ଅନୁଭବ କାହା ଉଦ୍ଦେଶ୍ୟରେ ଲେଖିଲେ ‘ଡିଅର ମିଷ୍ଟର ରେକର୍ଡିଂ…’; ଫେସବୁକ୍‌ ପୋଷ୍ଟକୁ ନେଇ ଚର୍ଚ୍ଚା ବଢ଼ିଲା…

ଭୁବନେଶ୍ୱର: ଓଲିଉଡରେ ଚାଲିଥିବା ବିବାଦ ମଧ୍ୟରେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଉକ୍ତ ପୋଷ୍ଟଟିକୁ କାହା ଉଦ୍ଦେଶ୍ୟରେ ଲେଖିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ହେଲେ ଅଭିନେତା ମନୋଜ ମିଶ୍ରଙ୍କୁ ଇଙ୍ଗିତ କରି ସେ ଏଭଳି ଲେଖିଥାଇପାରନ୍ତି ବୋଲି କୁହାଯାଉଛି। ଏହି ପୋଷ୍ଟକୁ ନେଇ ଅନୁଭବ ଏବଂ ମନୋଜଙ୍କ ପ୍ରଶଂସକମାନେ ମଧ୍ୟ ମୁହାଁମୁହିଁ ହୋଇଛନ୍ତି।
୧୪ ଘଣ୍ଟା ତଳେ ଅନୁଭବ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌ରେ ଏକ ପୋଷ୍ଟ କରିଥିଲେ। ପୋଷ୍ଟରେ ସେ ଲେଖିଥିଲେ, ଜୟ ଜଗନ୍ନାଥ ରେସ୍ପେକ୍ଟେଡ୍‌ ଡିଅର ମିଷ୍ଟର ରେକର୍ଡିଂ। ସତକୁ ସାମ୍ନା କରିବା ପାଇଁ ଆଜିଠାରୁ ପ୍ରସ୍ତୁତ ରୁହ। ଆଜି କେବଳ ଆରମ୍ଭ।’ଏହି ପୋଷ୍ଟକୁ ଏବେ ସୋଶାଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି।
କହିରଖୁଛୁ, ପୂର୍ବରୁ ଅଭିନେତା ଅରିନ୍ଦମ ରାୟ ଫେସବୁକ୍‌ରେ ‘ମଞ୍ଜ ଭାଇ’ ବୋଲି ସମ୍ବୋଧନ କରି ପୋଷ୍ଟ କରିଥିଲେ। ହେଲେ ସେ କାହାକୁ ‘ମଞ୍ଜ ଭାଇ’ କହିଥିଲେ, ତାହା ଜଣାପଡ଼ି  ନ ଥିଲା। କେବଳ ସେ ଶେୟାର କରିଥିବା ଫଟୋକୁ ଦେଖି ମନୋଜଙ୍କୁ ସେ ଏଭଳି କହିଥିବା ଚର୍ଚ୍ଚା ହୋଇଥିଲା। ଏବେ ଅନୁଭବଙ୍କ ଏଭଳି ପୋଷ୍ଟ ଚର୍ଚ୍ଚାର ପରିସରକୁ ଆସିଛି।
ଦେଖନ୍ତୁ ପୋଷ୍ଟ: