅବରୋଧ କରାଯାଇଛି। ଶନିବାର ସଡ଼କ ଦୁର୍ଘଟଣାରେ ରେଳ ସଫେଇ କର୍ମଚାରୀ ଶତ୍ରୁଘ୍ନ ନାଏକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ପକ୍ଷରୁ ମୃତଦେହ ରଖି ରାସ୍ତା ଅବରୋଧ କରାଯାଇଛି। ଫଳରେ ଯାଜପୁର ଅନୁଗୋଳ ଯାତାୟାତ ଠପ୍‌ ହୋଇଯାଇଛି। ଘଟଣାସ୍ଥଳରେ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, କାନପୁରା ସରପଞ୍ଚ ସତ୍ୟଜିତ୍‌ ରାଉତ, ଏନ୍‌ଏସି କର୍ତ୍ତୃପକ୍ଷ,କାମାକ୍ଷାନଗର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଛନ୍ତି।