ବଦଳୁଛି ପାନପୋଷ ହକି ଛକ ରୂପରେଖ

ରାଉରକେଲା ଅଫିସ,୧୯।୧୨:ଷ୍ଟିଲସିଟି ରାଉରକେଲାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍‌। ଏହି ବିଶ୍ୱକପ୍‌ ରାଉରକେଲା ଛେଣ୍ଡ କଲୋନି ବିପିୟୁଟି ପରିସରରେ ନିର୍ମାଣାଧୀନ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ। ହକି ବିଶ୍ୱକପ୍‌କୁ ଆଉ ମାତ୍ର ୨୬ ଦିନ ବାକି ରହିଥିବାବେଳେ ସହରରେ ଚାଲିଛି ବହୁ ଉନ୍ନତିମୂଳକ କାର୍ଯ୍ୟ। ସେଥିମଧ୍ୟରୁ ସହରର ପ୍ରବେଶ ପଥ କୁହାଯାଉଥିବା ପାନପୋଷ ହକି ଛକର ରୂପରେଖ ସମ୍ପୂର୍ଣ୍ଣ ବଦଳିଯାଇଛି। ହକି ବିଶ୍ୱକପ ସମୟରେ ସହରକୁ ଏହି ବାଟ ଦେଇ ବହୁ ସଂଖ୍ୟାରେ ଦର୍ଶକ ଓ ହକି କ୍ରୀଡ଼ାପ୍ରେମୀ ପ୍ରବେଶ କରିବେ। ତେଣୁ ସ୍ଥାନୀୟ ପ୍ରଶାସନ ପାନପୋଷ ହକି ଛକର ଉନ୍ନତୀକରଣ ସାଙ୍ଗକୁ ଛକର ମୁଖ୍ୟ ରାସ୍ତା ମାର୍ଗରେ ହକି ତାରକାଙ୍କ ଷ୍ଟାଚ୍ୟୁ ସହ ବିଶ୍ୱକପ୍‌ର ଝଲକ ନିର୍ମାଣ କରିଛି। ଛକଟି ଏନ୍‌ଏଚ-୧୪୩ ଉପରେ ଥିବାବେଳେ ବିଶ୍ୱକପ୍‌ରେ ହକି କ୍ରୀଡ଼ାପ୍ରେମୀଙ୍କୁ ସ୍ବାଗତ କରିବା ପାଇଁ ରଙ୍ଗବେରଙ୍ଗ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ଏଠାରେ ପୂର୍ବରୁ ଏକ ପଥର ଉପରେ ଜିଲାର ବିଭିନ୍ନ ହକି ତାରକାଙ୍କ ନାମାଙ୍କନ କରାଯାଇଥିଲା। ଛକଟି ବହୁଦିନ ଧରି ଅବହେଳିତ ହୋଇ ପଡିରହିଥିବା ବେଳେ ବିଶ୍ୱକପ୍‌ ପୂର୍ବରୁ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହାର ଉନ୍ନତୀକରଣ ପାଇଁ ୩ ମାସ ପୂର୍ବରୁ କାର୍ଯ୍ୟ ଆରମ୍ଭ କରିଥିଲା। ବର୍ତ୍ତମାନ ମୁଖ୍ୟ ରାସ୍ତାରେ ଏକ ବଗିଚା କରାଯାଇ ସେଥିରେ ହକି ଖେଳାଳିଙ୍କ ଷ୍ଟାଚ୍ୟୁ କରାଯାଇଛି। ଛକର ଅନ୍ୟପଟେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମର ଆଲୋକୀକରଣ ବ୍ୟବସ୍ଥା ଆକର୍ଷିତ କରୁଛି। ହକି ବିଶ୍ୱକପ୍‌ ପାଇଁ ସହରକୁ ଆସୁଥିବା ସମସ୍ତ କ୍ରୀଡାପ୍ରେମୀଙ୍କୁ ଷ୍ଟାଚ୍ୟୁ ମାଧ୍ୟମରେ ଏକ ହାତରେ ହକି ଷ୍ଟିକ ସହ ଅନ୍ୟ ହାତରେ ସ୍ବାଗତ କରାଯାଇଛି। ଏଥିସହ ସହରର ପ୍ରମୁଖ ଛକମାନଙ୍କରେ ଏଲ୍‌ଇଡି ଟିଭି ବ୍ୟବସ୍ଥା ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri