ଆଶାବାଦର ସାରତତ୍ତ୍ୱ

ଡ. ମୌସୁମୀ ପରିଡ଼ା

ଜୀବନ ଆଶା ବା ନିରାଶାର ବଳୟ ଭିତରେ ଘୂର୍ଣ୍ଣାୟମାନ। ଯେପରି ଦିନ ରାତି, ଭଲ ମନ୍ଦ, ଖରା ଛାଇ, ହାର୍‌ ଜିତ୍‌ ଗୋଟେ ମୁଦ୍ରାର ଦୁଇ ପାର୍ଶ୍ୱ ପରି ଭିନ୍ନ ହେଲେ ବି କେହି କାହାରିକୁ ବାଦ୍‌ ଦେଇ ତିଷ୍ଠିବା ଅସମ୍ଭବ, ସେହିପରି ଆଶା ନିରାଶା ମଣିଷ ଅନ୍ତର୍ମନର ଦୁଇଟି ଭିନ୍ନ ସ୍ଥିତି। ମଣିଷ ମନରେ ଉଭୟଙ୍କ ଉପସ୍ଥିତି ରହିଛି, କିନ୍ତୁ ନିଜ ପ୍ରକୃତି ଓ ଶିକ୍ଷାକୁ ନେଇ ଏହା କ୍ରମେ ବିକଶିତ ହୁଏ। ଆଶା ଯେକୌଣସି ସ୍ଥିତିରେ ପ୍ରବୋଧନା ଦେଇ ବଞ୍ଚେଇ ରଖେ, ନିରାଶା ସକଳ ଆଶାର ମୂଳୋତ୍ପାଟନ କରି ଅହରହ ଭାଙ୍ଗିବାକୁ ଚେଷ୍ଟା କରେ। କଥାରେ ଅଛି ପ୍ରତ୍ୟୁଷ ପୂର୍ବର ଅନ୍ଧକାର ଖୁବ୍‌ ଗାଢ଼। ସୂର୍ଯ୍ୟ ରାତି ଶେଷରେ ହିଁ ଉଦୟ ହୁଅନ୍ତି। ତେଣୁ ଯେକୌଣସି ଦୁଃସ୍ଥିତିର ଯଦି ଆରମ୍ଭ ଥାଏ, ତେବେ ତା’ର ଶେଷ ମଧ୍ୟ ସୁନିଶ୍ଚିତ ହୋଇଥାଏ। ‘ଯାହା ହେବ ଭଲ ହେବ ଓ ଆସନ୍ତାକାଲିକୁ ସରସ ସୁନ୍ଦର କରିବାର ଲକ୍ଷ୍ୟ ରଖୁଥିବା’ ଲୋକମାନଙ୍କୁ ଆଶାବାଦୀ କୁହାଯାଏ। ଏସବୁ ନିର୍ଭର କରେ ମଣିଷର ପାରିପାର୍ଶ୍ୱିକ ଅବସ୍ଥା ଉପରେ। ମଣିଷ ଅନ୍ତର୍ମନରେ ଉପୁଜୁଥିବା ସ୍ଥିତି ତା’ର ଆଖପାଖର ଲୋକଙ୍କ ଉପରେ ନିର୍ଭର କରେ। ସମସ୍ତଙ୍କ ସମସ୍ୟା ଏକ ପ୍ରକାରର ନୁହେଁ। ଯଦି ସବୁ ଲୋକ ଅଳ୍ପ ବହୁତ ସମସ୍ୟାରେ ଆକ୍ରାନ୍ତ, ତେବେ ପ୍ରତି ସମସ୍ୟାର ସମାଧାନ ଥିବା ସ୍ବାଭାବିକ। ସେ ଦୃଷ୍ଟିରୁ ଆଶାବାଦୀମାନେ ଜୀବନକୁ ମନଭରି ଭଲପାଆନ୍ତି। ଯେକୌଣସି ସ୍ଥିତିରେ ତିଷ୍ଠି ରହିବାର କାରଣ ଖୋଜନ୍ତି। ଆଶା ସେମାନଙ୍କୁ ଛାଡ଼େନାହିଁ କିମ୍ବା ସେମାନେ ବଞ୍ଚତ୍ବାର ଲାଳସାକୁ ଛାଡ଼ନ୍ତି ନାହିଁ। ସେଥିପାଇଁ ଆଶାବାଦୀମାନେ ଜୀବନକୁ ସକାରାମତ୍କ ଦୃଷ୍ଟିରେ ଦେଖନ୍ତି।
ଆଶାବାଦୀ ହେବା ପାଇଁ ମୁନିଋଷିମାନେ ବେଦ, ଉପନିଷଦ, ପୁରାଣଶାସ୍ତ୍ରରେ କହିଯାଇଛନ୍ତି। ଆଶାବାଦ ଆମ ସଂସ୍କୃତିର ଅଂଶବିଶେଷ। ଲୋକମୁଖରେ ଏହା କ୍ରମେ ପରିବର୍ତ୍ତିତ ହୋଇ ବିଭିନ୍ନ ଢଗଢମାଳି, ଲୋକକଥାରେ ପରିଣତ ହୋଇଛି, ଯାହା ମନରେ ବିଶ୍ୱାସ ଜନ୍ମାଏ। ଖରାପ ସମୟକୁ ଅତିକ୍ରମ କରିବାକୁ ମନରେ ଅଫୁରନ୍ତ ସାହସ ଭରିଦିଏ। ଆଈ ମାଆର କାହାଣୀ ପେଡ଼ି ହେଉ ବା ଲୋକକଥା, ପୁରାଣଶାସ୍ତ୍ର ସବୁଥିରେ ସକାରାମତ୍କ ଚେତନା। ଏହା ଆମ ସଂସ୍କୃତିକୁ ରସାଳ ଓ ପରିପକ୍ୱ କରିିଛି। ଆମ ସଂସ୍କୃତି ଓ ପରମ୍ପରାରେ ଶୈଶବରୁ ମାନବିକତା ଓ ବୌଦ୍ଧିକତାର ଶିକ୍ଷା ଦିଆଯାଏ। ତିନୋଟି ଶୂନକୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ବୋଲି ପିଲାଟିଏ ବଡ଼ ପାଟିରେ ଉଚ୍ଚାରଣ କରିବା ସହିତ ତା’ରି ଉପରେ ବାରମ୍ବାର ଗୋଲ୍‌ ବୁଲାଇ ଅକ୍ଷର ଶିକ୍ଷା କରିବାର ପ୍ରଥମ ପାହାଚରେ ତା’ ଅଜାଣତେ ଆଧ୍ୟାମତ୍ିକତା ଶିକ୍ଷା କରେ। ବିଭିନ୍ନ କାହାଣୀ ମାଧ୍ୟମରେ ତାକୁ ଠିକ୍‌ ଭୁଲ୍‌, ଉଚିତ୍‌ ଅନୁଚିତ୍‌ ବୁଝାଯାଏ। ଭଲ କାମ କରିବାକୁ ଉତ୍ସାହିତ କରାଯାଏ। ମିଛୁଆ ରାଧୁଆ ଗପ ମାଧ୍ୟମରେ ମିଛ କହିଲେ ମହାପାପ ବୋଲି ବୁଝାଯାଏ। ବଉଳା ଗାଈ ତା’ ବାଛୁରୀକୁ କ୍ଷୀର ଦେଇ ନିଜ ପ୍ରତିଜ୍ଞା ରକ୍ଷା କରି ବାଘ ପାଖକୁ ଫେରିଆସି ନିଜ ସଚ୍ଚୋଟତାର ପରୀକ୍ଷା ଦିଏ। ଏସବୁ ସତମିଛ କାହାଣୀରୁ ପିଲାଟିଏ ଧୀରେଧୀରେ ଜୀବନକୁ ବୁଝେ। ସ୍ଥିତିକୁ ପରଖେ। କ୍ରମେ ବଡ଼ ହୋଇ ସ୍କୁଲ୍‌ରେ ବହି ପାଠ ପଢ଼ିବାବେଳେ ତୁମ ପରି ଛୋଟ ପିଲାଟିଏ ପରି ଅନେକ କବିତା ଓ ଗପଗୁଡିକରୁ ଭଲ କାମ କରିବାକୁ ପ୍ରେରଣା ପାଏ। ମୂଳଦୁଆ ଶକ୍ତ ହେଲେ ବହୁତଳପ୍ରାସାଦ ତା’ ଉପରେ ତିଷ୍ଠି ପାରିବ। ସେଥିପାଇଁ ଶୈଶବ ସମୟର ଶିକ୍ଷା ଗୁରୁତ୍ୱପୂର୍ଣ୍ଣ।
ଅବଶ୍ୟ ଆଜିକାଲି ସେ ସମୟ ନାହିଁ। ବ୍ରହ୍ମା ବିଷ୍ଣୁ ମହେଶ୍ୱର ପରିବର୍ତ୍ତେ ପ୍ଲେ ସ୍କୁଲ୍‌ରେ ବ୍ଲକ୍‌ ବନାଇବା ସହିତ ବିଭିନ୍ନ ଗୀତସବୁ ଶିକ୍ଷା ଦିଆଯାଏ, ଯାହାର ବ୍ୟାବହାରିକ ଶିକ୍ଷା ଆମ ଜୀବନରେ ଅଳ୍ପ। ତା’ ପରେ ସ୍କୁଲ୍‌ ପାଠ, ଟିଉସନ୍‌ ପାଠ ଓ ଘରପାଠ ଭିତରେ ଛନ୍ଦି ହୋଇ ପିଲାଟେ ଅବସର ସମୟ ବି ପାଏନା। ପାଠଚାପ, ପ୍ରତିଦ୍ୱନ୍ଦ୍ୱିତା ତାକୁ ହତୋତ୍ସାହିତ କରି ତା’ ଭିତରର ସରଳତା ଓ କମନୀୟତାକୁ ନଷ୍ଟକରେ। ମୂଳଦୁଆ କଞ୍ଚା ଥିବାରୁ ତା’ ଉପରେ ବହୁତଳ ପ୍ରାସାଦ ତିଷ୍ଠିବା ଅସମ୍ଭବ ହୁଏ। ସ୍ବାଭାବିକ ଜୀବନ ବଞ୍ଚତ୍ନପାରି ସେ ଅଧୈର୍ଯ୍ୟ ଓ ଅସହିଷ୍ଣୁ ହୋଇଯାଏ। ଫଳରେ ହିଂସା, ହତ୍ୟା, ଆମତ୍ହତ୍ୟା ଆଦି ବିଭିନ୍ନ ପ୍ରକାରର ସମସ୍ୟା ସମାଜକୁ ରୁଗ୍‌ଣ କରେ। ସେଥିପାଇଁ ସାରା ବିଶ୍ୱରେ ନୈରାଶ୍ୟବାଦୀଙ୍କ ସଂଖ୍ୟା ବୃଦ୍ଧି ଘଟିଛି। ଦେଶଗୁଡ଼ିକ ଆର୍ଥିକ ଅନଟନ ଦେଇ ଗତି କରୁଥିବାବେଳେ ସାଧାରଣ ମଣିଷ ଖାଇବାକୁ ନପାଇ ଭୋକ ଉପାସରେ ଡହଳବିକଳ। ରୋଗ ଭୟରେ ଆଖି ଆଗରେ ମୃତ୍ୟୁବରଣ କରୁଥିବା ଆମତ୍ୀୟଟି ପାଇଁ କିଛି କରିହେଉନଥିବାର ହତାଶା ମଣିଷ ଭିତରର ଆମତ୍ବିଶ୍ୱାସଟିକକୁ ମାରି ସାରିଲାଣି।
ଏହାବାଦ୍‌ ଆଜିକାଲି କାର୍ଯ୍ୟାଳୟମାନଙ୍କରେ ଉପୁଜୁଥିବା ବିଭିନ୍ନ ସମସ୍ୟା, ଚାପ, ଘର ସହିତ ସମ୍ପର୍କକୁ ନେଇ ନାନାଦି ସମସ୍ୟା ମଣିଷକୁ ହନ୍ତସନ୍ତ ଓ ଏକାକୀ କରିଦେଇଛି। ଜନସଂଖ୍ୟା ସହିତ ଯାନବାହନ, ସୁଖ ସମୃଦ୍ଧି ପ୍ରାଚୁର୍ଯ୍ୟ ଭିତରେ ବି ଏକାକୀ ସମସ୍ତେ। ସବୁ ପ୍ରକାରର ଚାପ ଭିତରେ ପେଷିହୋଇ ଯନ୍ତ୍ର ମଣିଷ ପାଲଟିଯିବା ସ୍ବାଭାବିକ। ଧୈର୍ଯ୍ୟଚ୍ୟୁତି ଘଟିବା ଯୋଗୁଁ ନୈରାଶ୍ୟ ଜନ୍ମ ନେଇ ଏତେ ଅସହାୟ କରିଦେଉଛି ଯେ ବ୍ୟକ୍ତିଟି କେବେକେବେ ମୃତ୍ୟୁର ରାସ୍ତା ବାଛିନେଉଛି। ଆଜିକାଲି ଯୁବକମାନେ ବିଶେଷତଃ ଏ ରାସ୍ତାକୁ ଆପଣେଇ ନେଉଥିବାର ଲକ୍ଷ୍ୟ କରାଯାଏ।
ଆଶାବାଦୀମାନେ ପ୍ରତିକୂଳତା ଭିତରେ ଲୁକ୍କାୟିତ ଅନୁକୂଳତାର ଅନ୍ବେଷଣରେ ଥାଆନ୍ତି। ଦୁଃସ୍ଥିତି ଭିତରେ ବି ବଞ୍ଚତ୍ବାର ସାଧନ ଯୋଗାଡୁଥାଆନ୍ତି। ପ୍ରତ୍ୟେକ ସ୍ଥିତି ସମ୍ଭାବନାମୟ। ତେଣୁ ନକାରାମତ୍କ ଚେତନାରୁ ଊର୍ଦ୍ଧ୍ୱରେ ଥାଇ ଜୀବନକୁ ଖୋଜୁଥାଆନ୍ତି। ସକାରାମତ୍କ ଚିନ୍ତାଧାରା, ଆଶାବାଦକୁ ନେଇ ସୋସିଆଲ୍‌ ମିଡିଆରେ ବିଭିନ୍ନ ଭିଡିଓ ପ୍ରସାରିତ ହେଉଥିବାବେଳେ ଏଥି ସମ୍ପର୍କିତ ବିଭିନ୍ନ ବହି ବଜାରରେ ଉପଲବ୍ଧ। କିନ୍ତୁ ଶ୍ରୀମଦ୍‌ ଭଗବଦ୍‌ ଗୀତାରେ ଆଶାବାଦର ସାରତତ୍ତ୍ୱ ବେଶ୍‌ ସୁନ୍ଦର ଭାବେ ପ୍ରତିଫଳିତ। ସାଂସାରିକ ମଣିଷ ପାଇଁ ଶ୍ରୀମଦ୍‌ ଭଗବଦ୍‌ ଗୀତା ଅତ୍ୟନ୍ତ ପ୍ରଭାବଶାଳୀ। ଦ୍ୱନ୍ଦ୍ୱ ଦ୍ୱିଧା, ରୋଗ ଶୋକ, ରାଗ ଅନୁରାଗରୁ ଉତ୍ତୀର୍ଣ୍ଣ ହୋଇ ମଣିଷ କିପରି ନିଜ ସ୍ବଭାବକୁ ଉନ୍ନତ କରିପାରିବ ସେସବୁର ବ୍ୟାଖ୍ୟା କରାଯାଇଛି।
ମୋ: ୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri