ସତ ହେଲା ଆକଳନ

ଅଭିନେତା ଦେବାଶିଷ ପାତ୍ର। ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଜୟ ଜଗନ୍ନାଥ’ ଚଳଚ୍ଚିତ୍ରରେ ନାରଦ ଭୂମିକାରୁ ଆରମ୍ଭ ହୋଇଥିଲା ତାଙ୍କର ବଡ଼ ପରଦା କ୍ୟାରିୟର। ଇତିମଧ୍ୟରେ ସେ ‘ପହିଲି ରଜ’, ‘ଭୁଲ୍‌ ବୁଝିବନି ମୋତେ’, ‘ତତେ ଭଲ ପାଇଛି ବୋଲି’, ‘କ୍ରାନ୍ତିଧାରା’, ‘ତୁ ଯେ ସେହି’ ଆଦି ୨୫ଟି ଓଡ଼ିଆ ସିନେମାରେ ଅଭିନୟ କରି ନିଜ ଆକ୍ଟିଂ ଦକ୍ଷତାର ପରିଚୟ ଦେଇସାରିଛନ୍ତି। ଟେଲି ଫିଲ୍ମ ‘କାଳିଆ କରୁଛି ଲୀଳା’ର ସେ ପ୍ରଯୋଜନା କରିବା ସହ ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଅଶ୍ୱିନୀ ଗଡ଼ନାୟକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ରିଲିଜ ପରେ ଦର୍ଶକଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଥିଲା। ସେତେବେଳେ ଏହାକୁ ରାଜ୍ୟ ଟେଲି ଚଳଚ୍ଚିତ୍ର ପୁରସ୍କାରଭୁକ୍ତ କରିବାକୁ ସ୍ଥିର କରିଥିଲେ ଦେବାଶିଷ। କେବଳ ସେତିକି ନୁହେଁ, ଏପରି ପୁରସ୍କାର ହାସଲ ପାଇଁ ସେ ଦୃଢ଼ମନା ଥିଲେ। ଶେଷରେ ତାହା ସତ ହୋଇଛି। ନିକଟରେ ୩୧ତମ ରାଜ୍ୟ ଟେଲି ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି, ଯେଉଁଥିରେ ଏହି ଫିଲ୍ମଟି ଛଅଟି ପୁରସ୍କାର (ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ପ୍ରଯୋଜକ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା-ଜୀବନ ପଣ୍ଡା ଏବଂ ଶ୍ରେଷ୍ଠ ସମ୍ପାଦନା-ଚନ୍ଦ୍ରଶେଖର ମିଶ୍ର) ହାସଲ କରିଛି। ଏ ସମ୍ପର୍କରେ ଦେବାଶିଷ କହନ୍ତି, ‘ଏହାର କାହାଣୀ ଚୟନ ଏବଂ ଶୁଟିଂ ସମୟରେ ମୋର ଦୃଢ଼ ବିଶ୍ୱାସ ଥିଲା ଯେ ମୋ ଫିଲ୍ମ ଦର୍ଶକଙ୍କ ମନକୁ ନିଶ୍ଚୟ ଛୁଇଁବା ସହ ଏପରି ସମ୍ମାନଜନକ ପୁରସ୍କାର ପାଇବାରେ ସଫଳ ହେବ। ତାହା ଏବେ ସତରେ ପରିଣତ ହୋଇଛି। ଏଣିକି ଭଲ ଭଲ କାହାଣୀକୁ ଆଧାର କରି ଟେଲି ଫିଲ୍ମ ନିର୍ମାଣ କରିବାକୁ ଚେଷ୍ଟା ଜାରି ରଖିବି।’


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଫୁଲବାଣୀର ନୂତନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ଓ…

ଲଗାଣ ବର୍ଷା: କାଲି ଏସବୁ ଜିଲାରେ ସ୍କୁଲ, କଲେଜ-ଅଙ୍ଗନବାଡ଼ି ବନ୍ଦ, ସତର୍କ ରହିବାକୁ…

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜିଲାର ଜିଲାପାଳମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

ଆସନ୍ତା ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ: ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲା ଦାୟିତ୍ବ, ଜାଣନ୍ତୁ …

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ବହୁତ…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri