Posted inଫୁରସତ

ବିନା ପଢ଼ାରେ ଛାତ୍ରଙ୍କ ପରୀକ୍ଷା: ପ୍ରଶ୍ନର ଉତ୍ତର ଜାଗାରେ ଟଙ୍କାରେ ଭରିଦେଲେ ପରୀକ୍ଷାଖାତା

ଯେତେବେଳେ ଯେକୌଣି କାର୍ଯ୍ୟ ସହଜରେ ହୋଇପାରେ ନାହିଁ ସେତେବେଳେ ଲାଞ୍ଚ ଦେଇ ଏହାକୁ ସହଜରେ କରିବା ପାଇଁ ଚେଷ୍ଟା କରାଯାଇଥାଏ। ଏହି କାରଣରୁ ଲୋକମାନେ ଲାଞ୍ଚ ଦେବାକୁ ମଧ୍ୟ ଦ୍ୱିଧା କରନ୍ତି ନାହିଁ। ବୟସ୍କ ଏବଂ ପିଲାମାନେ ମଧ୍ୟ ଜାଣନ୍ତି ଯେ, ଲାଞ୍ଚ ଦେଇ ଭାରତରେ ଅନେକ କାର୍ଯ୍ୟ କରାଯାଇପାରିବ। ଏହି କାରଣରୁ କେବଳ ସେମାନେ ଲାଞ୍ଚ ନେଉଥିବା ଲୋକଙ୍କୁ ଟଙ୍କା ଖାଇବାକୁ ଦେବା ଆରମ୍ଭ କରନ୍ତି। ଜଣେ ଆଇପିଏସ ଅଧିକାରୀ ସୋସିଆଲ ମିଡିଆରେ ଏଭଳି ଏକ ଫଟୋ ଶେୟାର କରିଛନ୍ତି, ଯାହା ଭାରତରେ ଲାଞ୍ଚ କାରବାର ହେଉଥିବା ଅଭ୍ୟାସକୁ ସୂଚାଇଥିଲା।

ବୋର୍ଡ ପରୀକ୍ଷାର ଭୟ ଅନେକ ପିଲାଙ୍କଠାରେ ଦେଖାଯାଏ। ଏହି ପରୀକ୍ଷାର ଫଳାଫଳ ଆଧାରରେ ପିଲାମାନେ ଅଧିକ ଆଡମିଶନ ପାଆନ୍ତି। ଏଭଳି ପରିସ୍ଥିତିରେ ପିଲାମାନଙ୍କ କ୍ୟାରିୟରରେ ଏହି ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅନେକ ଥର ଲୋକମାନେ ଅନୁଭବ କରନ୍ତି ଯେ, ଯେତେବେଳେ ଭାରତରେ ଲାଞ୍ଚ ଦ୍ୱାରା ପ୍ରତ୍ୟେକ କାର୍ଯ୍ୟ କରାଯାଇଥାଏ, ସେତେବେଳେ ବୋର୍ଡ ପରୀକ୍ଷାରେ ମଧ୍ୟ ସଫଳତା ମିଳିପାରିବ। ଜଣେ ଆଇପିଏସ୍‌ ଅଧିକାରୀ ସୋସିଆଲ ମିଡିଆରେ ଏଭଳି ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଜଣେ ପିଲା ବୋର୍ଡ ପରୀକ୍ଷାଖାତାରେ ଉତ୍ତର ବଦଳରେ ଟଙ୍କା ଭରି ଦେଇଛନ୍ତି।

ଏହି ଫଟୋ ସୋସିଆଲ ମିଡିଆ ସାଇଟ ଟୁଇଟରରେ ଶେୟାର କରାଯାଇଛି। ଯାହା ବର୍ତ୍ତମାନ ‘X’ ଭାବରେ ଜଣାଶୁଣା। ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା ଏହାକୁ ଶେୟାର କରିଛନ୍ତି। ଏଥିରେ ଏକ ଉତ୍ତର ସିଟ୍‌ ଭିତରେ ନୋଟ ଭର୍ତ୍ତି କରାଯାଇଥିବା ଦେଖିବାକୁ ମିଳିଛି। ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌ରେ ଭରିଥିଲା। ଏଥିରେ ଲେଖାଥିଲା ତାଙ୍କୁ ଏତେ ଟଙ୍କା ପାଇଁ ପାସ ମାର୍କ ଦିଆଯିବା ଉଚିତ। ଏହାର ଫଟୋ କ୍ଲିକ୍‌ କରି ଶିକ୍ଷକ ଏହାକୁ ଆଇପିଏସ୍‌ ଅଧିକାରୀଙ୍କ ନିକଟକୁ ପଠାଇଥିଲେ। ଏହି ଫଟୋରୁ ମଧ୍ୟ ଭାରତର ଶିକ୍ଷା ବ୍ୟବସ୍ଥା ବୁଝାପଡୁଛି।

ଅଧିକାରୀ ଏହାକୁ ଶେୟାର କରିବା ମାତ୍ରେ ଏହା ଖୁବ୍‌ ତୀବ୍ର ବେଗରେ ଭାଇରାଲ ହୋଇଥିଲା। ଜଣେ ବ୍ୟକ୍ତି ଲେଖିଛନ୍ତି, ପିଲାଦିନରୁ ଟଙ୍କା ସହିତ ସବୁକିଛି କିଣିବାର ମାନସିକତା ବଢ଼ିଥାଏ। ଜଣେ ଲେଖିଛନ୍ତି, ଏହା ହେଉଛି ଆମର ଶିକ୍ଷା ବ୍ୟବସ୍ଥା। ଏଥିରେ ପିଲାମାନଙ୍କର ଭବିଷ୍ୟତ ଦେଖାଯାଏ। ତେବେ ଅନେକ ୟୁଜର ପିଲାଙ୍କୁ ପରିହାସ କରିଥିଲେ। ସେ ଲେଖିଛନ୍ତି, ୫୦୦ରେ ପାସ ହେବ ବୋଲି ଆଶା କରାଯାଉଛି। ୧୦୦ କିମ୍ବା ୨୦୦ରେ କିଏ ପାସ୍‌ କରେ। ଏହି ଫଟୋ ଏବେ ଏ ମୋବାଇଲରୁ ସେ ମୋବାଇଲକୁ ଘୂର ବୁଲୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍‌ ରୁମ୍‌ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍‌ ରୁମ୍‌ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ…

ଏହି ୪ଟି ରାଶି ପାଇଁ ଆଗକୁ ରହିଛି କଠିନ ସମୟ, ସତର୍କ ନ ରହିଲେ ବଡ଼ ବିପଦ…

୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି…

ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା, ଘେରି ରହୁଛି ଧୂଳି, ଧୂଆଁର ଘନ ଆସ୍ତରଣ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ସକାଳେ ଅଧିକାଂଶ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି ଖରାପ ଦର୍ଶାଇଥିବା ବେଳେ ୭ଟିରେ ଗମ୍ଭୀର ସ୍ଥିତି ଦର୍ଶାଇଛି। ମୋଟାମୋଟି…

ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ

ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…

ଗୁଣପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ

ଗୁଣପୁର,୧୫।୧୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା…

କେରଳ ହାଇକୋର୍ଟଙ୍କ ବଡ଼ ପ୍ରସ୍ତାବ, କିଶୋର ବୟସର ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ….

କୋଚି,୧୫ା୧୧: ନାବାଳକ ବୟସ ସୀମାକୁ ନେଇ ବଡ଼ କଥା କହିଛନ୍ତି କେରଳ ହାଇକୋର୍ଟ । ଅପରାଧର ବଦଳୁଥିବା ସ୍ବରୂପ ଏବଂ ପିଲାମାନଙ୍କଠାରେ ଦେଖାଯାଉଥିବା ପରିପକ୍ୱତାକୁ ଦୃଷ୍ଟିରେ ରଖି…

ଠେଙ୍ଗାରେ ଆକ୍ରମଣ କରି ହତ୍ୟା ଉଦ୍ୟମ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମର ବିରୁପାକ୍ଷ ମହାପାତ୍ରଙ୍କୁ ଗ୍ରାମର ହିନ ଗଉଡ଼(୫୦) ଶନିବାର ଅପରାହ୍ନରେ ଏକ ଠେଙ୍ଗାରେ ଆକ୍ରମଣ କରି…

ମାଡ଼ି ଆସୁଛି ବାତ୍ୟା: ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୫।୧୧(ସବିତା ମିଶ୍ର): ପୁଣି ଏକ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?